ETV Bharat / bharat

ଗୋଟିଏ ରାତି ବର୍ଷାରେ ଉବୁଟୁବୁ ଚେନ୍ନାଇ, ବନ୍ୟା ସତର୍କତା ଜାରି - ଚେନ୍ନାଇରେ ପ୍ରବଳ ବର୍ଷା

୨୦୧୫ ପରେ ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ । ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ବନ୍ୟା ସତର୍କତା ଜାରି । ଅଧିକ ପଢନ୍ତୁ...

ଗୋଟିଏ ରାତି ବର୍ଷାରେ ଉବୁଟୁବୁ ଚେନ୍ନାଇ, ବନ୍ୟା ସତର୍କତା ଜାରି

author img

By

Published : Nov 7, 2021, 2:20 PM IST

ଚେନ୍ନାଇ: ବର୍ଷାରେ ଉବୁଟୁବୁ ଚେନ୍ନାଇ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ସହର ଏବଂ ଏହାର ଉପସହର ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି । ୨୦୧୫ ପରେ ଏହା ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବା କୁହାଯାଉଛି । ତେବେ ଏହାକୁ ନେଇ ଆଜି(ରବିବାର) ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ବନ୍ୟା ସତର୍କ ସୂଚନା ଜାରି କରିଛନ୍ତି ।

ଗତ ୧୦ ଘଣ୍ଟା ମଧ୍ୟରେ ସହରରେ ୧୪ ସେ.ମି ବର୍ଷା ରେକର୍ଡ କରାଯାଇଛି । ମେଟ୍ରୋ ୱାଟର ଏବଂ PWD ସମେତ ସ୍ଥାନୀୟ ଅଧିକାରୀ ଚେମ୍ବରବାକ୍କମ ହ୍ରଦରୁ ଜଳ ଛଡାଯିବା ଉଚିତ୍ କି ନାହିଁ ସେନେଇ ଆଲୋଚନା କରୁଛନ୍ତି । ଏନେଇ ଆନ୍ନା ନଗର ଏବଂ ସତ୍ୟନଗର ଅଞ୍ଚଳରେ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି । ଅଧିକାରୀମାନେ ଅଞ୍ଚଳର ସ୍ଥିତି ଯାଞ୍ଚ କରୁଛନ୍ତି ।

ଆରବ ସାଗରରେ ଗୋଟିଏ ଲଘୁଚାପ ହୋଇଛି ଏବଂ ଆଣ୍ଡାମାନ ସାଗରରେ ହେବାକୁ ଥିବା ଆଉ ଏକ ଲଘୁଚାପ ଯୋଗୁଁ ଚେନ୍ନାଇ ପ୍ରବଳ ବର୍ଷା ହେବ ହେବ ବୋଲି ତାମିଲନାଡୁ ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.