ରାଞ୍ଚି: ଝାଡଖଣ୍ଡ ଜିଲ୍ଲା ଗୋଡ୍ଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ ଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ଯୁବକଙ୍କ ଅପରେସନ ସମୟରେ ତାଙ୍କ ପେଟରେ ୟୁଟ୍ରସ, ଗର୍ଭାଶୟ, ଫାଲୋପିଆନ ଟ୍ୟୁବ ରହିଥିବା ଜଣାପଡିଛି (Female reproductive parts inside male body) । ଯାହାକି ସାଧାରଣତଃ ମହିଳାଙ୍କ ଶରୀରରେ ଦେଖାଯାଏ । ଏହି ଘଟଣା ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କେତେକ ଲୋକ ସେହି ଯୁବକଙ୍କୁ ଅର୍ଦ୍ଧନାରୀଶ୍ବରଙ୍କ ସ୍ବରୂପ ମଧ୍ୟ କହୁଛନ୍ତି ।
ସୂଚନା ମୁତାବକ, କିଛି ଦିନ ହେବ ସମ୍ପୃକ୍ତ ଯୁବକଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହେଉଥିଲା । ସେଥିପାଇଁ ସେ ଗୋଡ୍ଡାର ଏକ ମେଡିକାଲକୁ ଆସିଥିଲେ । ଅଲଟ୍ରାସାଉଣ୍ଡ ପରେ ତାଙ୍କ ପେଟର ଡାହାଣ ପାର୍ଶ୍ବରେ ଛୋଟବେଳୁ ହାର୍ନିଆ ରହିଥିବା ଜଣାପଡିଥିଲା । ଏହାସହିତ ତାଙ୍କର ବାମ ପାର୍ଶ୍ବରେ ଅଣ୍ଡକୋଷ ନଥିବା ଡାକ୍ତର ଦେଖିବାକୁ ପାଇଥିଲେ । ଏହାପରେ ଡାକ୍ତର ଯୁବକଙ୍କୁ ହାର୍ନିଆ ଅପରେସନ କରିବାକୁ କହିଥିଲେ । ସେହି ହସ୍ପିଟାଲରେ ଯୁବକଙ୍କ ଅପରେସନ ହେଲା । ମାତ୍ର ଅପରେସନ ସମୟରେ ଯୁବକଙ୍କ ପେଟରେ ମହିଳା ପ୍ରଜନନ ଅଙ୍ଗ ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଥିଲେ । ତାଙ୍କ ଶରୀରରେ ୟୁଟ୍ରସ, ଗର୍ଭାଶୟ ଓ ଫାଲୋପିଆନ ଟ୍ୟୁବ ଭଳି ପ୍ରଜନନ ଅଙ୍ଗ ରହିଥିଲା ।
ଏହାମଧ୍ୟ ପଢନ୍ତୁ: SHOCKING INCIDENT: ଶିକ୍ଷୟତ୍ରୀଙ୍କ ଆଖିରୁ ବାହାରୁଛି ପଥର, ଡାକ୍ତର ବି ଆଶ୍ଚର୍ଯ୍ୟ
ଏନେଇ ଡାକ୍ତର ତାରା ଶଙ୍କର ଝା କହିଛନ୍ତି ଯେ, ''ଏଭଳି ମାମଲା କୋଟିଏରେ ଗୋଟିଏ ଦେଖିବାକୁ ମିଳିଥାଏ । ଏହାକୁ ଟ୍ରୁ ହର୍ମା ଫ୍ରୋଡାଏଟ(True Hermaphrodite) କହନ୍ତି । ସେହିପରି ମେଡିକାଲ ଭାଷାରେ Persistent Mullerian duct syndrome କୁହାଯାଏ । ଯେଉଁଥିରେ ଗୋଟିଏ ପୁରୁଷ ଶରୀରରେ ଉଭୟ ପୁରୁଷ ଓ ସ୍ତ୍ରୀ ଲିଙ୍ଗର ଆଭ୍ୟନ୍ତରୀଣ ଅଙ୍ଗ ମହଜୁଦ ରହିଥାଏ ।'' ତେବେ ଯୁବକଙ୍କ ଶରୀରରେ ଏହି ପ୍ରଜନନ ଅଙ୍ଗ ମିଳିବା ପରେ ଡାକ୍ତରମାନେ ଅପରେସନ ମାଧ୍ୟମରେ ୟୁଟ୍ରସ, ଗର୍ଭାଶୟ ଓ ଫାଲୋପିଆନ ଟ୍ୟୁବ ବାହାର କରିଦେଇଛନ୍ତି । ବର୍ତ୍ତମାନ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ ଅନ୍ୟ ପୁରୁଷଙ୍କ ଭଳି ସ୍ବାଭାବିକ ଜୀବନ ଜିଇଁପାରିବେ ।''
ଡାକ୍ତର ଆହୁରିମଧ୍ୟ କହିଛନ୍ତି ଯେ, ''ଏହି ବିରଳ ମାମଲା ଅର୍ଦ୍ଧନାରୀଶ୍ବର ଶବ୍ଦକୁ ବାଇଲୋଜିକାଲି ପ୍ରମାଣିତ କରୁଛି । ତେବେ ସମ୍ପୃକ୍ତ ଯୁବକଙ୍କ ପରିଚୟ ଗୋପନ ରଖାଯାଇଛି । ଯୁବକ ଜଣକ ବିବାହିତ ହୋଇଥିବା ବେଳେ ସେ ନିଜର ଦାମ୍ପତ୍ୟ ଜୀବନ ସ୍ବାଭାବିକ ରୂପେ ଜିଇଁପାରିବେ । ''