ETV Bharat / bharat

Kaushal Deekshant Samaroh: ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶର ଏକତ୍ରୀକରଣକୁ ଗୁରୁତ୍ୱ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । କହିଲେ ଯୁବଶକ୍ତି ସଶକ୍ତ ହେଲେ ଦେଶ ଶସକ୍ତ ହେବ । ଦେଶରେ ଦକ୍ଷତାକୁ ସମ୍ମାନ ଦେବା ପାଇଁ ଏହା ଏକ ବଡ ଅବସର କହିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Kaushal Deekshant Samaroh: ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରିବା ଦିଗରେ ଗୁରୁତ୍ୱ

author img

By ETV Bharat Odisha Team

Published : Oct 12, 2023, 7:32 PM IST

ନୂଆଦିଲ୍ଲୀ: ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି । କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବଶକ୍ତି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ । ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି । ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦକ୍ଷତାକୁ ସମ୍ମାନ ଦେବା ଓ ଦେଶରେ ଥିବା ଦକ୍ଷତା ପ୍ରତିଭାକୁ ସମ୍ମାନିତ କରିବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହ ଏକ ବିଶେଷ କାର୍ଯ୍ୟକ୍ରମ । ଏହି ବାର୍ଷିକ ଦକ୍ଷତା ସମାବର୍ତ୍ତନ ସମାରୋହରେ ସ୍କିଲ୍ ସାର୍ଟିଫିକେଟ୍ ଗ୍ରହଣ କରିଥିବା ଦକ୍ଷତା ପରିସଂସ୍ଥାନର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି ।

ଏହା ସହ ସ୍କିଲ୍ ସାର୍ଟିଫିକେସନରେ ମହିଳାଙ୍କ ସଂଖ୍ୟା ବଢିବା ଖୁସିର ବିଷୟ । ବିଗତ ବର୍ଷଗୁଡିକରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଭାରତରେ ୨୦୧୭ ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ସ୍କିଲ୍ ଇକୋସିଷ୍ଟମରେ ୧.୫ କୋଟି ନାଗରିକ ସାମିଲ ହୋଇଛନ୍ତି । ବିଶ୍ୱରେ ଦକ୍ଷତା ପରବର୍ତ୍ତନଶୀଳ । ଆମ ସ୍କିଲିଂ ଇକୋସିଷ୍ଟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ ।

ଏହା ମଧ୍ୟ ପଢନ୍ତୁ:- LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ଦ୍ୱାରା ଉଭା ହେଉଥିବା କ୍ଷେତ୍ରଗୁଡିକରେ ସ୍କିଲର କୋର୍ସ ପ୍ରସ୍ତୁତ କରାଯାଉଛି ଓ ଏହାକୁ ସ୍କୁଲର ପାଠ୍ୟକ୍ରମରେ ଯୋଡାଯାଉଛି । ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ସ୍କିଲ୍ ଆବଶ୍ୟକତାକୁ ପୂରଣ କରିବା ଓ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯାଉଛି ।

ସୂଚନାଯୋଗ୍ୟ, ଏହି ଅବସରରେ ଦେଶବ୍ୟାପୀ ଥିବା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଇଟିଆଇ, ଏନଏସଟିଆଇ ଏବଂ ଉଦ୍ୟୋଗୀ ବିକାଶ ଯୋଜନାର ସଂକ୍ଷିପ୍ତ ତାଲିମପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ୧୨ଟି ଭାରତୀୟ ଭାଷାରେ ଆଇଟିଆଇ ପୁସ୍ତକ ଉନ୍ମୋଚନ ସହ ଉଦ୍ୟୋଗୀ ବିକାଶ ସମ୍ପର୍କିତ ହ୍ୟାଣ୍ଡବୁକର ଲୋକାର୍ପଣ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.