ETV Bharat / bharat

ମଣିପୁର ହିଂସା ପଛରେ ଚୀନର ଭୂମିକାକୁ ଏଡାଇ ହେବନାହିଁ: ପୂର୍ବତନ ସ୍ଥଳସେନା ମୁଖ୍ୟ

author img

By

Published : Jul 29, 2023, 10:37 PM IST

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ କହିଲେ ପୂର୍ବତନ ସେନାମୁଖ୍ୟ । କହିଲେ ଚୀନ ଦେଇଆସୁଛି ଉଗ୍ରବାଦୀଙ୍କୁ ଆର୍ଥିକ ସହାୟତା । ଅଧିକ ପଢନ୍ତୁ

ମଣିପୁର ହିଂସା ପଛରେ ଚୀନର ଭୂମିକାକୁ ଏଡାଇ ଦିଆଯାଇପାରିବ ନାହିଁ: ପୂର୍ବତନ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦୀର୍ଘ ପ୍ରାୟ 3 ମାସ ଧରି ଜାରି ରହିଥିବା ହିଂସାରେ ବିଦେଶୀ ଏଜେନ୍ସିର ହାତ ଥିବା କଥାକୁ ଏଡାଯାଇ ପାରିବ ନାହିଁ । ଏକାଧିକ ଉତ୍ତର-ପୂର୍ବ ରାଜ୍ୟରେ ବହୁ ବିଛିନ୍ନତାବାଦୀ ଓ ଉଗ୍ରବାଦୀ ସଂଗଠନ ଚୀନଠାରୁ ଆର୍ଥିକ ସହୟତା ପାଇଥାନ୍ତି । ତେଣୁ ଏହି ହିଂସା ପଛରେ ଚୀନର ସମ୍ପୃକ୍ତି ନଥିବା କହି ହେବନାହିଁ ବୋଲି କହିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ।

ଗତକାଲି (ଶୁକ୍ରବାର) ନୂଆଦିଲ୍ଲୀରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ 'ଜାତୀୟ ସୁରକ୍ଷା ଦୃଷ୍ଟିକୋଣ' ଶୀର୍ଷକ କାର୍ଯ୍ୟକ୍ରମରେ ଆଲୋଚନା ବେଳେ ଅଭିଭାଷଣ ରଖି ଜେନେରାଲ ନାରଓ୍ବାଣେ ମଣିପୁର ହିଂସା ନିୟନ୍ତ୍ରଣକୁ ନଆସିବାକୁ ନେଇ ଚୀନ ଦୃଷ୍ଟିକୋଣରୁ ତର୍ଜମା କରିଛନ୍ତି । କହିଛନ୍ତି,‘‘ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ପଡୋଶୀ ଦେଶ ହେଉ କି, ଆମ ସୀମାବର୍ତ୍ତୀ ରାଜ୍ୟରେ ମଧ୍ୟ ଅସ୍ଥିରତା ଥାଏ, ତେବେ ଏହା ସମଗ୍ର ଦେଶ ପାଇଁ ଶୁଭଙ୍କର ନୁହେଁ । ଏହା ଦେଶର ସାମଗ୍ରିକ ଜାତୀୟ ସୁରକ୍ଷା ପ୍ରତି ବିପଜ୍ଜନକ ।’’

ସେନାମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତାରୁ ଜେନେରାଲ ନରଓ୍ବାଣେ, ଏହି ହିଂସାର ବିଭିନ୍ନ ଦିଗକୁ ମଧ୍ୟ ତର୍ଜମା କରିଥିଲେ । କହିଥିଲେ, ଚୀନ ଉତ୍ତର-ପୂର୍ବ ରାଜ୍ୟର ଏକାଧିକ ବିଛିନ୍ନତାବାଦୀ ଓ ଉଗ୍ରବାଦୀ ଗୋଷ୍ଠୀକୁ ବହୁବର୍ଷ ହେଲାଣି ଆର୍ଥିକ ସହଯୋଗ କରିଆସୁଛି । ସେମାନେ ଏବେ ମଧ୍ୟ ଆର୍ଥିକ ସହଯୋଗ ଯୋଗାଇବାର ଲାଗିଛନ୍ତି । ତେଣୁ ଲାଗି ରହିଥିବା ହିଂସାରେ ବିଦେଶୀ ଏଜେନ୍ସିଙ୍କର ଭୂମିକା ନଥିବା କଥା କହିହେବନି । ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହଛି ଏବଂ ଶାନ୍ତି ଫେରିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଥିଲେ ।

ଏହା ମଧ୍ଯ ପଢନ୍ତୁ:- Manipur viral video: 2 ପୀଡିତାଙ୍କ ପରିବାରକୁ 10 ଲକ୍ଷ ଲାଖାଏଁ ସହାୟତା ଦେଲେ ରାଜ୍ୟପାଳ

ଅନ୍ଯପଟେ ଆଜି ମଣିପୁର ରାଜ୍ୟପାଳ ଅନସୂୟା ୟୁକେ ରାଜ୍ୟର ଏକାଧିକ ହିଂସା ପ୍ରଭାବିତ ସ୍ଥାନ ଓ ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେ ଆଜି ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ କିଛି ରିଲିଫ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠାରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତରେ ରାଜ୍ୟପାଳ ଭାଇରାଲ ଭିଡିଓରେ ନିର୍ଯାତନାର ଶିକାର ହୋଇଥିବା ଦୁଇ ମହିଳାଙ୍କ ପରିବାର ସଦସ୍ୟଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରତ୍ୟେକ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ ଚେକ ପ୍ରଦାନ କରିଛନ୍ତି ରାଜ୍ୟପାଳ । ସ୍ଥାନୀୟ ଲୋକଙ୍କୁ ହିଂସାରୁ ଦୂରେଇ ରହିବାକୁ ନିବେଦନ ମଧ୍ୟ କରିଛନ୍ତି । ଅନ୍ୟପଟେ ଆଜି ଠାରୁ ବରୋଧୀ ମହାମେଣ୍ଟ ‘ଇଣ୍ଡିଆ’ 21 ଜଣିଆ ପ୍ରତିନିଧି ଟିମ ମଧ୍ୟ ଦୁଇ ଦିନିଆ ମଣିପୁର ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.