ETV Bharat / bharat

ପରଲୋକରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ମନୋହର ସିଂ ଗିଲ

author img

By ETV Bharat Odisha Team

Published : Oct 15, 2023, 11:05 PM IST

ପରଲୋକରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ସିଂ ଗିଲ । ଆସନ୍ତାକାଲି ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ

ପରଲୋକରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ମନୋହର ସିଂ ଗିଲ
ପରଲୋକରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ମନୋହର ସିଂ ଗିଲ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ସିଂ ଗିଲ । ଆଜି (ରବିବାର) ଦିଲ୍ଲୀରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ 86 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆସନ୍ତାକାଲି ଅପରାହ୍ନରେ ଲୋଦି ରୋଡରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । 1996 ରୁ 2001 ପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଜାତୀୟ କଂଗ୍ରେସରେ ସେ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ । ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ ।

1958 ବ୍ୟାଚର ଭାରତୀୟ ପ୍ରଶାସନ ସେବା (ଆଇଏଏସ) ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଗିଲ । ନିର୍ବାଚନ କମିଶନ ଭାବେ ସେବା ନିବୃତ୍ତ ହେବା ପରେ ସେ କଂଗ୍ରେସରେ ଅଂଶଗ୍ରହଣ କରିଥିଲେ । ଦୁଇଥର ରାଜ୍ୟସଭାକୁ ମନୋନୀତ ହେବା ସହ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ 2004 ଓ 2016 ରେ କଂଗ୍ରେସରୁ ପଞ୍ଜାବରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସେ 2008ରେ ମନମୋହନ ସିଂ ନେତୃତ୍ବାଧୀନ କଂଗ୍ରେସ ସରକାରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଅବଦାନ ପାଇଁ କଂଗ୍ରେସ ନେତା ତାଙ୍କୁ ସ୍ମରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-କୂଟନୈତିକ ବିବାଦ ମଧ୍ୟରେ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ:-ମୋଇତ୍ରା-ଥରୁର ଡିନର ଫଟୋ ଭାଇରାଲ, ବିଜେପିକୁ ଦାୟୀ କଲେ ମହୁଆ

ମୁଖ୍ୟ ନିର୍ବାଚନ କମିଶନର ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ସଫଳତାର ସହ 1998ରେ ଦ୍ୱାଦଶ ଲୋକସଭା ଏବଂ 1999 ରେ 13ତମ ଲୋକସଭା ପାଇଁ ସାଧାରଣ ନିର୍ବାଚନ କରିଥିଲା । 1997ରେ ଏକାଦଶ ରାଷ୍ଟ୍ରପତି ନିର୍ବାଚନ ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ଏବଂ 20ରୁ ଅଧିକ ରାଜ୍ୟରେ ବିଧାନସଭାରେ ମଧ୍ୟ ତାଙ୍କ ନେତୃତ୍ବରେ ନିର୍ବାଚନ ପରିଚାଳନା ହୋଇଥିଲା । ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି । ଏକ ବିବୃତ୍ତିରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ସଂସ୍ଥାର ଏକାଦଶ ମୁଖ୍ୟ ନିର୍ବାଚନ କମିଶନର ଗିଲଙ୍କ ଦେହାନ୍ତରେ ଗଭୀର ଶୋକ । ସେ ଜଣେ ନିପୁଣ ଅଧିକାରୀ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.