ETV Bharat / bharat

ରାଜଧାନୀରେ ପ୍ରଦୂଷଣକୁ ବୃଦ୍ଧି କରୁଛି କୁହୁଡି - Fog engulfs several parts

ଉତ୍ତର ଓ ଉତ୍ତର-ପୂର୍ବର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ପରିଲିକ୍ଷିତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ପ୍ରଦୂଷଣକୁ ବୃଦ୍ଧି କରୁଛି କୁହୁଡି
ପ୍ରଦୂଷଣକୁ ବୃଦ୍ଧି କରୁଛି କୁହୁଡି
author img

By

Published : Feb 3, 2021, 1:12 PM IST

ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀରେ ପ୍ରବଳ କୁହୁଡି ପ୍ରବାହ ହୋଇଛି । ଉତ୍ତର ଓ ଉତ୍ତର-ପୂର୍ବର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡି ପରିଲିକ୍ଷିତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। କୁହୁଡି ପ୍ରବାହ ପାଇଁ ଦିଲ୍ଲୀ ବାୟୁ ପ୍ରଦୂଷଣ ବି ବଢିବାରେ ଲାଗିଛି ।

ଆଜି ସକାଳ 5ଟା 30ସୁଦ୍ଧା ଦକ୍ଷିଣ ପୂର୍ବରେ କେତେକ ଅଞ୍ଚଳରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିବା ଟ୍ବାଟ କରି ସୂଚନା ଦେଇଛି ପାଣିପାଗ ବିଭାଗ । ପୂର୍ବ ଉତ୍ତରପ୍ରଦେଶ ଓ ବିହାରର କେତେକ ଅଞ୍ଚଳରେ ଘନ କୁହୁଡି ପରିଲିକ୍ଷିତ ହୋଇଛି । ଏହା ସହିତ ଚାନ୍ଦିନ ଚୌକ ଓ ମୁଜାଫାରପୁରରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଆସାମ, ମେଘାଳୟ ନାଗାଲାଣ୍ଡ, ମଣିପୁର, ମିଜୋରାମ, ଏବଂ ତ୍ରିପୁରାରେ ଘନ କୁହୁଡି ଦେଖାଯାଇଥିବା ସୂଚନା ଦେଇଛି ଆଇଏମଡି। ପ୍ରବଳ କୁହୁଡି ପ୍ରବାହ କାରଣରୁ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦୃଶ୍ୟମାନରେ ଅସୁବିଧା ପରିଲିକ୍ଷିତ ହୋଇଛି ।

କୁହୁଡି ପ୍ରବାହ କାରଣରୁ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏୟାର ଏକ୍ୟୁଆଇ ମାନରେ ବାୟୁ ଗୁଣବତ୍ତା 362ରେର୍କଡ ହୋଇଥିବା କହିଛି ସଫାର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଦିଲ୍ଲୀର ଖରାପ ବାୟୁ ପାଇଁ ଅଧିକାଂଶ ଲୋକଙ୍କ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି । ଦିଲ୍ଲୀ ପ୍ରଦୂଷଣରେ ଦନ୍ତସନ୍ତ ହୋଇଛନ୍ତି ଦିଲ୍ଲୀବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.