ଚଣ୍ଡୀଗଡ: ଭାରତୀୟ ଜନତା ପାର୍ଟି(BJP)ରେ ମିଶିଲେ କୁଲଦୀପ ବିଷ୍ଣୋଇ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି କଂଗ୍ରେସରୁ ବହିଷ୍କୃତ ହୋଇଥିବା ବିଧାୟକ କୁଲଦୀପ ଆଜି(ଗୁରୁବାର) ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ସେ ଅଦମପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତାଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ନିକଟରେ କୁଲଦୀପ ବିଜେପିର ଅନେକ ବରିଷ୍ଠ କେନ୍ଦ୍ରୀୟ ନେତାଙ୍କୁ ଭେଟିଥିଲେ ।
-
Former Congress leader from Haryana Shri @bishnoikuldeep joins BJP at party headquarters in New Delhi. #JoinBJP https://t.co/0JKyKMDqbj
— BJP (@BJP4India) August 4, 2022 " class="align-text-top noRightClick twitterSection" data="
">Former Congress leader from Haryana Shri @bishnoikuldeep joins BJP at party headquarters in New Delhi. #JoinBJP https://t.co/0JKyKMDqbj
— BJP (@BJP4India) August 4, 2022Former Congress leader from Haryana Shri @bishnoikuldeep joins BJP at party headquarters in New Delhi. #JoinBJP https://t.co/0JKyKMDqbj
— BJP (@BJP4India) August 4, 2022
ଏହାପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଆଜି ବିଧିବଦ୍ଧ ଭାବେ କୁଲଦୀପ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ କୁଲଦୀପ ବିଷ୍ଣୋଇ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟଙ୍କୁ ଦିଲ୍ଲୀରେ ଭେଟିଥିଲେ । ସେମାନଙ୍କ ସହ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ୧୦ ତାରିଖ ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ।
ବିଜେପି ନେତୃବୃନ୍ଦଙ୍କ ସହ ସାକ୍ଷାତକାର ପରେ କୁଲଦୀପ ସମସ୍ତଙ୍କୁ ଖୁବ୍ ପ୍ରଶଂସା କରିଥିଲେ । କହିରଖୁଛୁ କି, କୁଲଦୀପ ବିଷ୍ଣୋଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ଙ୍କ ସାନ ପୁଅ ଅଟନ୍ତି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପାଇଁ କଂଗ୍ରେସ ୫୩ ବର୍ଷୀୟ କୁଲଦୀପଙ୍କୁ ଦଳର ସମସ୍ତ ପଦରୁ ବହିଷ୍କୃତ କରିଥିଲା ।