ଲକ୍ଷ୍ନୌ: ସ୍ବାଧୀନତାରକୁ ନେଇ ଅଡିଂର ଇତିହାସ ଅତି ଗୌରବମୟ ରହିଛି । ଏଠାକାର ରାଜପୁତମାନେ ୧୮୫୭ ମସିହାର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ଇଂରେଜମାନଙ୍କୁ ମୁଣ୍ଡ ନୂଆଇଁବାକୁ ବାଧ୍ୟ କରାଇଥିଲେ । ୧୮ଶହ ଶତାବ୍ଦୀ ବେଳକୁ ଏଭଳି ବହୁ ଘଟଣା ଘଟିଥିଲା, ଯାହା ଦ୍ବାରା ଇଂରେଜ ସରକାରଙ୍କୁ ସ୍ତବ୍ଧ କରିଥିଲା । ୧୮୦୫ ମସିହାରେ ଇଂରେଜ ସୈନ୍ୟମାନେ ଭରତପୁର ଚାରି ଆଡ଼ୁ ଘେରି ୭ ଥର ତୋପରେ ଆକ୍ରମଣ କରିଥିଲେ । ଏହାସତ୍ତ୍ବେ ତାଙ୍କୁ ପରାଜୟବରଣ କରିବାକୁ ପଡ଼ିଥିଲା । ଏହି ଯୁଦ୍ଧରେ ଇଂରେଜର ୩୨୦୩ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । ଖାଲି ସେତିକି ନୁହେଁ ୮ରୁ ୧୦ ହଜାର ସୈନ୍ୟ ଗୁରୁତର ଆହତ ମଧ୍ୟ ହୋଇଥିଲେ । ବାଧ୍ୟ ହୋଇ ଇଂରେଜଙ୍କୁ ସେହି ସମୟରେ ସନ୍ଧୀ କରିବାକୁ ପଡ଼ିଥିଲା ।
୧୮୫୭ରେ ଦ୍ବିତୀୟ ଘଟଣା ଘଟିଥିଲା ମଥୁରା ଜିଲ୍ଲା ମୁଖ୍ୟାଳୟରୁ ୪୦ କିମି ଦୂରରେ ଥିବା ଅଡ଼ିଂ ଅଞ୍ଚଳରେ । ଏଠାରେ ଆନ୍ଦୋଳନକାରୀମାନେ ଅଦ୍ଭୁଦ ପରାକ୍ରମ ଦେଖାଇ ଇଂରେଜଙ୍କୁ ନାକେଦମ୍ କରି ଦେଇଥିଲେ । ଶେଷରେ ଇଂରେଜମାନଙ୍କୁ ଆନ୍ଦୋଳନକାରୀଙ୍କ ସହ ଛଳ କରିବାକୁ ପଡ଼ିଥିଲା । କଥାବର୍ତ୍ତା ବାହାନାରେ ଡକାଇ 8୦ ରାଜପୁତ ଆନ୍ଦୋଳନକାରୀଙ୍କୁ ବନ୍ଦୀ କରିନେଇଥିଲେ ଇଂରେଜ । ସେମାନଙ୍କୁ ଅଡ଼ିଂସ୍ଥିତ ରାଜା ଫୋନ୍ଦାମଲ ଦୁର୍ଗରେ ସାମୁହିକ ଫାଶୀ ଦିଆଯାଇଥିଲା । ଇତିହାସ ପୃଷ୍ଟାରେ ଆଜି ଏହି ଘଟଣା ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ
ଏହା ମଥୁରାରୁ ପ୍ରାୟ ୧୦ରୁ ୧୨ କିମି ଦୂରରେ ରହିଛି ଅଡ଼ିଂ ନାମକ ଗ୍ରାମ । ସେଠାରେ ଜାଟ ରାଜାଙ୍କ ଏକ ଦୂର୍ଗ ରହିଛି । ଏହି ଦୁର୍ଗ ୧୮୦୦ ଶତାବ୍ଦୀର । ଜାଟ ରାଜାଙ୍କ ସୈନ୍ୟବାହୀନି ଏଠାରେ ରହୁଥିଲେ । ୧୮୫୭ରେ ଏଠାରେ ଯେଉଁ ଜାଟ ରାଜା ଥିଲେ, ସେମାନେ ସ୍ବାଧୀନତା ସଂଗ୍ରାମରେ ଇଂରେଜ ସହ ଲଢ଼େଇ କରିଥିଲେ । କିଛି ରାଜା ଇଂରେଜମାନଙ୍କ ଶରଣ ନେଇଥିଲେ । ଯେଉଁମାନେ ଇଂରେଜମାନଙ୍କ ଶରଣ ନେଇନଥିଲେ ସେମାନଙ୍କ ବିପକ୍ଷରେ ଲଢ଼େଇ କରିଥିଲେ ଇଂରେଜ । ଦୁର୍ଗ ଅକ୍ତିଆର କରିବାକୁ ଇଂରେଜ କିଛି ସର୍ତ୍ତ ରଖିଥିଲେ । କିନ୍ତୁ ଏହାକୁ ମନା କରିଦେଇଥିଲେ ଜାଟ ରାଜା । ଫଳରେ ରାଜବଂଶର ୮୦ ଜଣଙ୍କୁ ଏଠାରେ ଫାଶୀ ଦିଆଯାଇଥିଲା । ପୂର୍ବରୁ ଏହା ତହସିଲ ଥିଲା ପରେ ୧୮୬୮ ଏହା ମଥୁରାକୁ ସ୍ଥାନାନ୍ତର ହୋଇଥିଲା । ଏହି ଦୁର୍ଗ ରାଜପୁତର ନିଖୁଣ କାରିଗରୀରେ ତିଆରି ହୋଇଥିଲା । କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଥିଲା ।
ଏହି ଦୁର୍ଗ ଆଜି ପୁରାନି ହବେଲିନାମରେ ବିଖ୍ୟାତ । ଜାଟମାନଙ୍କ ଦ୍ବାରା ତିଆରି ହୋଇଥିଲା ଫୋନ୍ଦାମଲ ଦୁର୍ଗ । ଯାହା ଫୋନ୍ଦାମଲ ହବେଲୀ ନାମରେ ମଧ୍ୟ ପରିଚିତ । ବର୍ତ୍ତମାନ ଏହି ସ୍ଥାନ ଧ୍ବସ୍ତବିଧ୍ବସ୍ତ ହୋଇ ପଡ଼ି ରହିଛି । ୧୮୫୭ର ସ୍ବାଧୀନତା ସଂଗ୍ରାମରେ ଛଳ କରି ଇଂରଜମାନେ ରାଜପୁତମାନଙ୍କୁ ଏଠାରେ ଫାଶୀ ଦେଇଥିଲେ । ସେମାନଙ୍କ ବଂଶଜ ଆଜି ଅଡ଼ିଂ ଗାଁରେ ରୁହନ୍ତି । ପରିବାରର ସଦସ୍ୟ ଓ ଗାଁ ଲୋକେ ମିଶି ଏହାର ମରାମିତ କରିବାକୁ ଅନେକ ପ୍ରୟାସ କରିଛନ୍ତି । ପୂର୍ବରୁ ଏଠାରେ ତହସିଲ ଓ ଥାନା ରହିଥିଲା । କିନ୍ତୁ ଆଜି ଏଠାରେ କିଛି ନାହିଁ । ଏଠାରେ ଶହୀଦ ସ୍ମାରକ ତିଆରି ପାଇଁ ଆଜି ବି ଆନ୍ଦୋଳନ ଜାରି ରହିଛି । କିନ୍ତୁ କେହି ଅଧିକାରୀ ଓ ନେତା ଏହାକୁ ନେଇ ଦୃଷ୍ଟି ଦେଉନାହାନ୍ତି ।
ଫୋନ୍ଦାମଲ ଦୁର୍ଗର ଉତ୍ତରାଧିକାରୀ ଥିଲେ ଭରତପୁରର ରାଜା ସୁରଜମଲ । ପୂର୍ବରୁ ଅଡି଼ଂ ଏକ ତହସିଲ କେନ୍ଦ୍ର ଥିଲା । କିନ୍ତୁ ୧୮୬୮ ମସିହାରେ ଏହାର ତହସିଲ ମାନ୍ୟତାକୁ ସମାପ୍ତ କରିଦେଇଥିଲେ । ଏହାର ପରିଚୟ ବଞ୍ଚାଇ ରଖିବାକୁ ବହୁ ଲୋକ ଅନେକ ଥର ଆନ୍ଦୋଳନ କରିଛନ୍ତି । କିନ୍ତୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଠାରୁ କେବଳ ଆଶ୍ବସନା ଛଡ଼ା ଆଉ କିଛି ମିଳିନାହିଁ । ପଦମ ସିଂହ ଏହି ବଂଶର ଷଷ୍ଠ ପିଢି଼ । ୧୨ ଏକର ଜମିରେ ଦୁର୍ଗ ତିଆରି ହୋଇଛି । କିନ୍ତୁ ଆଜି ଏହା ଧ୍ବଂଶ ବିଧ୍ବସ୍ତ ହୋଇ ପଡ଼ି ରହିଛି ।
ରାଜପୁତଙ୍କ ବଂଶ ଶେଷ କରିବାକୁ ଇଂରେଜମାନେ ରାଜପୁତମାନଙ୍କୁ ସାମୁହିକ ଫାଶୀ ଦେଇଥିଲେ । ଏହି ଘଟଣା ପରେ ରାଜପୁତର ଜଣେ ମାତ୍ର ହର ଦେବୀ ନାମକ ମହିଳା ଗର୍ଭବତୀ ଥିଲେ । ତାଙ୍କ ପରେ ପ୍ରଥମ ପିଢ଼ି ଢୋକଲା ସିଂହ, ଦ୍ବିତୀୟ ପିଢ଼ି ସୀତାରାମ, ତୃତୀୟ ପିଢ଼ି ଗମ୍ଭୀରା ସିଂହ, ଚତୁ୍ର୍ଥ ପିଢି଼ ସୀତାରାମ, ପଞ୍ଚମ ପିଢ଼ି ବାବା ହରଦେବ ସିଂହ ପୂର୍ବଜ ଭାବରେ ଗଣା ଯାଉଛି । ତାଙ୍କ ପରେ ବୃଦ୍ଧ ପଦମ ସିଂହ ଏବେ ଜିବୀତ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ