ETV Bharat / bharat

ଜେଲରୁ ବାହାରିଲେ ଚନ୍ଦ୍ରବାବୁ, ପୂର୍ବାହ୍ନରେ ଅନ୍ତରୀଣ ଜାମିନ ଦେଇଥିଲେ ହାଇକୋର୍ଟ

author img

By ETV Bharat Odisha Team

Published : Oct 31, 2023, 5:29 PM IST

ସମର୍ଥକଙ୍କ ସ୍ବାଗତ ସହ ଜେଲରୁ ମୁକ୍ତ ହେଲେ ଚନ୍ଦ୍ରବାବୁ ନାଇଡୁ । ଆଜି ପୂର୍ବାହ୍ନରେ 4 ସପ୍ତାହ ପାଇଁ ମିଳିଛି ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

ଜେଲରୁ ବାହାରିଲେ ଚନ୍ଦ୍ରବାବୁ, ପୂର୍ବାହ୍ନରେ ମିଳିଥିଲା ଜାମିନ

  • #WATCH | Supporters of former Andhra Pradesh CM and TDP Chief N Chandrababu Naidu surround him as he walks out of Rajahmundry jail.

    Andhra Pradesh High Court granted him interim bail in the Skill Development Scam Case today. pic.twitter.com/Yw31roGMcw

    — ANI (@ANI) October 31, 2023 " class="align-text-top noRightClick twitterSection" data=" ">

ଅମରାବତି: ବହୁଚର୍ଚ୍ଚିତ ଦକ୍ଷତା ବିକାଶ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ଜେଲରୁ ମୁକ୍ତ ହୋଇଛନ୍ତି । ପୂର୍ବାହ୍ନରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ 4 ସପ୍ତାହ ଅବଧି ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିବା ପରେ ଅପରାହ୍ନରେ ସେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରରୁ ମୁକ୍ତ ହୋଇଛନ୍ତି । ହଜାର ହଜାର ସମର୍ଥକ ତାଙ୍କୁ ସ୍ବାଗତ କରିବା ପାଇଁ ଜେଲ ବାହାରେ ରୁଣ୍ଡ ହୋଇଥିଲେ । ମୁକ୍ତ ହେବା ପରେ ଚନ୍ଦ୍ରବାବୁ ସମର୍ଥକଙ୍କ ଗହଣରେ ଚାଲି ଚାଲି ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

ଆଜି ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ବସ୍ତି ମିଳିଥିଲା । ଦକ୍ଷତା ବିକାଶ ମାମଲାରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଚାରି ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ସେ ଜେଲରୁ ମୁକ୍ତ ହୋଇଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆବଶ୍ୟକତା ବିଷୟରେ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଓ ତଥ୍ୟ ଉପସ୍ଥାପନା କରିଥିଲେ । ନଭେମ୍ବର 28 ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Skill Development Scam: ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଆନ୍ଧ୍ର ହାଇକୋର୍ଟ

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗତମାସ (ସେପ୍ଟେମ୍ବର) 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର 9 ତାରିଖ ଭୋର ସମୟରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ତାଙ୍କ ପୁଅ ନାରା ଲୋକେଶଙ୍କୁ ମଧ୍ୟ ଅମରାବତୀ ଇନର ରୋଡ ଘୋଟାଲାରେ ସିଆଇଡି ହାଜର ହେବା ପାଇଁ ନୋଟିସ ଜାରି କରିଛି । ଚନ୍ଦ୍ରବାବୁଙ୍କ ଗିରଫଦାରୀ ବିରୋଧର ସର୍ବୋଚ୍ଚ କୋର୍ଟରେ ମଧ୍ୟ ମାମଲା କରିଛନ୍ତି । ମାମଲାକୁ ମିଥ୍ୟା ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ଆବେଦନ କରିଛନ୍ତି ଚନ୍ଦ୍ରବାବୁ । ଆଜି ତାଙ୍କୁ ମେଡିକାଲ ଗ୍ରାଉଣ୍ଡରେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ସେ ଜେଲରୁ ମୁକ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.