ETV Bharat / bharat

ବାରାଣାସୀରେ ୟୁକ୍ରେନ ପର୍ଯ୍ୟଟକଙ୍କ ମୃତ୍ୟୁ, ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ - ୟୁକ୍ରେନ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ବାରାଣାସୀରେ ବିଦେଶୀ ପର୍ଯ୍ୟକଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ । ଗେଷ୍ଟ ହାଉସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ

ukraine tourist dies by suicide
ୟୁକ୍ରେନ ପର୍ଯ୍ୟଟକଙ୍କ ଆତ୍ମହତ୍ୟା
author img

By

Published : Dec 27, 2022, 9:17 AM IST

Updated : Dec 27, 2022, 2:15 PM IST

ଲକ୍ଷ୍ନୌ: ବାରାଣାସୀରେ ୟୁକ୍ରେନ ପର୍ଯ୍ୟଟକଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ । ଉତ୍ତରପ୍ରଦେଶ ଭେଲୁପୁର ଥାନା ଅନ୍ତର୍ଗତ ନାରଦ ଘାଟ ସ୍ଥିତ ଏକ ଗେଷ୍ଟହାଉସରୁ ବିଦେଶୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ପର୍ଯ୍ୟଟକ ଜଣକ ହେଲେ 50 ବର୍ଷୀୟ କୋଷ୍ଟିଆନ ବେନିଭ୍‌ । ଗତ ନଭେମ୍ବର 29 ତାରିଖରୁ ବାରାଣାସୀରେ ରହୁଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍‌ରେ ଦିଆଯିବ CERVAVAC Vaccine

ଗେଷ୍ଟ ହାଉସ ମାଲିକ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକଙ୍କ ରୁମ ଭିତରୁ କୌଣସି ଶବ୍ଦ ଶୁଭିନଥିଲା । ଏହାପରେ ଗେଷ୍ଟ ହାଉସ ମାଲିକ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବନ୍ଦ କୋଠରୀକୁ ଭାଙ୍ଗିଥିଲା । ଉକ୍ତ କୋଠରୀରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । କୋଠରୀର ଯାଞ୍ଚ ପରେ ମୃତ ବ୍ୟକ୍ତିଙ୍କ ଭିସା ଓ ପାସପୋର୍ଟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: BRS MLAs Poaching case: ତେଲେଙ୍ଗାନା ସରକାରଙ୍କୁ ଝଟକା, CBIକୁ ମାମଲା ସ୍ଥାନାନ୍ତର କଲେ ହାଇକୋର୍ଟ

ଗତ ନଭେମ୍ବର 29ରୁ କୋଷ୍ଟିଆନ ବେନିଭ୍‌ ଏହି ଗେଷ୍ଟ ହାଉସରେ ରହିବାକୁ ଆସିଥିଲେ । ସେବେଠାରୁ ସେ ଏଠାରେ ଥିଲେ । ବେନିଭ୍‌ ୟୁକ୍ରେନ ବାସିନ୍ଦା ଥିଲେ ଏବଂ ତାଙ୍କ ଭିସା 1 ଜାନୁଆରୀ 2023 ଯାଏ ବୈଧ ଥିଲା । ଗେଷ୍ଟ ହାଉସ ମାଲିକ କହିଛନ୍ତି, "ବେନିଭ୍‌ ଜଣେ ମେଳାପି ବ୍ୟକ୍ତିତ୍ବର ଥିଲେ । ସଭିଙ୍କ ସହ ହସୁଖୁସିରେ ଚଳୁଥିଲେ । କିନ୍ତୁ ହଠାତ ଏପରି ପଦକ୍ଷେପ ନେବେ ବିଶ୍ବାସ ହେଉନାହିଁ ।" ଅନ୍ୟପଟେ ପୋଲିସ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅତିରିକ୍ତ ପୋଲିସ କମିଶନର ସନ୍ତୋଷ କୁମାର ସିଂ କହିଛନ୍ତି, ୟୁକ୍ରେନ ପର୍ଯ୍ୟଟକ କୋଷ୍ଟିଆନ ବେନିଭ୍‌ ଭେଲୁପୁର ଥାନା ଅନ୍ତର୍ଗତ ନାରଦ ଘାଟ ସ୍ଥିତ ଗେଷ୍ଟହାଉସରେ ଆତ୍ମହତ୍ୟା କରିଛନ୍ତି । ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ସମ୍ପର୍କରେ ଦୂତାବାସଙ୍କୁ ସୂଚନା ଦିଆଯାଇଛି । ତେବେ ଉକ୍ତ କୋଠରୀରୁ କୌଣସି ସୁଇସାଇଡାଲ ନୋଟ୍‌ ମିଳିନାହିଁ । ତେଣୁ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ପର୍ଯ୍ୟଟନ ଦୃଷ୍ଟିକୋଣରୁ ବାରାଣାସୀକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଥିପାଇଁ ପ୍ରତିଦିନ ହଜାରହାଜର ବିଦେଶୀ ଲୋକ ଏଠାକୁ ଆସିଥାନ୍ତି । ପର୍ଯ୍ୟଟନ ଭିସା ସହ ଏଠାରେ ଅନେକ ଦିନ ରହିଥାନ୍ତି । କିନ୍ତୁ ଉକ୍ତ ପର୍ଯ୍ୟଟକଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

Last Updated : Dec 27, 2022, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.