ETV Bharat / bharat

ଆଫଗାନିସ୍ତାନ ପ୍ରସଙ୍ଗରେ ଏକାଠି ଆଲୋଚନା କଲେ ଭାରତ-ଆମେରିକା - ଭାରତୀୟ ବୈଦେଶିକ ସଚିବ

ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ଆସିଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଥୋମାସ ୱେଷ୍ଟ ଓ ଟିମ ସହ ଆଲୋଚନା କହିଛନ୍ତି ଭାରତର ବିଦୈଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ସୂଚନା ଦେଲେ ବୈଦେଶିକ ମନ୍ତ୍ରଣାଳୟ ସଚିବ । ଅଧିକ ପଢନ୍ତୁ

ଆଫଗାନିସ୍ତାନ ପ୍ରସଙ୍ଗରେ ଆମେରିକା ପ୍ରତିନଧି ଟିମଙ୍କ ସହ ଆଲୋଚନା କଲେ ବୈଦେଶିକ ସଚିବ

author img

By

Published : Nov 16, 2021, 9:37 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ଥୋମାସ ୱେଷ୍ଟଙ୍କ ନେନୃତ୍ବରେ ଭାରତ ଆସିଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଟିମ ସହ ଆଲୋଚନା କହିଛନ୍ତି ବିଦୈଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଆଜି (ମଙ୍ଗଳବାର ) ଉଭୟ ପକ୍ଷ ମଧ୍ୟରେ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ ଆଲୋଚନା ହୋଇଛି । ବର୍ତ୍ତମାନ ଆଫଗାନିସ୍ତାନରେ ସ୍ଥିତି ଓ ବିକାଶ ସମେତ ଅନ୍ୟାନ୍ୟ ସାଧାରଣ ପ୍ରସଙ୍ଗରେ ଭଭୟ ଦେଶର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି ଉଭୟ ପକ୍ଷ ।

ଆଜିର ବୈଠକର ପ୍ରସଙ୍ଗ ଓ ମତ ବିନିମୟ ସମ୍ପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ଆମେରିକର ଏହି ପ୍ରତିନିଧି ଦଳ ୟୁରୋପ ଓ ଏସିଆ ଗସ୍ତରେ ଆସି ବିଭିନ୍ନ ସହଯୋଗୀ ରାଷ୍ଟ୍ରମାନଙ୍କ ସହ ଆଫଗାନିସ୍ତାନ ପ୍ରସଙ୍ଗରେ କୁଟନୈତିକ ଆଲୋଚନା କରୁଛି । ଗତ ମାସରେ, ଥୋମାସନ ୱେଷ୍ଟକୁ ଆଫଗାନିସ୍ତାନ ବ୍ୟାପାର ପାଇଁ ସ୍ବରାଷ୍ଟ୍ର ପ୍ରତିନିଧି ତଥା ଉପ ସହକାରୀ ସଚିବ ଭାବରେ ମନୋନିତ କରିଥିଲା ଯୁକ୍ତରାଷ୍ଟ୍ର ଆମେରିକା ।

ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ସ୍ଥିରତା ଓ ଶାନ୍ତି ପ୍ରତ୍ୟାବର୍ତ୍ତନ ଦିଗରେ ଭାରତ ମଧ୍ୟ ନିଜର ଆଗ୍ରହ ବଢାଇଛି । ନିକଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନତୃତ୍ବରେ ଋଷ ଓ ଇରାନ ସମେତ ୭ ରାଷ୍ଟ୍ରର ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଫଗାନିସ୍ତାନରେ ସ୍ଥିରତା ପ୍ରତ୍ୟାବର୍ତ୍ତନ ହିଁ ମୁଖ୍ୟ ପ୍ରସଙ୍ଗ ଭାବେ ସ୍ଥାନ ପାଇଥିଲା । ସେଠାରେ ସ୍ଥିର ସରକାର ସହ ମାନବାଧିକାର ସୁରକ୍ଷା ସମ୍ପର୍କରେ ଅନ୍ୟ ଗାଣତାନ୍ତ୍ରିକ ଦେଶମାନଙ୍କର ଭୂମିକା କଣ ହେବା ଆବଶ୍ୟକ ତାହା ଉକ୍ତ ବୈଠକର ଆଲୋଚିତ ହୋଇଥିଲା ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.