ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଦ୍ଧାରେ ଜଘନ୍ୟ କାଣ୍ଡ । ସମ୍ପତ୍ତି ବିବାଦକୁ ନେଇ ଗୋଟିଏ ପରିବାରର 5 ଜଣଙ୍କୁ ହତ୍ୟା । ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଅଯୋଦ୍ଧାର ଇନାୟତ୍ ନଗର ଖାନପୁରର ବାରିଆ ନିସାରୁ ଗାଁରେ ଘଟିଛି ଏଭଳି ଘଟଣା । ମିଳିଥିବା ସୂଚନା ମୁତାବକ ପୱନ ନାମକ ଜଣେ ଯୁବକ, ସମ୍ପତ୍ତି ବିବାଦକୁ ନେଇ ନିଜ ମାମୁଁ, ମାଇଁ ଏବଂ ତାଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏପଟେ ହତ୍ୟାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ରିପୋର୍ଟ ମୁତାବିକ, ମୃତ ତିନି ପିଲାଙ୍କ ବୟସ 10 ବର୍ଷରୁ କମ୍ ଅଟେ । ସୂଚନା ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଉଭୟ ପରିବାର ପାଖରେ ରହୁଥିଲେ । ଏହି ହତ୍ୟାକାଣ୍ଡର କାରଣ ନବାସେରେ ମିଳିଥିବା ସମ୍ପତ୍ତି ଉପରେ ବିବାଦ ଥିଲା ।
ଘଟଣାକୁ ନେଇ ଅଯୋଧ୍ୟା ଏସଏସପି, ଶୈଲେଶ କୁମାର ପାଣ୍ଡେ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଅନୁସନ୍ଧାନରେ ପାଞ୍ଚଟି ଟିମ୍ ଜଡିତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ