ETV Bharat / bharat

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଲେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ

author img

By

Published : Feb 18, 2021, 8:57 PM IST

ଗୁରୁବାର ବିଦେଶୀ ରାଷ୍ଟ୍ରଦୂତଙ୍କ ଏହି ପ୍ରତିନିଧିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛନ୍ତି । ରାଜଭବନରେ ଉପରାଜ୍ୟପାଳଙ୍କ ସହିତ ବିଦେଶୀ ରାଷ୍ଟ୍ରଦୂତଙ୍କ ସାକ୍ଷାତକାର ହୋଇଛି । ଅଧିକ ପଢନ୍ତୁ...

LG ମନୋଜ ସିହ୍ନାଙ୍କୁ ଭେଟିଲେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ

ଶ୍ରୀନଗର: ଘାଟିରେ ସ୍ଥିତି ସମୀକ୍ଷା ପାଇଁ 2 ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି 24 ଦେଶର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ । ଗୁରୁବାର ବିଦେଶୀ ରାଷ୍ଟ୍ରଦୂତଙ୍କ ଏହି ପ୍ରତିନିଧିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଛନ୍ତି । ରାଜଭବନରେ ଉପରାଜ୍ୟପାଳଙ୍କ ସହିତ ବିଦେଶୀ ରାଷ୍ଟ୍ରଦୂତଙ୍କ ସାକ୍ଷାତକାର ହୋଇଛି ।

ଏହି ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଏଲଜି ମନୋଜ ସିହ୍ନା । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏଲଜି ମନୋଜ ସିହ୍ନାଙ୍କୁ ଭେଟିବା ପରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳର ସଦସ୍ୟ ଜମ୍ମୁ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଙ୍କଜ ମିତଲଙ୍କୁ ଭେଟିଥିଲେ ଏହି ବିଦେଶୀ ରାଷ୍ଟ୍ରଦୂତଙ୍କ ପ୍ରତିନିଧମଣ୍ଡଳ । ତେବେ ଦିଲ୍ଲୀ ଫେରିବା ପୂର୍ବରୁ ପ୍ରତିନିଧିମଣ୍ଡଳର ସଦସ୍ୟ ଡିଡିସି ଅଧ୍ୟକ୍ଷ, ସରପଞ୍ଚ ଓ ବରିଷ୍ଠ ଅଧିକାରୀଙ୍କୁ ସହ ସକ୍ଷାତ କରିବେ ।

ଜମ୍ମୁକାଶ୍ମୀର ଗସ୍ତରେ ଥିବା 24 ଜଣିଆ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ପରିଦର୍ଶନ କରି ଏଠାରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଦେଶୀ ପ୍ରତିନିଧିମଣ୍ଡଳରେ ସାମିଲ ବୋଲିଭିଆ ରାଷ୍ଟ୍ରଦୂତ ଜୁଆନ ଜୋଶ କୋର୍ଟେଜ ରୋଜାସ କହିଛନ୍ତି, ଆମେ ଯାହା ହୃଦୟଙ୍ଗମ କରୁଛୁ ତାହା ହେଉଛି ଏଠାରେ ଥିବା ଗଣତନ୍ତ୍ର । ଏହା ପ୍ରଭାବଶାଳୀ ଅଟେ । କେନ୍ଦ୍ର ସରକାର ନେଇଥିବା ରାଜନୈତିକ ନିଷ୍ପତ୍ତିରେ ଏଠାକାର ଲୋକମାନେ ଖୁସି ଅଛନ୍ତି ବୋଲି କହିଛନ୍ତି ଜୁଆନ ଜୋଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.