ETV Bharat / bharat

ଅଟଳ ଟନେଲର ରେକର୍ଡ, ରବିବାର ଗଲା 5,450 ଯାନ - ଲାହୋଲ୍-ସ୍ପୀତି ପାଇଁ ଅଟଳ ଟନେଲ୍ ରୋହତାଙ୍ଗ

ଅଟଳ ଟନେଲ ଦେଇ ରବିବାର ଦିନ ରେକର୍ଡ ସଂଖ୍ୟକ 5 ହଜାର 450 ଯାନ ଯାଇଛି । ଟନେଲର ଉଦଘାଟନ ପରଠାରୁ ଏହା ଟନେଲ ଦେଇ ଯାଇଥିବା ସର୍ବାଧିକ ସଂଖ୍ୟକ ଯାନ ଅଟେ । ଅଧିକ ପଢନ୍ତୁ...

ଅଟଳ ଟନେଲ ଦେଶର ସୁରକ୍ଷା ଏବଂ ପର୍ଯ୍ୟଟନ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ

author img

By

Published : Dec 28, 2020, 10:21 AM IST

ସିମ୍‌ଲା : ଶୀତ ଦିନରେ ସମଗ୍ର ରାଜ୍ୟରୁ ବିଚ୍ଛିନ୍ନ ରହୁଥିବା ଲାହୋଲ୍-ସ୍ପୀତି ପାଇଁ ଅଟଳ ଟନେଲ୍ ରୋହତାଙ୍ଗ ଏକ ନୂତନ ଉପହାର ନେଇ ଆସିଛି । ଟନେଲ ଦେଇ ରବିବାର ଦିନ ରେକର୍ଡ ସଂଖ୍ୟକ 5 ହଜାର 450 ଯାନ ଯାଇଛି । ଟନେଲର ଉଦଘାଟନ ପରଠାରୁ ଏହା ଟନେଲ ଦେଇ ଯାଇଥିବା ସର୍ବାଧିକ ସଂଖ୍ୟକ ଯାନ ଅଟେ । ଟନେଲ ଖୋଲିବା ପରେ ଥଣ୍ଡା ଏବଂ ତୁଷାରପାତ ସତ୍ତ୍ୱେ ଲାହୋଲ ଆଡ଼କୁ 2800 ଗାଡି ଗଲାବେଳେ ରୋହତାଙ୍ଗରୁ ମନାଲି ପର୍ଯ୍ୟନ୍ତ 2650 ଗାଡି ଯାଇଛି।

ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି, ଟନେଲ ଭିତରେ ମାଇନସ 18 ଡିଗ୍ରୀ ତାପମାତ୍ରା ଥିବା ସତ୍ତ୍ବେ ପୋଲିସ କର୍ମଚାରୀ ମାନେ ଟନେଲର ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସେମିତି ଛିଡା ହୋଇ ରୁହନ୍ତି। ଦେଶର ରଣନିତୀ ପାଇଁ ଅତି ମହତ୍ତ୍ବପୂର୍ଣ୍ଣ ଅଟ ଟନେଲ ଏବେ ପର୍ଯ୍ୟଟନ ପାଇଁ ମଧ୍ୟ ବଡ କେନ୍ଦ୍ର ପାଲଟିଯାଇଛି । ପର୍ଯ୍ୟଟକ ମାନେ ମନାଲି ବୁଲିବା ପରେ ଏହି ଟନେଲକୁ ବୁଲି ଯାଉଛନ୍ତି । ସେଥିପାଇଁ ମନାଲି ସଡକରେ ଲମ୍ବା ଭିଡ ଦେଖିବାକୁ ମିଳୁଛି । ସୋଲଙ୍ଗନାଲାରୁ ଅଟଳ ଟନେଲର ସାଉଥ ପୋର୍ଟଲ ମଧ୍ୟରେ ଜାମ ଲାଗି ରହୁଛି।

ଅନେକ ଡ୍ରାଇଭର ମଧ୍ୟ ନିୟମ ଉଲ୍ଲଂଘନ କରୁଛନ୍ତି । 30 ଜଣ ଡ୍ରାଇଭରଙ୍କ ଓଭରଟେକ କରିବା ପାଇଁ ପୋଲିସ ଚାଲାଣ କାଟିଛି । ଏସପି କୁଲୁ ଗୌରବ ସିଂ କହିଛନ୍ତି ଯେ, ଅଟଳ ଟନେଲ ବର୍ତ୍ତମାନ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି । ରବିବାର ଦିନ ରେକର୍ଡ ସଂଖ୍ୟକ ପାଞ୍ଚ ହଜାରରୁ ଅଧିକ ଗାଡି ଅଟଳ ଟନେଲ ରୋହତାଙ୍ଗରୁ ଅତିକ୍ରମ କରିଛି । ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ସୈନିକଙ୍କୁ ନିୟୋଜିତ କରାଯାଇଛି ।

ଲାହୋଲ-ସ୍ପୀତି ଏସପି ମନବ ବର୍ମା କହିଛନ୍ତି ଯେ, ଯାନ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଉତ୍ତର ପୋର୍ଟଲରେ ଯାତାୟାତ ସ୍ୱାଭାବିକ ରହିଛି । ଅନେକ ଗୁଡିଏ ପାର୍କିଂ ସ୍ଥାନ ଚିହ୍ନିତ ହୋଇଛି । ଦେଶ ତଥା ରାଜ୍ୟ ପାଇଁ ଅଟଳ ଟନେଲ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ, ଦିନରାତି ପୋଲିସ କର୍ମଚାରୀ ନିୟୋଜିତ କରି ଏହାର ସୁରକ୍ଷାକୁ ସୁନିଶ୍ଚିତ କରାଯାଉଛି । ଅଧିକ ସଂଖ୍ୟକ ଯାନକୁ ଦୃଷ୍ଟିରେ ରଖି ଅତିରିକ୍ତ ପୋଲିସ ବାହିନୀ ନିୟୋଜିତ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.