ETV Bharat / bharat

ମହାମାରୀ କୋରୋନା; ଚୀନ ଜୈବିକ ଅସ୍ତ୍ରର ପ୍ରଭାବ କି ? - ଚୀନ

କୋରୋନା ଭୂତାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମଗ୍ର ବିଶ୍ବକୁ ସ୍ତବ୍ଧ କରିଛି ଚୀନ । ଏନେଇ 2015ରୁ ଚଳାଇଥିଲା ଷଡଯନ୍ତ୍ର । ଅଧିକ ପଢନ୍ତୁ...

ମାହାମାରୀ କୋରୋନା
ମାହାମାରୀ କୋରୋନା
author img

By

Published : May 10, 2021, 1:51 PM IST

ବେଜିଂ: ଭାରତ ପାଇଁ ଷଡଯନ୍ତ୍ର ରଚିଥିଲା ଚୀନ । କୋରୋନା ଭୂତାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରି ସମଗ୍ର ବିଶ୍ବକୁ ସ୍ତବ୍ଧ କରିଛି ଚୀନ । କୋରୋନା ଭୂତାଣୁକୁ ଜୈବ ଅସ୍ତ୍ରରେ ପ୍ରୟୋଗ କରିବା ଲାଗି ଚୀନର ବୈଜ୍ଞାନିକମାନେ କାର୍ଯ୍ୟ କରୁଥିବା ଜଣାପଡିଛି । ଏ ନେଇ 2015ରୁ ଚୀନ ଯୋଜନା କରୁଥିବା ଜଣାପଡିଛି । ଏହା ସହିତ ତୃତୀୟ ବିଶ୍ବ ଯୁଦ୍ଧରେ ଏହି ଜୈବ ଅସ୍ତ୍ରକୁ ବ୍ୟବହାର ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଆମେରିକାର ବୈଦେଶିକ ବିଭାଗକୁ ମିଳିଥିବା ଦସ୍ତାବିଜ ଦର୍ଶାଇ ଗଣମାଧ୍ୟମ ରିପୋର୍ଟରେ ଏହା ଦାବି ହୋଇଛି ।

ବ୍ରିଟେନର 'ଦି ସନ' ଖବରକାଗଜ 'ଦ ଅଷ୍ଟ୍ରେଲିୟନ' ତରଫରୁ ଜାରି ହୋଇଥିବା ରିପୋର୍ଟରୁ କହିଛି କି ଆମେରିକା ବୈଦେଶିକ ବିଭାଗ ହାତରେ ଲାଗିଥିବା ବିସ୍ଫୋଟର ଦସ୍ତାବିଜରୁ ଏହା ଜଣାପଡିଛି କି ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) କମାଣ୍ଡର ଏହି ସାଂଘାତିକ ଘଟଣାର ପୂର୍ବାନୁମାନ କରିଛନ୍ତି ।

ଆମେରିକା ଅଧିକାରୀଙ୍କୁ ମିଳିଥିବା ଦସ୍ତାବିଜରେ 2015ରୁ ଚୀନର ବେସାରିକ ବୈଜ୍ଞାନିକ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା କୋଭିଡ-19ର ଉତ୍ପତ୍ତି ନେଇ ସେମାନେ ଯାଞ୍ଚ କରୁଥିଲେ । ଚୀନ ବୈଜ୍ଞାନିକମାନେ ସାର୍ସ କୋରୋନା ଭୂତାଣୁ ଜୈବିକ ଅସ୍ତ୍ରର ଏକ ନୂଆ ଯୁଗ ବୋଲି ଉଲ୍ଲେଖ୍ୟ କରିଥିଲେ । କୋରୋନା ଯାହାର ଏକ ଉଦାହରଣ । ପିଏଲଏର ଦସ୍ତାବିଜରେ ଏହା ଦର୍ଶାଯାଇଛି ଯେ, ଜୈବ ଅସ୍ତ୍ରର ଆକ୍ରମଣରେ ଶତ୍ରୁର ଚିକିତ୍ସା ବ୍ୟବସ୍ଥାକୁ ନଷ୍ଟ କରାଯାଇ ପାରିବ ।

ଏହି ଦସ୍ତାବିଜରେ ଆମେରିକାର ବାୟୁସେନା କର୍ଣ୍ଣେଲ ମାଇକେଲ କହିଛନ୍ତି ତୃତୀୟ ବିଶ୍ବ ଯୁଦ୍ଧ ପାଇଁ କେବଳ ଏପରି ଜୈବବୋମା ବ୍ୟବହୃତ ହେବ ବୋଲି ଭବିଷ୍ୟବାଣୀ କରାଯାଇଥିଲା । ଦସ୍ତାବିଜରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ 2003 ମସିହାରେ ଚାଇନାରେ ବ୍ୟାପିଥିବା ସାର୍ସ ମନୁଷ୍ୟ ଦ୍ବାରା ନିର୍ମିତ ଜୈବ-ଅସ୍ତ୍ର ହୋଇପାରେ, ଯାହାକୁ ଜାଣିଶୁଣି ସାରା ଦେଶରେ ବିସ୍ତୃତ କରଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.