ETV Bharat / bharat

ଗୋଆରେ କଂଗ୍ରେସକୁ ଝଟକା, ବିଧାୟକ ପଦ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ - ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରୋ କଂଗ୍ରେସକୁ ବଡ ଝଟକା ଦେଇଛନ୍ତି । ଗୋଆରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ଆସନରୁ ଇସ୍ତଫା ଦେଇଛନ୍ତି ଲୁଇଜିହ୍ନୋ ଫାଲେରୋ । ଅଧିକ ପଢନ୍ତୁ...

ଗୋଆରେ କଂଗ୍ରେସକୁ ଝଟକା, ବିଧାୟକ ପଦ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Sep 27, 2021, 7:13 PM IST

ଗୋଆ: ଗୋଆରେ ରାଜନୀତିରେ ବଡ ଭୂମିକମ୍ପ । କଂଗ୍ରେସର ପାଦତଳୁ ଖସିଛି ମାଟି । ପଞ୍ଜାବ ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଏବେ ଗୋଆରେ ହାତକୁ ଲାଗିଛି ଝଟକା । ନିର୍ବାଚନ କିଛି ମାସ ପୂର୍ବରୁ ଦଳ ଦୋହଲୁଥିବା ଦେଖିବାକୁ ମିଳିଛି । ଗୋଆ କଂଗ୍ରେସର ସବୁଠୁ ବଡ ଚେହେରା ବିଧାୟକ ପଦରୁ ଦେଇଛନ୍ତି ଇସ୍ତଫା ।

ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରୋ କଂଗ୍ରେସକୁ ବଡ ଝଟକା ଦେଇଛନ୍ତି । ଗୋଆରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ଆସନରୁ ଇସ୍ତଫା ଦେଇଛନ୍ତି ଲୁଇଜିହ୍ନୋ ଫାଲେରୋ । ତେବେ ସେ ଖୁବ ଶୀଘ୍ର କଂଗ୍ରେସରୁ ମଧ୍ୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପଦରୁ ଇସ୍ତଫା ଦେବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଲାଗିରହିଛି କଳ୍ପନାଜଳ୍ପନା । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି ଏହି ଚର୍ଚ୍ଚାକୁ ବଳ ଯୋଗାଇଛନ୍ତି ଫାଲେରୋ ।

ଲୁଇଜିହ୍ନୋ ଫାଲେରୋ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବେଶ ନିକଟତର ବୋଲି କୁହାଯାଏ । ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ତାଙ୍କୁ ସମନ୍ବୟ କମିଟିର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଏଭଳିସ୍ଥିତିରେ ଯଦି ନୂଆ ଦାୟିତ୍ବ ମିଳିବା ପରେ ଫେଲେରୋ କଂଗ୍ରେସ ଛାଡୁଛନ୍ତି, ତାହେଲେ ଦଳ ପାଇଁ ଏହା ବଡ କ୍ଷତି ସାବ୍ୟସ୍ତ ହେବ । ଲୁଇଜିହ୍ନୋ କଂଗ୍ରେସର ପୁରୁଣା ନେତା । ସେ ୧୯୮୦ରୁ ନଭେଲିମ ଆସନରୁ ପ୍ରତିନିଧିତ୍ବ କରିଆସୁଛନ୍ତି । କେବଳ ୨୦୦୭ ଓ ୨୦୧୨ ନିର୍ବାଚନକୁ ଛାଡିଦେଲେ ଲୁଇଜିହ୍ନୋ ଫାଲେରୋ ଏହି ଆସନରେ ସବୁବେଳେ ବିଜୟ ହାସଲ କରିଛନ୍ତି ।

ବିଧାୟକ ପଦରୁ ଲୁଇଜିହ୍ନୋଙ୍କ ଇସ୍ତଫା ଦୁର୍ବଳ ହୋଇପଡିଥିବା କଂଗ୍ରେସର ଗୋଆରେ ଅଣ୍ଟା ଭାଙ୍ଗିଦେବା ସଦୃଶ ହେବ । ଯଦି ଲୁଇଜିହ୍ନୋ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସର ହାତ ଧରୁଛନ୍ତି, ଏଥରୁ ମମତାଙ୍କ ପାଇଁ ଗୋଆ ରାଜନୀତିରେ ନିଜ ଦଳକୁ ସକ୍ରିୟ କରିବାକୁ ସୁଯୋଗ ମିଳିବ । ପୂର୍ବରୁ ଗୋଆରେ ଭାଗ୍ୟ ନିର୍ଦ୍ଧାରଣ କରିସାରିଛି ଟିଏମସି । ଦଳ ୨୦୧୨ ନିର୍ବାଚନରେ ନିଜ ପ୍ରାର୍ଥୀ ଛିଡା କରିଥିଲା । ହେଲେ ସେବେ ଦଳ ଗୋଟିଏ ବି ଆସନ ଜିତିବାରେ ସକ୍ଷମ ହୋଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.