ETV Bharat / bharat

ଓବାମା ଦେଖିଛନ୍ତି ଏଲିଅନ !

author img

By

Published : May 19, 2021, 9:11 PM IST

ସତରେ କଣ ଏଲିଅନଙ୍କର କୌଣସି ସତ୍ତା ରହିଛି ? କେମିତି ସେମାନଙ୍କ ଜୀବନ ଶୈଳୀ । ଦେଖିବାକୁ କିଭଳି ରୂପ ? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ...ତେବେ ଏହି ଏଲିଅନଙ୍କ ଉପରେ ନିଜର ମତ ରଖିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ଅଧିକ ପଢନ୍ତୁ...

ଓବାମା ଦେଖିଛନ୍ତି ଏଲଅନ !
ଓବାମା ଦେଖିଛନ୍ତି ଏଲଅନ !

ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧିରୁ ମାନବ ସଭ୍ୟତା ପାଇଁ କୌତୁହଳର ବିଷୟ ହୋଇରହିଛି ପରଗ୍ରହୀ ତଥା ଏଲିଅନ । ଚଳଚ୍ଚିତ୍ରରେ ମଧ୍ୟ ଏଲିଅନକୁ ନେଇ ଭିନ୍ନ ଭିନ୍ନ ପ୍ରୟୋଗ କରାଯାଇସାରିଛି । ହେଲେ ସତରେ କଣ ଏଲିଅନଙ୍କର କୌଣସି ସତ୍ତା ରହିଛି ? କେମିତି ସେମାନଙ୍କ ଜୀବନ ଶୈଳୀ । ଦେଖିବାକୁ କିଭଳି ରୂପ ? ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ...ତେବେ ଏହି ଏଲିଅନଙ୍କ ଉପରେ ନିଜର ମତ ରଖିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ।

ଏକ ଶୋ'ରେ ବାରାକ ଓବାମା ଏଲିଅନର ଅସ୍ତିତ୍ବକୁ ନେଇ ଅନେକ ରୋଚକ କଥା କହିଛନ୍ତି । ଓବାମା କହିଛନ୍ତି, ଏଲିଅନକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଧାରଣା ରହିଛି । ଯେତେବେଳେ 2008ରେ ସେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ, ସେବେ ଏଲିଅନଙ୍କ ବିଷୟରେ ଜାମିବାକୁ ତାଙ୍କର ବେଶ ଉତ୍ସାହ ଥିଲା ।

ଓବାମା ଜାଣିବାକୁ ଚାହୁଁଥିଲେ ଯେ କଣ ଏଭଳି କୌଣସି ବିଜ୍ଞାନଗାର ରହିଛି, ଯେଉଁଠି ଏହି ଏଲିଅନ କିମ୍ବା ଏମାନଙ୍କର ଅନ୍ତରୀକ୍ଷଯାନକୁ ରଖାଯାଏ । ସେ କହିଛନ୍ତି, ଏଭଳି କୌଣସି ଲ୍ୟାବ୍‌ ତ ନାହିଁ । ହେଲେ ଗୋଟିଏ କଥା ସତ । ଆଉ ତାହା ହେଉଛି, ଏଭଳି ଅନେକ ଫୁଟେଜ ଏବଂ ଭିଡିଓ ଯେଉଁଥିରେ ମହାକାଶରେ ରହସ୍ୟମୟ ବସ୍ତୁ ରଖାଯାଇପାରେ । ମାତ୍ର ଅନେକ ପ୍ରୟାସ ପରେ ମଧ୍ୟ ତାହା କଣ ଥିଲା, ଯାହାର ସନ୍ଧାନ ମିଳିପାରିନଥିବା କହିଛନ୍ତି ଓବାମା ।

ଓବାମା କହିଛନ୍ତି, ମୁଁ ଏଭଳି ଭିଡିଓ ଦେଖିଛି, ଯେଉଁଥିରେ ରହସ୍ୟମୟ ୟୁଏଫଓ ଆମେରିକାର ମିଲିଟାରୀ ଟାର୍ଗେଟକୁ ଭେଦ କରିବାର ପ୍ରୟାସ କରିଛନ୍ତି । ହେଲେ ବାସ୍ତବରେ ଅସୁବିଧା ଏହା କି ୟୁଏଫଓର ରୂପକୁ ବୁଝିବା ସହଜ ନୁହେଁ । ଏହାର ଗତିଶୀଳତା ଓ ବେଗ ମଧ୍ୟ ଆମେରିକା ସେନାଠାରୁ ଅନେକ ଗୁଣ ଅଧିକ ।

ବାରାକ କହିଛନ୍ତି, ଆମେ ସଠିକ ଭାବରେ କହିପାରିବୁ ନାହିଁ ଯେ ଏହା କଣ । ହେଲେ ଏତିକି କହିପାରିବି କି ଏମାନଙ୍କୁ ଗମ୍ଭୀରତାର ସହ ନେବା ଜରୁରୀ । ଏହା ଉପରେ କ୍ରମାଗତ ଅନୁସନ୍ଧାନର ଆବଶ୍ୟକତା ରହିଛି । ଏହା ବ୍ୟତୀତ ପାଖରେ ଆଉ ଅଧିକ ରିପୋର୍ଟ ନଥିବା କହିଛନ୍ତି ଓବାମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.