ETV Bharat / bharat

ଏଏସ୍‌ପିଙ୍କୁ ଭେଟିବାକୁ 45 ମିନିଟ ଅପେକ୍ଷା କଲେ କେରଳର ପୂର୍ବତନ ରାଜ୍ୟପାଳ - ଆଉରଙ୍ଗବାଦ ଅତିରିକ୍ତ ପୋଲିସ ଆରକ୍ଷ ଅଧ୍ୟକ୍ଷକ

ଚୋରି ଅଭିଯୋଗ କରିବାକୁ ଆସି ଏଏସ୍‌ପିଙ୍କ ବାସଭବନ ବାହାରେ 45 ମିନିଟ ଅପେକ୍ଷା କଲେ କେରଳର ପୂର୍ବତନ ରାଜ୍ୟପାଳ । ଅଧିକ ପଢନ୍ତୁ

Former Kerala Governor waits for 45 minutes

author img

By ETV Bharat Odisha Team

Published : Sep 5, 2023, 9:49 AM IST

ପାଟନା: ଔରଙ୍ଗାବାଦ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିବାକୁ ଆସି 45 ମିନିଟ ଅପେକ୍ଷା କଲେ କେରଳର ପୂର୍ବତନ ରାଜ୍ୟପାଳ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ନିଖିଲ କୁମାର । ଚୋରି ଘଟଣା ନେଇ ଅଭିଯୋଗ କରିବାକୁ ଆସି ଅପେକ୍ଷା ପରେ ମଧ୍ୟ ଏଏସ୍‌ପିଙ୍କୁ ଭେଟି ପାରିଲେନି ଅସରପ୍ରାପ୍ତ ଆଇପିଏସ୍ ଅଧିକାରୀ ।

ବହୁ ଲୋକଙ୍କ ଚୋରି ଅଭିଯୋଗ ପରେ ସୋମବାର ଏଏସପି ସୁଇଟି ସେରାୱତଙ୍କ ବାସଭବନକୁ ଅଭିଯୋଗ କରିବାକୁ ଆସିଥିଲେ ନିଖିଲ କୁମାର । ସେହି ସମୟରେ ଏଏସପି କିଛି କାମରେ ବ୍ୟସ୍ତ ଥିବା କହି ସୁରକ୍ଷାକର୍ମୀ ମାନେ ତାଙ୍କୁ ସାକ୍ଷାତ କରିବାର ବିଳମ୍ବ ହେବ ବୋଲି କହିଥିଲେ । ଏହାପରେ 45 ମିନିଟ୍ ପରେ ସୁଇଟି ସେରାୱତ ବାସଭବନରୁ ବାହାରି ଅଫିସକୁ ଯିବାକୁ ତାଙ୍କ ସରକାରୀ ଗାଡିରେ ବସିଥିଲେ ।

ଏହା ଦେଖିବା ପରେ ନିଜ ସମର୍ଥକଙ୍କ ସହ ଅଭିଯୋଗ କରିବାକୁ ଆସିଥିବା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ନିଖିଲ କୁମାର ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏଏସ୍‌ପିଙ୍କ ସହ ସାକ୍ଷାତ କରିବାର ସମୟ ସ୍ଥିର କରିବାକୁ ପଠାଇଥିଲେ । ଶେଷରେ ଅଫିସରେ ଏଏସପି ସୁଇଟିଙ୍କ ସହ ସାକ୍ଷାତ ହୋଇପାରିବ ବୋଲି କୁହାଯାଇଥିଲା । ବାରମ୍ବାର ଅନୁରୋଧ ପରେ ASP ଶେଷରେ ପୂର୍ବତନ ରାଜ୍ୟପାଳଙ୍କୁ ଭେଟିବାକୁ ପ୍ରସ୍ତୁତ ଥିଲେ । ତେବେ କେରଳର ପୂର୍ବତନ ରାଜ୍ୟପାଳ ବାସଭବନକୁ ଭେଟିବାକୁ ଆସିଥିବା ଏଏସପି ସୁଇଟି ସେରାୱତଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭ୍ୟାନିଟ ଝାମ୍ପି ଚମ୍ପଟ ମାରୁଥିଲା ଲୁଟେରା: ସାମ୍ନାକୁ ଆସିଗଲେ ଲେଡି SI, ସରେଣ୍ଡର କଲା ଅଭିଯୁକ୍ତ

ଏନେଇ ନିଖିଲ କୁମାର କହିଛନ୍ତି ଯେ, ତିନିଥର ଫୋନ୍ ମାଧ୍ୟମରେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି, କିନ୍ତୁ କେହି ଉତ୍ତର ଦେଇ ନାହାଁନ୍ତି । ଔରଙ୍ଗାବାଦ ଜିଲ୍ଲାରେ ବାରମ୍ବାର ଚୋରି ହେଉଥିବାରୁ ଏନେଇ ଅଭିଯୋଗ କରିବାକୁ ମୁଁ ଏଏସ୍‌ପିଙ୍କ ନିକଟକୁ ଆସିଥିଲି । ଗତ ଦୁଇ ଦିନ ମଧ୍ୟରେ 24ରୁ ଅଧିକ ଲୋକ ମୋ ପାଖକୁ ଆସି ଚୋରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଚଳିତ ବର୍ଷ ଅଗଷ୍ଟରେ ଔରଙ୍ଗାବାଦରେ ମୋଟ 28ଟି ଚୋରି ମାମଲା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟର କଥା, ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ ଏଏସପି ଏବଂ ଅନ୍ୟ ଅଧିକାରୀମାନେ ଫୋନ୍ ଉଠାଉ ନାହାଁନ୍ତି । ବାରମ୍ୱାର ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ କଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଏସ୍‌ପି ପୂର୍ବତନ ରାଜ୍ୟପାଳଙ୍କୁ ଏହି ବିଷୟରେ ଆଲୋଚନା କରିବାକୁ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ବାସଭବନରେ କାହାକୁ ଭେଟିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.