ETV Bharat / bharat

ଆସାମରେ ବନ୍ୟା ବିତ୍ପାତ: ପାଣିଘେରରେ ୧୭ ଜିଲ୍ଲା, ୭ ମୃତ

author img

By

Published : Jul 16, 2023, 7:51 PM IST

ମୌସୁମୀ ପ୍ରଭାବରେ ଆସାମରେ ଭୟଙ୍କର ବନ୍ୟାସ୍ଥିତି । ରାଜ୍ୟର ପ୍ରାୟ ୧୭ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

flood situation in Assam
ଆସାମରେ ବନ୍ୟା

ଗୌହାଟୀ: ଆସାମରେ ଭୟଙ୍କର ବନ୍ୟାସ୍ଥିତି । ଚାରିଆଡ଼େ ଦେଖିବାକୁ ମିଳିଛି ଜଳ ପ୍ରଳୟର ଚିତ୍ର । ବନ୍ୟା ଯୋଗୁଁ ରାଜ୍ୟ ଅନେକ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୧୭ଟି ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଲୋକେ ଜଳ ଘେରରେ ରହିଛନ୍ତି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପ୍‌ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଅନୁଯାୟୀ, ରାଜ୍ୟରେ ମୌସୁମୀ ଜନିତ ଲଗାଣ ବର୍ଷା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ବକ୍ସା, ବିଶ୍ବନାଥ, ବୋଙ୍ଗାଇଗାଓଁ, ଚିରଙ୍ଗ, ଧମାଜୀ, ଧୁବ୍ରି, ଦିବ୍ରୁଗଡ଼, ଜୋରାତ, ଲକ୍ଷ୍ମୀପୁର, ମଜୁଳି, ମୋରିଗାଓଁ, ନାଗାଓଁ , ଶିବସାଗର, ସୋନିତପୁର, ତାମୁଲପୁର, ତିନ୍ସୁକିଆ, ଜିଲ୍ଲାରେ ବନ୍ୟା ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ମୋଟ ୧ ଲକ୍ଷ ୭ ହଜାର ୮୨୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବନ୍ୟାରେ ୪୧୬୮.୪୦ ହେକ୍ଚରେ ଚାଷଜମି ନଷ୍ଟ ହୋଇଥିବା ବେଳେ ୭୨,୩୧୫ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Assam Flood: ଆସାମରେ ପୁଣି ବନ୍ୟା ସ୍ଥିତି, 6 ଜିଲ୍ଲା ପ୍ରଭାବିତ

ରାଜ୍ୟର ସମସ୍ତ ନଦୀରେ ବର୍ତ୍ତମାନ ସୁଦ୍ଧା ବନ୍ୟା ଜଳ ବିପଦ ସଂକେତ ଛୁଇଁ ନଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବସର୍ମା ସୂଚନା ଦେଇଛନ୍ତି । ଅନ୍ୟପଟେ ବକ୍ସାର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛନ୍ତି, କୁରିଚୁ ଡ୍ୟାମ୍‌ ଖୋଲିବା ସତ୍ତ୍ବେ ଆସାମରେ ତଳମୁଣ୍ଡରେ ଥିବା ଚାରୋଟି ନଦୀରେ ପାଣି ବିପଦ ସଂକେତ ଅତିକ୍ରମ କରିନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ସମସ୍ତ ପରିସ୍ଥିତିକୁ ନେଇ ପ୍ରଶାସନ ଆଗୁଆ ସତର୍କ ରହିଛି । ଲଗାତାର ବର୍ଷା ଯୋଗୁଁ ଶୁକ୍ରବାର ଅପରାହ୍ନ ୪ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ବିପଦ ସଂକେତର ନିକଟତର ହୋଇଥିଲା । କିନ୍ତୁ ଶନିବାର ବେଳକୁ ପାଣି ଖସିଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ନେଇ ଭୁଟାନ ସୀମବର୍ତ୍ତୀ ପଶ୍ଚିମ ଜିଲ୍ଲା ମାନଙ୍କରେ ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବସର୍ମା ନୂଆଦିଲ୍ଲୀରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ବନ୍ୟା ପ୍ରଭାବିତଙ୍କ ପାଇଁ ୯୩ଟି ରିଲିଫ କ୍ୟାମ୍ପ୍‌ ସ୍ଥାପନ କରାଯାଇଛି । ସେଠାରେ ସେମାନଙ୍କୁ ଜରୁରୀ ଚିକିତ୍ସା, ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.