ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ; ତିନି ଦିନିଆ ରାଜ୍ୟ ଶୋକ ଘୋଷଣା

author img

By

Published : Jul 8, 2021, 8:25 AM IST

Updated : Jul 8, 2021, 11:38 AM IST

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 87ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ବୀରଭଦ୍ର ସିଂଙ୍କ ବିୟୋଗ
ବୀରଭଦ୍ର ସିଂଙ୍କ ବିୟୋଗ

ଶିମଲା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 87ବର୍ଷ ବୟସ ହୋଇଥିଲା । ବାର୍ଦ୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ ବୀରଭଦ୍ର ସିଂହ ।

ଶିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲ ସୁପରିଣ୍ଟେଣ୍ଡଣ୍ଟ ଡାକ୍ତର ଝଙ୍କର ରାଜଙ୍କ ସୂଚନା ଅନୁସାରେ ସେ ଏପ୍ରିଲ 13 ରେ କୋରୋନା ସଂକ୍ରମିତ ହୋଇଥିଲେ । ପ୍ରଥମେ ମୋହାଲିର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ପରେ ଇନ୍ଦିରା ଗାନ୍ଧୀ ମେଡିକାଲ ଭର୍ତ୍ତି ହୋଇଥିଲେ ।

ବୀରଭଦ୍ର 9 ଥର ବିଧାୟକ ହୋଇଥିବାବେଳେ ପାଞ୍ଚଥର ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହା ସହିତ ପାର୍ବତ୍ୟାଞ୍ଚଳ ରାଜ୍ୟ ହିମାଚଳ ପ୍ରଦେଶର ଛଅ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ବୀରଭଦ୍ରଙ୍କ ଦେହାନ୍ତରେ ସମବେଦନା ଜଣାଇ ହିମାଚଳ ପ୍ରଦେଶରେ ତିନି ଦିନିଆ ରାଜ୍ୟ ଶୋକ ପାଳିବାକୁ ଘୋଷଣା କରିଛନ୍ତି ହିମାଚଳ ସରକାର ।

ବୀରଭଦ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୀରଭଦ୍ର ଆଉ ନାହାନ୍ତି ଜାଣି ମୁଁ ଦୁଃଖିତ । ତାଙ୍କର ରାଜନୈତିକ କ୍ୟାରିୟର ଛଅ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ତଥା ସଂସଦୀୟ ସଦସ୍ୟ ଭାବରେ ହିମାଚଳ ପ୍ରଦେଶର ଲୋକଙ୍କ ସେବା କରିଥିଲେ । ସେମାନଙ୍କ ପରିବାରରୁ ମୋର ସମବେଦନା ବୋଲି ଟ୍ବିଟ କରିଛନ୍ତି ରାଷ୍ଟ୍ରପତି ।

  • Sad to know that Shri Virbhadra Singh is no more. His political career spanning six decades in his roles as chief minister and parliamentarian was marked by his commitment to serve people of Himachal Pradesh. Condolences to family & followers.

    — President of India (@rashtrapatibhvn) July 8, 2021 " class="align-text-top noRightClick twitterSection" data=" ">

ବୀରଭଦ୍ରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ରାଜ୍ୟବାସୀଙ୍କ ସେବା କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ବୋଲି କହିଛନ୍ତି ମୋଦି । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ଟ୍ବିଟ କରି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

  • Shri Virbhadra Singh Ji had a long political career, with rich administrative and legislative experience. He played a pivotal role in Himachal Pradesh and served the people of the state. Saddened by his demise. Condolences to his family and supporters. Om Shanti.

    — Narendra Modi (@narendramodi) July 8, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 8, 2021, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.