ETV Bharat / bharat

ଭଉଣୀ ବାହାଘରକୁ ଆସିଥିଲେ, ନଦୀରେ ବୁଡିଗଲେ ୫ ସମ୍ପର୍କୀୟ ଭାଇ - ବିହାର ବେଗୁସରାଇ ଖବର

ଭଉଣୀର ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିବା ବେଳେ ନଦୀରେ ଭାସିଗଲେ ୫ ସମ୍ପର୍କୀୟ ଭାଇ । ଅଧିକ ପଢନ୍ତୁ

ନଦୀରେ ବୁଡିଗଲେ ୫ ସମ୍ପର୍କୀୟ ଭାଇ
ନଦୀରେ ବୁଡିଗଲେ ୫ ସମ୍ପର୍କୀୟ ଭାଇ
author img

By

Published : May 6, 2023, 6:59 AM IST

ପାଟନା: ବିହାର ବେଗୁସରାଇରେ ଏକ ବଡ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ୫ ଜଣ ପିଲା ବୁଡି ଯାଇଛନ୍ତି । ସମସ୍ତଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ଥିବାବେଳେ ସେମାନେ ସମ୍ପର୍କୀୟ ଭାଇ ହେବେ । ଗତକାଲି (ଶୁକ୍ରବାର) ବେଗୁସରାଇ ଗଣ୍ଡକ ନଦୀରେ ଗାଧୋଇବା ବେଳେ ସମସ୍ତେ ବୁଡି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି କରିଥିବା ବେଳେ ଏବେସୁଦ୍ଧା କେବଳ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କୁ ଠାବ କରିବାକୁ ଖୋଜାଖୋଜି ଜାରି ରହିଛି । ଏହି ପିଲାମାନେ ନିଜର ସମ୍ପର୍କୀୟ ଭଉଣୀର ବିବାହ ଉତ୍ସବରେ ସାମିଲ ହେବାକୁ ବେଗୁସରାଇ ଆସିଥିଲେ ।

ପ୍ରାପ୍ତ ସୂଚନା ମୁତାବକ, ୫ ଜଣଙ୍କ ମଧ୍ୟରୁ ୩ ଜଣ ବିହାର ମୁଙ୍ଗେର ଏବଂ ମାଧେପୁର ଜିଲ୍ଲାର । ସମ୍ପର୍କୀୟ ଭଉଣୀର ବିବାହ କାର୍ଯ୍ୟକ୍ରମ ପାଇଁ ସେମାନେ ବେଗୁସରାଇ ସ୍ଥିତ ଏକ ଗ୍ରାମକୁ ଆସିଥିଲେ । ଗାଁ ମୁଖିଆଙ୍କ କହିବା ଅନୁସାରେ, ଗତକାଲି ୯ ଜଣ ନାବାଳକ ଓ ଯୁବକ ଗଣ୍ଡକ ନଦୀରେ ଗାଧୋଉଥିଲେ । ହେଲେ ଅସାବଧାନତା ଯୋଗୁଁ ନଦୀର ପ୍ରଖର ସ୍ରୋତରେ ୫ ଜଣ ଭାସି ଯାଇଥିଲେ । ସେହି ପିଲାମାନଙ୍କ ମଧ୍ୟରୁ ୩ ଜଣ ଛୋଟୁ, ଅଭିଷେକ କୁମାର, ଆକାଶ ବୋଲି ଜଣାପଡି ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ଲୋକେ ଓ ଡଙ୍ଗା ଚାଳକ ବହୁ ଖୋଜାଖୋଜି କରିବା ପରେ ନଦୀରୁ ଛୋଟୁର ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି । ସମସ୍ତଙ୍କୁ ଖୋଜାଖୋଜି ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ମଧ୍ୟପ୍ରଦେଶ ଲେପା ଗାଁରେ ପୁଣି ଫୁଟିଲା ଗୁଳି, ଗୋଟିଏ ପରିବାରର ୬ ମୃତ

ନିଖୋଜ ଓ ମୃତ ବାଳକ ସମ୍ପକୀୟ ଭାଇ ହେବେ । ୫ ଜଣଯାକ ନିଜର ସମ୍ପର୍କୀୟ ଭଉଣୀର ବାହାଘରରେ ଯୋଗ ଦେବାକୁ ଆସିଥଲେ । ଗତକାଲି(ଶୁକ୍ରବାର) ବେଗୁସରାଇ ଜିଲ୍ଲା ବିଶନପୁର ଗ୍ରାମରେ ବିବାହ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ସେମାନେ ମିଶି ଗାଁ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ । ଯାହାଫଳରେ ଏତେ ବଡ ଅଘଟଣ ଘଟି ଯାଇଥିଲା । ୫ ଜଣଙ୍କ ନଦୀରେ ବୁଡିଯିବା ଖବର ପ୍ରଘଟ ହେବା ପରେ ବିବାହ ଉତ୍ସବ କ୍ଷଣିକରେ ଶୋକସଭାରେ ପରିଣତ ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର । ଶେଷରେ ବିବାହ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.