ETV Bharat / bharat

ପୂଣ୍ୟଗିରୀ ଧାମ ମେଳାରେ ଅଘଟଣ: ବ୍ରେକ ଫେଲ ହୋଇ ବସ ମାଡିଯିବାରୁ 5 ତୀର୍ଥଯାତ୍ରୀ ମୃତ

author img

By

Published : Mar 24, 2023, 7:14 AM IST

ଉତ୍ତରାଖଣ୍ଡ ଚମ୍ପାୱାତ ଜିଲ୍ଲାର ପୂଣ୍ୟଗିରୀ ଧାମ ମେଳାରେ ଅଘଟଣ । 5 ମୃତ, 3 ଆହତ । ଅଧିକ ପଢନ୍ତୁ

ବ୍ରେକ ଫେଲ ହୋଇ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ମାଡିଗଲା ବସ, 5 ମୃତ

ଡେରାଡୁନ: ଉତ୍ତରାଖଣ୍ଡ ଚମ୍ପାୱାତ ଜିଲ୍ଲାର ପ୍ରସିଦ୍ଧ ପୂଣ୍ୟଗିରୀ ଧାମ ମେଳାରେ ଅଘଟଣ । ନବରାତ୍ରୀ ପାଳନର ଦ୍ୱିତୀୟ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମେଳାରେ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଏକ ଯାତ୍ରୀବାହୀ ବସ୍‌ର ବ୍ରେକ୍ ଫେଲ ହେବା କାରଣରୁ ବସଟି ତୀର୍ଥଯାତ୍ରୀଙ୍କ ଉପରେ ମାଡିଯିବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଳାରେ ଏପରି ଅଘଟଣ ପରେ ଶୋକର ଛାୟା ଖେଳିଯାଇଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ବସଟିରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ରେକ ଫେଲ ହୋଇଯାଇଥିଲା । ମେଳା ଅଞ୍ଚଳରେ ନିର୍ମାଣ ହୋଇଥିବା ଏକ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ଏହି ବସଟି ଅନିୟନ୍ତ୍ରିତ ହୋଇ ମାଡିଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ 5 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । 3 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

  • मुख्यमंत्री श्री @pushkardhami ने टनकपुर स्थित ठुलीगाड़ में हुई बस दुर्घटना में श्रद्धालुओं की मृत्यु पर गहरा दुख व्यक्त करते हुए दिवंगतों की आत्मा की शांति तथा उनके परिवारजनों को इस दु:ख को सहन करने की शक्ति प्रदान करने की कामना की है।

    — CM Office Uttarakhand (@ukcmo) March 23, 2023 " class="align-text-top noRightClick twitterSection" data=" ">

मुख्यमंत्री श्री @pushkardhami ने टनकपुर स्थित ठुलीगाड़ में हुई बस दुर्घटना में श्रद्धालुओं की मृत्यु पर गहरा दुख व्यक्त करते हुए दिवंगतों की आत्मा की शांति तथा उनके परिवारजनों को इस दु:ख को सहन करने की शक्ति प्रदान करने की कामना की है।

— CM Office Uttarakhand (@ukcmo) March 23, 2023

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତାରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ଏକ ଲକ୍ଷର ପ୍ରାଥମିକ କ୍ଷତିପୂରଣ ରାଶି ଏବଂ ଆହତମାନଙ୍କୁ 50,000 ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କେମିତି ଦୁର୍ଘଟଣା ଘଟିଛି:- ଗତକାଲି(ଗୁରୁବାର) ସକାଳେ ଏହି ଦୁର୍ଘଟଣା ଘଟିଛି । ମେଳାରେ ତୀର୍ଥଯାତ୍ରୀଙ୍କୁ ନେବା ଆଣିବା ପାଇଁ ଏହି ବସଟି ନିୟୋଜିତ ହୋଇଥିଲା । ମେଳା ସ୍ଥାନରେ ନିର୍ମାଣ ହୋଇଥିବା ଏକ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ବସଟିର ବ୍ରେକରେ କିଛି ସମସ୍ୟା ଦେଖାଯାଇଥିଲା । ଫଳରେ ଡ୍ରାଇଭର ବସ ଉପରେ ନିୟନ୍ତ୍ରଣ ହରାଇବସିଥିଲା । ନିକଟରେ ରାସ୍ତା ପାର୍ଶ୍ବରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ବସଟି ମାଡିଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଓ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ମୃତକ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ଉତ୍ତରାଖଣ୍ଡ ଚମ୍ପାୱାତ ଜିଲ୍ଲାର ପ୍ରସିଦ୍ଧ ପୂଣ୍ୟଗିରୀ ଧାମ ମେଳାରେ ଅଘଟଣ । ନବରାତ୍ରୀ ପାଳନର ଦ୍ୱିତୀୟ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମେଳାରେ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଏକ ଯାତ୍ରୀବାହୀ ବସ୍‌ର ବ୍ରେକ୍ ଫେଲ ହେବା କାରଣରୁ ବସଟି ତୀର୍ଥଯାତ୍ରୀଙ୍କ ଉପରେ ମାଡିଯିବା ଫଳରେ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଳାରେ ଏପରି ଅଘଟଣ ପରେ ଶୋକର ଛାୟା ଖେଳିଯାଇଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ବସଟିରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ରେକ ଫେଲ ହୋଇଯାଇଥିଲା । ମେଳା ଅଞ୍ଚଳରେ ନିର୍ମାଣ ହୋଇଥିବା ଏକ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ଏହି ବସଟି ଅନିୟନ୍ତ୍ରିତ ହୋଇ ମାଡିଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ 5 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । 3 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

  • मुख्यमंत्री श्री @pushkardhami ने टनकपुर स्थित ठुलीगाड़ में हुई बस दुर्घटना में श्रद्धालुओं की मृत्यु पर गहरा दुख व्यक्त करते हुए दिवंगतों की आत्मा की शांति तथा उनके परिवारजनों को इस दु:ख को सहन करने की शक्ति प्रदान करने की कामना की है।

    — CM Office Uttarakhand (@ukcmo) March 23, 2023 " class="align-text-top noRightClick twitterSection" data=" ">

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତାରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ଏକ ଲକ୍ଷର ପ୍ରାଥମିକ କ୍ଷତିପୂରଣ ରାଶି ଏବଂ ଆହତମାନଙ୍କୁ 50,000 ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କେମିତି ଦୁର୍ଘଟଣା ଘଟିଛି:- ଗତକାଲି(ଗୁରୁବାର) ସକାଳେ ଏହି ଦୁର୍ଘଟଣା ଘଟିଛି । ମେଳାରେ ତୀର୍ଥଯାତ୍ରୀଙ୍କୁ ନେବା ଆଣିବା ପାଇଁ ଏହି ବସଟି ନିୟୋଜିତ ହୋଇଥିଲା । ମେଳା ସ୍ଥାନରେ ନିର୍ମାଣ ହୋଇଥିବା ଏକ ବସଷ୍ଟାଣ୍ଡକୁ ଆସୁଥିବା ବେଳେ ବସଟିର ବ୍ରେକରେ କିଛି ସମସ୍ୟା ଦେଖାଯାଇଥିଲା । ଫଳରେ ଡ୍ରାଇଭର ବସ ଉପରେ ନିୟନ୍ତ୍ରଣ ହରାଇବସିଥିଲା । ନିକଟରେ ରାସ୍ତା ପାର୍ଶ୍ବରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ବସଟି ମାଡିଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଓ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ମୃତକ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.