ETV Bharat / bharat

ତିନି ଶିଶୁଙ୍କୁ ହତ୍ୟା ପରେ ଜୀବନ ହାରିଲେ ଦମ୍ପତି, 15 ଦିନ ତଳେ ରଚିଥିଲେ ଦ୍ବିତୀୟ ବିବାହ - କେରଳରେ ଦମ୍ପତିଙ୍କ ଆତ୍ମହତ୍ୟା

କେରଳରେ 3 ଶିଶୁଙ୍କୁ ହତ୍ୟା ପରେ ଦମ୍ପତିଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ସନ୍ଦେହ । ବିବାହ ବିଚ୍ଛେଦ ପରେ ନିକଟରେ ଦ୍ବିତୀୟ ବିବାହ କରିଥିଲେ ଦମ୍ପତି । ଅଧିକ ପଢନ୍ତୁ

Kerala: 3 ଶିଶୁଙ୍କୁ ହତ୍ୟା ପରେ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ

author img

By

Published : May 25, 2023, 7:47 AM IST

ଥିରୁଅନନ୍ତପୁରମ: କେରଳରେ ଗୋଟିଏ ପରିବାରରେ 5 ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସମ୍ନାକୁ ଆସିଛି । 3 ଶିଶୁଙ୍କ ସମେତ ଦମ୍ପତିଙ୍କ ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଦମ୍ପତି ନିଜ 3 ଶିଶୁଙ୍କୁ ହତ୍ୟା କରିବା ପରେ ନିଜେ ପ୍ରାଣ ହରାଇଥିବା ସନ୍ଦେହ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କାରଣ ସମ୍ପର୍କରେ କୌଣସି ଦିଗକୁ ସଙ୍କେତ ଦେଇନାହିଁ ।

ଏହି ଘଟଣା କେରଳର କନ୍ନୁର ଜିଲ୍ଲାର ଚେରୁପୁଜା ଠାରେ ଘଟିଛି । ଚେରୁପୁଜାର ସ୍ଥାନୀୟ ବାସିନ୍ଦା ଶ୍ରୀଜା, ତାଙ୍କର ତିନି ସନ୍ତାନ ଏବଂ ଶ୍ରୀଜାଙ୍କ ସ୍ୱାମୀ ଶାଜିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତ ପିଲାମାନେ ହେଉଛନ୍ତି ସୁରଜା, ସୁରବି ଏବଂ ସୁବିତ । ଘରର ପାହାଚ ନିକଟରେ ତିନି ଶିଶୁଙ୍କ ମୃତଦେହ ମିଳିଥିଲା । ପ୍ରାରମ୍ଭିକ ତଦନ୍ତ ଓ ଘରର ପାରିପାର୍ଶ୍ବିକ ସ୍ଥିତିରୁ ପାରିବାରିକ କଳହରୁ ସମୂହ ଆତ୍ମହତ୍ୟା ଜନିତ ମୃତ୍ୟୁ ପରି ମନେ ହେଉଛି । ଦମ୍ପତି ପ୍ରଥମେ ସେମାନଙ୍କ 3 ଶିଶୁଙ୍କୁ ହତ୍ୟା କରିବା ପରେ ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଗତକାଲି (ବୁଧବାର) ସକାଳେ ସେମାନଙ୍କ ମୃତଦେହ ଘର ଭିତରେ ପଡିଥିବାର ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ । ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି ଶ୍ରୀଜା ଏବଂ ଶାଜି ଦୁଇ ସପ୍ତାହ ପୂର୍ବରୁ ବିବାହ କରିଥିଲେ । ପୂର୍ବରୁ ସେମାନଙ୍କୁ ବିବାହ ବିଚ୍ଛେଦ ହୋଇଥିବା ବେଳେ ଏହା ଉଭୟଙ୍କ ଦ୍ୱିତୀୟ ବିବାହ ଥିଲା । ସୁରଜା, ସୁରବୀ ଏବଂ ସୁବିଥ ହେଉଛନ୍ତି ଶ୍ରୀଜାଙ୍କ ସନ୍ତାନ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦ୍ବିତୀୟ ବିବାହ ପରେ ପାରିବାରିକ କଳହରୁ ଦମ୍ପତି ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟଙ୍କ ସମ୍ପର୍କୀୟଙ୍କୁ ପୋଲିସ ଜେରା କରୁଛି । ପଡୋଶୀଙ୍କ ଠାରୁ ମଧ୍ୟ ପରିବାର ସମ୍ପର୍କରେ ପୋଲିସ ସୂଚନା ସଂଗ୍ରହ କରିବାରେ ଲାଗିଛି । ଘର ଭିତରର କିଛି ସାମଗ୍ରୀ ମଧ୍ୟ ଫୋରେନସିକ ଲ୍ୟାବକୁ ପଠାଯାଇଛି । ତଦନ୍ତ ପରେ ଏହା ହତ୍ୟା ନା ସମୂହ ଆତ୍ମହତ୍ୟା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.