ETV Bharat / bharat

ବ୍ରିଟେନ ରାଣୀ ଏଲିଜାବେଥ୍‌ଙ୍କ ଦେହାନ୍ତ, ଦିନିକିଆ ଶୋକ ଦିବସ ପାଳିବ ଭାରତ - ଦିନିକିଆ ଶୋକ ପାଳିବ ଭାରତ

ଆଉ ନାହାନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ (Demise of Britains Queen Elizabeth Second) ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହାକୁ ନେଇ ଭାରତରେ ଦିନିକିଆ ଶୋକ ପାଳନ କରାଯିବ । ଅଧିକ ପଢ଼ନ୍ତୁ

Following demise of Britains Queen Elizabeth Second Indian govt decided to observe state mourning
ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଦେହାନ୍ତ, ଦିନିକିଆ ଶୋକ ପାଳିବ ଭାରତ
author img

By

Published : Sep 9, 2022, 4:15 PM IST

Updated : Sep 9, 2022, 4:28 PM IST

ହାଇଦ୍ରାବାଦ: ୯୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ମହାରାଣୀଙ୍କ ମହାପ୍ରୟାଣରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବ ବ୍ରିଟେନ(demise of Britains Queen Elizabeth Second) । ଏହି କ୍ରମରେ ଭାରତ ମଧ୍ୟ ମହାରାଣୀଙ୍କ ବିୟୋଗରେ ଦିନିକିଆ ଶୋକ ପାଳନ କରିବ । ସେପ୍ଟେମ୍ବର ୧୧ ତାରିଖରେ ଶୋକ ଦିବସ ପାଳନ କରିବା ନେଇ ସୂଚନା ଦେଇଛି ଭାରତ ।

ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ରାଜା ହୋଇଛନ୍ତି ତାଙ୍କ ଜ୍ୟୋଷ୍ଠ ପୁତ୍ର ଚାର୍ଲ୍ସ ତୃତୀୟ । ଖୁବଶୀଘ୍ର ନୂଆ ରାଜାଙ୍କ ରାଜାଭିଷେକ ହେବ । ବ୍ରିଟେନ ରାଜଗାଦିରେ ବସିବାକୁ ଥିବା ଯୁବରାଜ ଚାର୍ଲ୍ସ ୭୩ ବର୍ଷ ବୟସରେ ସବୁଠୁ ବୟସ୍କ ରାଜା ଭାବେ ରାଜଭାର ସମ୍ଭାଳିବେ । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଚାରି ସନ୍ତାନ ମଧ୍ୟରୁ ସବୁଠୁ ବଡ ହେଉଛନ୍ତି ଯୁବରାଜ ଚାର୍ଲ୍ସ । ମହାରାଣୀଙ୍କ ମୃତ୍ୟୁ ପରେ ଆନୁଷ୍ଠାନିକ ଭାବେ ନୂଆ ରାଜା ଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ: Queen Elizabeth Death: ବ୍ରିଟେନର ମହାରାଜା ହେଲେ ଯୁବରାଜ ଚାର୍ଲ୍ସ

ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ହୋଇଛି । ଗତବର୍ଷ ଅକ୍ଟୋବରରୁ ସେ ଅସୁସ୍ଥ ଥିଲେ । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ଶାସନ ଗାଦିରେ ବସିଥିଲେ ମହାରାଣୀ । ମହାରାଣୀଙ୍କ ମୃତ୍ୟୁ ପରେ ଚାର୍ଲ୍ସ ତୃତୀୟଙ୍କ ଜ୍ୟୋଷ୍ଠ ପୁତ୍ର ହେନରୀ ଯୁବରାଜ ହୋଇଛନ୍ତି । ମହାରାଣୀଙ୍କ ବିୟୋଗ ଖବର ମିଳିବା ପରେ ସେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଖୁବଶୀଘ୍ର ସେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବେ ବୋଲି ଜଣା ପଡ଼ିଛି ।

ବ୍ରିଟିଶ ରାଜତନ୍ତ୍ର ଅଧିକାରୀଙ୍କ ଅନୁଯାୟୀ, ଚାର୍ଲ୍ସ 'କିଙ୍ଗ ଚାର୍ଲ୍ସ ଥାର୍ଡ' ବା 'ମହାରାଜ ଚାର୍ଲ୍ସ ତୃତୀୟ' ନାମରେ ସିଂହାସନ ଆରୋହଣ କରିବେ । ଚାର୍ଲ୍ସ ରାଜଗାଦିରେ ବସିବା ପରେ ତାଙ୍କ ପତ୍ନୀ ରାଣୀ ହେବେ ବୋଲି ପୂର୍ବରୁ ରାଣୀ ଏଲିଜାବେଥ ଘୋଷଣା କରିଥିଲେ । ତେବେ ଯୁବରାଜ ଚାର୍ଲ୍ସଙ୍କ ରାଜଭିଷେକର ତାରିଖ ସ୍ଥିର ହୋଇନାହିଁ । ଜନ୍ମରୁ ହିଁ ବ୍ରିଟିଶ ରାଜଗାଦି ସମ୍ଭାଳିବାକୁ ପ୍ରସ୍ତୁତ ହେଉଥିବା ଚାର୍ଲ୍ସ ରାଜତନ୍ତ୍ରର ଆଧୁନିକରଣରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ତେବେ ଚାର୍ଲ୍ସ ବ୍ରିଟେନ ରାଜପରିବାରର ପ୍ରଥମ ଉତ୍ତରାଧିକାରୀ ଅଟନ୍ତି, ଯାହାଙ୍କ ଶିକ୍ଷା ଘରେ ହୋଇନାହିଁ । ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବାରେ ସେ ରାଜପରିବାରର ପ୍ରଥମ ସଦସ୍ୟ । ସେ ବର୍ତ୍ତମାନ ୭୩ ବର୍ଷ ବୟସରେ ବ୍ରିଟେନ ସିଂହାସନ ଆରୋହଣ କରିବେ ।

Last Updated : Sep 9, 2022, 4:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.