ETV Bharat / bharat

ଜୟପୁରରେ ଲଜ୍ଜା: ୫ବର୍ଷର ଝିଅକୁ ଦୁଷ୍କର୍ମ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର - ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଉଦ୍ଧାର

ରାଜଧାନୀ ରାଜସ୍ଥାନର ପ୍ରତାପ ନଗର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଜୟପୁରରେ ଲଜ୍ଜା : ୫ବର୍ଷର ଝିଅକୁ ଦୁଷ୍କର୍ମ କରିଲା ପଡ଼ାେଶୀ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଉଦ୍ଧାର

author img

By

Published : Jun 13, 2022, 10:46 PM IST

ଜୟପୁର: ରାଜସ୍ଥାନର ପ୍ରତାପ ନଗର ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ଜଣେ ୫ବର୍ଷର ଝିଅକୁ କରାଯାଇଛି ଦୁଷ୍କର୍ମ । ଝିଅଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ପଡୋଶୀରେ ରହୁଥିବା ଜଣେ ୧୫ବର୍ଷୀୟ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନାରୁ ପ୍ରକାଶ । ନାବାଳକ ଜଣକ ଏହି ଝିଅକୁ କୋଠରୀକୁ ନେଇ ସେଠାରେ ଦୁଷ୍କର୍ମ କରି ପଳାଇ ଯାଇଥିଲା।

ଏନେଇ ପରିବାର ଲୋକେ ଚିକିତ୍ସା ନିମନ୍ତେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ ତତ୍ବାବଧାନରେ ଶିଶୁର ଚିକିତ୍ସା କରାଯାଉଛି ।

ସୂଚନାନୁସାରେ ନାବାଳକ ଜଣକ ଝିଅକୁ ଚକୋଲେଟର ପ୍ରଲୋଭନ ଦେଖାଇ କୋଠରୀକୁ ନେଇ ଯାଇଥିଲେ । ପ୍ରତାପ ନଗର ପୋଲିସ ଷ୍ଟେସନ ଅନୁଯାୟୀ ରବିବାର ଅପରାହ୍ନରେ ଝିଅଟି ତାଙ୍କ ଘର ନିକଟରେ ଖେଳୁଥିଲା । ସେହି ସମୟରେ ପଡୋଶୀ ଅଞ୍ଚଳରେ ରହୁଥିବା ଜଣେ ୧୫ ବର୍ଷର ନାବାଳକ ଝିଅକୁ କୋଠରୀକୁ ନେଇ ଦୁଷ୍କର୍ମ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.