ETV Bharat / bharat

ବଜାରକୁ ଯିବାବେଳେ ପୂର୍ବତନ ମନ୍ତ୍ରୀଙ୍କ ଝିଅକୁ ଅପହରଣ

author img

By

Published : Nov 23, 2022, 2:30 PM IST

ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗୋପାଳ କେସାୱତଙ୍କ ଝିଅକୁ ଅପହରଣ ଅଭିଯୋଗ । ଅଧିକ ପଢନ୍ତୁ

ବଜାରକୁ ଯିବାବେଳେ ପୂର୍ବତନ ମନ୍ତ୍ରୀଙ୍କ ଝିଅକୁ ଅପହରଣ
ବଜାରକୁ ଯିବାବେଳେ ପୂର୍ବତନ ମନ୍ତ୍ରୀଙ୍କ ଝିଅକୁ ଅପହରଣ

ଜୟପୁର: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗୋପାଳ କେସାୱତ(Gopal Kesawat)ଙ୍କ ଝିଅକୁ ଅପହରଣ କରାଯାଇଛି । ତାଙ୍କର ୨୧ ବର୍ଷୀୟା ଝିଅ ଅଭିଳାଶା ବଜାରକୁ ଯାଇଥିବା ବେଳେ ବାଟରେ କେହି ଅପହରଣ କରିନେଇଥିବା କଂଗ୍ରେସ ନେତା ଥାନାରେ ଅଭିଯୋଗ କରିଛନ୍ତି(Former minister daughter Kidnapped) । ଗତ ସୋମବାର ସନ୍ଧ୍ୟାରୁ ଅଭିଳାଶା ନିଖୋଜ ଅଛନ୍ତି । ଏ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ଏନେଇ କେସାୱତ ଜୟପୁରର ପ୍ରତାପ ନଗରୀ ଥାନାରେ କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ବେଳେ ପୋଲିସ ସେମାନଙ୍କୁ ଆଣି ପଚରାଉଚରା କରୁଛି ।

ଅଦ୍ୟାବିଧି ନିଖୋଜ ଅଭିଳାଶାଙ୍କ କୌଣସି ଖୋଜଖବର ମିଳିପାରିନି । କିନ୍ତୁ ଅଭିଳାଶା ଯେଉଁ ସ୍କୁଟିରେ ବଜାର ଯାଇଥିଲେ ତାହା ଆଜି ସକାଳେ ଏୟାରପୋର୍ଟ ରୋଡରୁ ମିଳିଥିବାର ସୂଚନା ମିଳିଛି । ପ୍ରତାପ ନଗରୀ ଥାନା ଅଧିକାରୀ କହିଛନ୍ତି, ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ସେ ନିଖୋଜ ହୋଇଥିବା ସ୍ଥାନର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ସେପଟେ କଂଗ୍ରେସ ନେତା କେସାୱତ କହିଛନ୍ତି, କିଛି ଦିନ ତଳେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ମିଳିଥିଲା ।

ଏନେଇ ସେ ଜ୍ଞାନ ସିଂହ, ହରେନ୍ଦ୍ର ସିଂହ, ବାହାଦୂର ସିଂହ, ଜୟ ସିଂହ, ଶିବରାଜ ସିଂହ, ରାଧା ଓ ଦେବେନ୍ଦ୍ର ବିଜେନ୍ଦ୍ର ନାମକ କିଛି ବ୍ୟକ୍ତି ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଏହିମାନେ ହିଁ ତାଙ୍କ ଝିଅକୁ ଅପହରଣ କରିଥିବା ସେ ଦାବି କରିଛନ୍ତି । ଏହାସହିତ ଯେ ପର୍ଯ୍ୟନ୍ତ ତାଙ୍କ ଝିଅ ନ ମିଳିଛି ସେତେ ପର୍ଯ୍ୟନ୍ତ ସେ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଆଗରେ ଧାରଣା ଦେବେ ବୋଲି କହିଛନ୍ତି । ବର୍ତ୍ତମାନ ପୋଲିସ ସେ ଅଭିଯୋଗ କରିଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି ।

ଏହାମଧ୍ୟ ପଢନ୍ତୁ: ସଇତାନ ସ୍ବାମୀ, ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କଲା

ସୂଚନା ମୁତାବକ, କଂଗ୍ରେସ ନେତା ଗୋପାଳ କେସାୱତଙ୍କ ଝିଅ ଅଭିଳାଶା ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ । ସୋମବାର ସନ୍ଧ୍ୟା ସାଢେ ୫ଟା ସମୟରେ ସେ ଘରୁ ସ୍କୁଟି ନେଇ ଏନଆରଆଇ ସର୍କିଲକୁ ପରିବା କିଣିବାକୁ ଯାଇଥିଲେ । ସନ୍ଧ୍ୟା ୬ଟା ୫ ମିନିଟ୍ ସମୟରେ ଅଭିଳାଶା ନିଜ ବାପାକୁ ଫୋନ କରି ତାଙ୍କ ପଛରେ କିଛି ଅସାମାଜିକ ଯୁବକ ପଡିଥିବାର ଜଣାଇଥିଲେ ଏବଂ ତୁରନ୍ତ ଗାଡି ଆଣି ଆସିବାକୁ କହିଥିଲେ । ଝିଅ କଥା ଶୁଣି କେସାୱତ ଅନ୍ୟ କିଛି ପରିବାର ସଦସ୍ୟ ସହ ତୁରନ୍ତ ପରିବା ବଜାରରେ ପହଞ୍ଚିଥିଲେ । ହେଲେ ତାଙ୍କ ଝିଅର କୌଣସି ପତ୍ତା ମିଳିନଥିଲା । ଅଭିଶାଳାଙ୍କ ଫୋନ ମଧ୍ୟ ସୁଇଚ୍ ଅଫ୍ ଆସିଥିଲା । ସେ ନିଜ ପରିଜନଙ୍କ ସହ ବହୁ ଖୋଜାଖୋଜି ପରେ ଝିଅର ପତ୍ତା ନମିଳିବାରୁ ଶେଷରେ ଥାନାରେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.