ETV Bharat / bharat

କୋରୋନାରେ ପୂର୍ବତନ ମନ୍ତ୍ରୀ କେ ବି ଶାନପ୍ପାଙ୍କ ଦେହାନ୍ତ

author img

By

Published : May 9, 2021, 10:54 PM IST

ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ କେ ବି ଶାନାପ୍ପା କୋରୋନାରେ ଦେହାନ୍ତ । ଶୋକବ୍ୟକ୍ତ କଲେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ । ଅଧିକ ପଢନ୍ତୁ....

କୋରୋନାରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ କେ ବି ଶାନପ୍ପାଙ୍କ ଦେହାନ୍ତ

ବେଙ୍ଗାଲୁରୁ: ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ କେ ବି ଶାନାପ୍ପା କୋରୋନାରେ ଦେହାନ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ହେବ ସେ କୋରୋନା ସଂକ୍ରମିତ ସଂକ୍ରମିତ ଚିହ୍ନଟ ହେବା ପରେ ଚିକିତ୍ସାଧିନ ଥିଲେ । ତେବେ ଆଜି ତାଙ୍କର 79 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଶାନାପ୍ପା କର୍ଣ୍ଣାଟକରେ ଅନେକ ଶ୍ରମିକଙ୍କ ସଂଘର୍ଷର ନେତୃତ୍ବର ନେତୃତ୍ବ ନେଇଥିଲେ । ବିଶେଷକରି କାଲାବୁରାଗି ଜିଲ୍ଲାର ଏସିସି ସିମେଣ୍ଟ କାରଖାନା ଏବଂ ଶାହାବାଦ ସିମେଣ୍ଟ କାରଖାନା ଆନ୍ଦୋଳନ ତାଙ୍କ ନେତୃତ୍ବରେ ସଫଳ ହୋଇଥିବା କୁହାଯାଏ । ସେ ପ୍ରଥମେ ସିପିଆଇ ପ୍ରାର୍ଥୀ ଭାବରେ ଶାହାବାଦ ନିର୍ବାଚନମଣ୍ଡଳୀରୁ 1985 ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ଗୁରୁନାଥ ଚନ୍ଦ୍ରଙ୍କ ବିରୋଧରେ ମାତ୍ର 75 ଭୋଟରେ ବିଜୟୀ ହୋଇ ରେକର୍ଡ କରିଥିଲେ ।

2004 ରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ବିଜେପି ପାଇଁ 15 ବର୍ଷ କାର୍ଯ୍ୟ କରିଥିଲେ । ବିଜେପିରେ ଯୋଗଦେବାର 2 ବର୍ଷ ପରେ ସେ 2006 ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ 2012ରେ କର୍ଣ୍ଣାଟକ ବିଧାନ ପରିଷଦକୁ ମନୋନୀତ ହୋଇଥିଲେ ଏବଂ 2018 ପର୍ଯ୍ୟନ୍ତ ଏହାର ସଦସ୍ୟ ରହିଥିଲେ । ସେ ପୁଣି ବିଜେପି ଛାଡି 2019 ରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ଗୁଲବର୍ଗ ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଏମ ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ ।

ତାଙ୍କ ମୃତ୍ୟୁ ଖବର ଶୁଣି ମୁଖ୍ୟମନ୍ତ୍ରୀ ୟେଦ୍ଦରପ୍ପାଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.