ETV Bharat / bharat

ମହାରାଷ୍ଟ୍ରରେ ପ୍ରଥମ Zika virus ମାମଲା ଚିହ୍ନଟ ପରେ ତତ୍ପର ପ୍ରଶାସନ - ଗର୍ଭବତୀ ମହିଳା ସାବଧାନ

ଗର୍ଭବତୀ ମହିଳା ସାବଧାନ । ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଠାବ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ପ୍ରଥମ Zika virus ମାମଲା ଠାବ
ମହାରାଷ୍ଟ୍ରରେ ପ୍ରଥମ Zika virus ମାମଲା ଠାବ
author img

By

Published : Aug 1, 2021, 12:45 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପ୍ରଥମ ଜିକା ଭାଇରସ ଠାବ ହୋଇଛି । ଏହି ଭାଇରସ ମଶା କାମୁଡିବା ଦ୍ବାରା ବ୍ୟାପୁଥିବା ବେଳେ ଗର୍ଭବତୀ ମହିଳାଙ୍କ ପାଇଁ ଘାତକ ସାଜିଥାଏ । ଏହି ଭାଇରସ ଜଣେ ମହିଳାଙ୍କ ଠାରେ ଦେଖାଯାଇଥିବା ବେଳେ ସେ ଏହି ସଂକ୍ରମଣରୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ତେବେ ଏହି ଭାଇରସରେ ତାଙ୍କ ପରିବାର ବର୍ଗ ମଧ୍ୟ ସଂକ୍ରମିତ ହୋଇନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଗତ ଶୁକ୍ରବାର ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ମହିଳା ଜଣକ ଜାଣିବାକୁ ପାଇଥିଲେ । ମହିଳାଙ୍କୁ ୫୦ ବର୍ଷ ହୋଇଥିବା ବେଳେ ସେ ପୁରନ୍ଦର ତହସିଲ ଅଞ୍ଚଳର ବେଲସର ଗ୍ରାମରେ ରୁହନ୍ତି । ଜିକା ଭାଇରସରେ ସଂକ୍ରମିତ ହେବା ସହିତ ସେ ଚିକୁନଗୁନିଆ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସରକାରୀ ଡାକ୍ତରୀ ଦଳ ଏହି ଗ୍ରାମର ସରପଞ୍ଚଙ୍କୁ ଭେଟି ଆବଶ୍ୟକୀୟ ଚିକିତ୍ସା ଓ ଏହି ରୋଗର ପ୍ରତିରୋଧକ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ।

୨୦୧୯ ମସିହା ବ୍ରାଜିଲଠାରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିଲା । ଗର୍ଭବତୀ ମହିଳା ଏହି ରୋଗରେ ଆକ୍ରାନ୍ତ ହେଲେ ନବଜାତ ଶିଶୁ ପ୍ରତି ବିପଦ ରହିଥାଏ । ନବଜାତ ଶିଶୁଟି ବିକଳାଙ୍ଗ ବା ମୁଣ୍ଡ ଛୋଟ ହୋଇ ଜନ୍ମ ନେଇଥାଏ । କିନ୍ତୁ ଏହା ଏପର୍ଯ୍ୟନ୍ତ ପ୍ରମାଣ ହୋଇନାହିଁ । ତଥାପି ଗର୍ଭବତୀ ମହିଳାମାନେ ସାବଧାନ ହୋଇ ରହିବା ଆବଶ୍ୟକ ବୋଲି ଡକ୍ଟର ପ୍ରଦୀପ କହିଛନ୍ତି ।

ଜିକା ଭାଇରସ ଏଡିସ ଏଜିପ୍ଟି ମଶା କାମୁଡିବା ଦ୍ବାରା ବ୍ୟାପିଥାଏ । ଏହି ରୋଗରେ ସଂକ୍ରମିତ ହେବା ପରେ ଅଧିକାଂଶ ରୋଗୀ ଲକ୍ଷଣବିହୀନ ରହିଥାନ୍ତି । ସାଧାରଣତଃ କିଛି ରୋଗୀଙ୍କଠାରେ ଜ୍ବର, ଶରୀର ପୀଡା ଦେଖାଯାଇଥାଏ । କିନ୍ତୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି ଭାଇରସ ଘାତକ ହୋଇଥାଏ । ଏଣୁ ଏହି ରୋଗଠାରୁ ସେମାନେ ଯତ୍ନବାନ ରହିବା ଆବଶ୍ୟକ । ତେବେ ରୋଗୀ ଜଣକ ଅଧିକ ପାଣି ଓ ପାରାସିଟାମଲ ଟାବଲେଟ ଖାଇ ଓ ଆରାମ କରି ଏହି ରୋଗରୁ ସୁସ୍ଥ ହୋଇପାରିବେ ବୋଲି ଡକ୍ଟର ପ୍ରଦୀପ ଅୱାତେ କହିଛନ୍ତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.