ETV Bharat / bharat

Five State Assembly Poll: ମୋଟ ଭୋଟର ୧୮.୩୪ କୋଟି, ୨୪.୯ ଲକ୍ଷ ନୂଆ ଭୋଟର

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ (Five State Assembly Poll) ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ (Election Commission of India)। ମୋଟ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାସନଭା ନିର୍ବାଚନ । ଚଳିତ ନିର୍ବାଚନରେ ୧୮ କୋଟିରୁ ଅଧିକ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଅଧିକ ପଢନ୍ତୁ

author img

By

Published : Jan 8, 2022, 7:27 PM IST

Five State Assembly Poll: ମୋଟ ଭୋଟର ୧୮.୩୪ କୋଟି, ୨୪.୯ ଲକ୍ଷ ନୂଆ ଭୋଟର
Five State Assembly Poll: ମୋଟ ଭୋଟର ୧୮.୩୪ କୋଟି, ୨୪.୯ ଲକ୍ଷ ନୂଆ ଭୋଟର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ (Five State Assembly Poll) ପାଇଁ ବାଜିଲା ବିଗୁଲ । ନିର୍ବାଚନ କମିଶନ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମୋଟ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଧାସନଭା ନିର୍ବାଚନ। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛି ଭାରତୀୟ ନିର୍ବାଚନ କମିଶନ (Election Commission of India)। କୋରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ କରିବା ପାଇଁ ଘୋଷଣା କରିଛନ୍ତି ନିର୍ବାଚନ ଆୟୁକ୍ତ । ଚଳିତ ବିଧାନସଭା ନିର୍ବାଚନରେ ୧୮ କୋଟିରୁ ଅଧିକ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଚଳିତ ବର୍ଷ ହେଉଥିବା ୫ଟି ରାଜ୍ୟରେ ମୋଟ ୧୮.୩୪ କୋଟି ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହେବେ । ସେମାନଙ୍କ ମଧ୍ୟରେ ୮.୫୫ କୋଟି ମହିଳା ଭୋଟର ରହିଛନ୍ତି । ସେହିପରି ପ୍ରଥମ ଥର ପାଇଁ ଭୋଟ ଦେଉଥିବା ୨୪.୯ ଲକ୍ଷ ଭୋଟର ସାମିଲ ହେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି । ଭୋଟରଙ୍କୁ କୋଭିଡ କଟକଣା ମଧ୍ୟରେ ସମସ୍ତ ପୋଲିଂ ଷ୍ଟେସନ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ମୋଟ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବାବେଳେ ମାର୍ଚ୍ଚ ୧୦ ରେ ଫଳାଫଳ ଘୋଷଣା କରାଯିବ।

ପାଞ୍ଚ ରାଜ୍ୟରେ ମୋଟ ୬୯୦ ବିଧାନସଭା ଆସନରେ ଅନୁଷ୍ଠିତ ହେବ ନିର୍ବାଚନ । ଉତ୍ତରପ୍ରଦେଶରେ ୪୦୩, ପଞ୍ଜାବର ୧୧୭, ଉତ୍ତରାଖଣ୍ଡର ୭୦, ମଣିପୁରରେ ୬୦ ଓ ଗୋଆର ୪୦ ଆସନରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ବିଶେଷ କରି ୪ଟି ରାଜ୍ୟରେ ବିଜେପି ଶାସନ କରୁଥିବାବେଳେ କେବଳ ପଞ୍ଜାବରେ କଂଗ୍ରେସ ଶାସନ କରୁଛି । ତେଣୁ ଏହି ନିର୍ବାଚନ ଲଢେଇ ଜୋରଦାର ହେବାର ସମ୍ଭାବନା ରହିଛି । ଆସନ୍ତା ବିଧାନସଭା ନିର୍ବାଚନର ଫଳାଫଳ ୨୦୨୪ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ । ତେଣୁ ସମସ୍ତ ରାଜନୈତିକ ଦଳର ଏହି ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ପ୍ରୟାସ କରିବେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.