ETV Bharat / bharat

Basant Rath to join Politics: ବିଜେପିରେ ସାମିଲ ହେବି କହିଲେ ବସନ୍ତ ରଥ, କାଶ୍ମୀରରେ କଡାକଡି ଟ୍ରାଫିକ୍ ପାଇଁ ଥିଲେ ଚର୍ଚ୍ଚାରେ - ପୂର୍ବତନ ଆଇପିଏସ ବସନ୍ତ ରଥ

ବସନ୍ତ ପୂର୍ବରୁ ରାଜନୀତିରେ ସାମିଲ ହେବେ ବୋଲି ସୂଚନା ଦେଇଥିଲେ, ଗତ 26 ଜୁନ 2022ରେ ନିଜ ଚାକୀରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ବସନ୍ତ । ସେହିଦିନ ଟ୍ବିଟ କରି କହିଥିଲେ, ‘‘ମୁଁ ରାଜନୀତିରେ ଯୋଗ ଦେବା ପାଇଁ ସକ୍ଷମ ହେବା ପରେ ପୋଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି । ଏହି ପତ୍ରକୁ ମୋର ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ରୂପେ ଗ୍ରହଣ କରିବାକୁ ଅନୁରୋଧ ।'' ଅଧିକ ପଢନ୍ତୁ

Basant Rath join Politics
Basant Rath join Politics
author img

By

Published : Jan 9, 2023, 4:40 PM IST

ହାଇଦ୍ରାବାଦ: ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି ବିଜେପି (Bharatiya Janata Party)ରେ ସାମିଲ ହେବେ ପୂର୍ବତନ ବିବାଦୀୟ ଆଇପିଏସ ଅଫିସର ବସନ୍ତ ରଥ (Former Ips Officer Basant Rath) । ଜଣେ ଟ୍ବିଟର ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ ବସନ୍ତ ଏହି ସୂଚନା ଦେଇଛନ୍ତି ।

ବିଜେପିରେ ସାମିଲ ହେବି: ପୂର୍ବତନ IPS ବସନ୍ତ ରଥ

ଟ୍ବିଟର ୟୁଜର ବସନ୍ତଙ୍କୁ ପ୍ରଶ୍ନ କରିଥିଲେ, ଆପଣ ସ୍ବେଚ୍ଛାକୃତ ଅବସର ନେବାର କାରଣ କଣ ? ପରବର୍ତ୍ତୀ ଯୋଜନା କଣ ? ରାଜନୀତିରେ ପ୍ରବେଶ କରିବେ କି ? ଯଦି କରିବେ କେଉଁଠାରୁ ଜମ୍ମୁ କାଶ୍ମୀର ନା ଓଡିଶା ? ଟ୍ବିଟର ୟୁଜରଙ୍କୁ ଉତ୍ତର ଦେଇ ବସନ୍ତ କହିଛନ୍ତି ‘‘ମୁଁ ରାଜନୀତି କରିବି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ଭାରତୀୟ ଜନତା ପାର୍ଟିରେ ସାମିଲ ହେବି । ମୁଁ ଜାମ୍ମୁ କାଶ୍ମୀର ଓ ଲଦାଖରେ ରହି କାମ କରିବି । ଓଡିଶା ଫେରିବାର ପ୍ରଶ୍ନ ଉଠୁନାହିଁ ।’’

ବସନ୍ତ ପୂର୍ବରୁ ରାଜନୀତିରେ ସାମିଲ ହେବେ ବୋଲି ସୂଚନା ଦେଇଥିଲେ । ଗତ 26 ଜୁନ 2022 ରେ ନିଜ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ ବସନ୍ତ । ସେହିଦିନ ଟ୍ବିଟ କରି କହିଥିଲେ, ‘‘ମୁଁ ରାଜନୀତିରେ ଯୋଗ ଦେବା ପାଇଁ ସକ୍ଷମ ହେବା ପରେ ପୋଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି । ଏହି ପତ୍ରକୁ ମୋର ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ରୂପେ ଗ୍ରହଣ କରିବାକୁ ଅନୁରୋଧ ।''

ଏହାବି ପଢନ୍ତୁ- ଇସ୍ତଫା ଦେଲେ ନିଲମ୍ବିତ IPS ଅଫିସର ବସନ୍ତ ରଥ, ରାଜନୀତିରେ କରିବେ ଏଣ୍ଟ୍ରି

26 ଜୁନ 2022ରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେବା ବେଳେ ବସନ୍ତ ଟ୍ବିଟ କରି କହିଥିଲେ, ଯଦି କେବେ ବି ରାଜନୀତିରେ ଯୋଗେ ଦେବି, ତାହା ଭାରତୀୟ ଜନତା ପାର୍ଟି (BJP) ହେବ । ସେହିପରି ଯଦି କେବେ ବି ନିର୍ବାଚନ ଲଢିବି, ତାହା ହେଲେ କାଶ୍ମୀରରୁ ହିଁ ଲଢିବି ।'' ଏଥିସହ ସେ ଯଦି ରାଜନୀତିରେ ସାମିଲ ହୁଅନ୍ତି ତେବେ ୨୦୨୪ ମାର୍ଚ୍ଚ ୬ ତାରିଖ ପୂର୍ବରୁ ହିଁ ହେବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, 2000 ବ୍ୟାଚ ଜମ୍ମୁ କାଶ୍ମୀର କ୍ୟାଡର ଆଇପିଏସ ଅଫିସର ବସନ୍ତ ରଥ ହେଉଛନ୍ତି ଜଣେ ଓଡିଆ । ପୂର୍ବତନ ବିଜେବି କଲେଜ ଛାତ୍ର । ଚାକିରୀ ଜୀବନରେ ସେ ଯେତିକି ପ୍ରଶଂସିତ ହୋଇଥିଲେ, ସେତିକି ବିବାଦୀୟ ମଧ୍ୟ ହୋଇପଡିଥିଲେ । କାଶ୍ମୀର ଟ୍ରାଫିକ ଆଇଜି ଥିବାବେଳେ, ନିଜର ନିଆର କାର୍ଯ୍ୟଶୈଳୀ ପାଇଁ ବେଶ ପ୍ରଶଂସିତ ହୋଇଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟପୁସ୍ତକ ବାଣ୍ଟି ଆତଙ୍କୀ ଗଡରେ ବଡ ପଦକ୍ଷେପ ନେଇଥିଲେ । 2018ରେ ତାଙ୍କୁ ସରକାର IGP ପାହ୍ୟାକୁ ପଦନ୍ନୋତି ଦେଇଥିଲେ । ହେଲେ ଖରାପ ଆଚରଣ, ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗରେ କେନ୍ଦ୍ର ସରକାର ତାଙ୍କୁ ଜୁଲାଇ 2020ରେ ନିଳମ୍ବିତ କରିଥିଲେ । ପରେ ବସନ୍ତ 26 ଜୁନ 2022ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.