ETV Bharat / bharat

ବିରଳ ବୋଡା ସାପ ଚୋରାଚାଲାଣ, ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ - ଉତ୍ତରାଖଣ୍ଡ ବିରଳ ବୋଡା ସାପ ଚୋରାଚାଲାଣ

ଉତ୍ତରାଖଣ୍ଡରୁ ବିରଳ ବୋଡା ସାପ ଚୋରାଚାଲାଣ ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବିରଳ ବୋଡା ସାପ ଚୋରାଚାଲାଣ, ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Jan 16, 2022, 6:18 PM IST

ଡେରାଡୁନ: ବିରଳ ପ୍ରଜାତିର ବୋଡା ସାପ ଚୋରାଚାଲାଣ ମାମଲାରେ ପାଞ୍ଚଜଣଙ୍କୁ ଗିରଫ କଲା ପୋଲିସ । ଉତ୍ତରାଖଣ୍ଡର ଋଷିକେଶ ଅଞ୍ଚଳରେ ରାୟବାଲା ଥାନା ପୋଲିସ ବିରଳ ବୋଡା ସାପ ଚୋରଚାଲାଣକାରୀଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ଦୁର୍ଲଭ ସାପର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଚୋରା ଚାଲାଣ ଅଭିଯୋଗରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ବିରଳ ବୋଡା ସାପର ଚୋରାଚାଲାଣ ବିଶେଷ କରି ବିହାର,ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ଛତିଶଗଡ, ଓଡିଶା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ କରାଯାଉଛି । ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ପ୍ରସ୍ତୁତିରେ ଏହି ଦୁର୍ଲଭ ବୋଡା ସାପକୁ ବ୍ୟବହାର କରାଇଥାଏ । ଏହାସହ ସାପକୁ ତନ୍ତ୍ରମନ୍ତ୍ର ବିଦ୍ୟାରେ କରିବା ପାଇଁ ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରୟ କରାଯାଏ । ତେବେ ଉତ୍ତରାଖଣ୍ଡରେ ଏହି ସାପକୁ କେଉଁ ଅଞ୍ଚଳରେ ବିକ୍ରୟ ପାଇଁ ନିଆଯାଉଥିଲା, ତାହା ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ବର୍ତ୍ତମାନ ଗିରଫ ଯୁବକଙ୍କୁ ପୋଲିସ ଗିରଫ କରି ପଚରାଉଚୁରା ଜାରି ରଖିଛି । ଜବତ ହୋଇଥିବା ସାପର ଲମ୍ବର ୧.୧୪ ମିଟର ରହିଥିବାବେଳେ ଏହାର ଓଜନ ୨ କେଜି ରହିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ବୋଡା ସାପ ଚୋରା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ହେଲେ ରଫିକ୍, ଭାକିଲ୍, ଫାୟାଜ୍, ଜହିର, ଆଭାୱାର ରହିଛନ୍ତି । ଉତ୍ତରପ୍ରଦେଶ ପୋଲିସର ସହାୟତାରେ ଅଭିଯୁକ୍ତର ଅପରାଧିକ ଇତିହାସ ବିଷୟରେ ସୂଚନା ମଧ୍ୟ ଖୋଜାଯାଉଛି । ଚୋରା କାରବାରରେ ବ୍ୟବହୃତ କାରକୁ ମଧ୍ୟ ପୋଲିସ ଜବତ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.