ETV Bharat / bharat

୧୦୫ତମ ଜନ୍ମଦିନ ପାଳିଲେ ଦେଶର ପ୍ରଥମ ମତଦାତା

author img

By

Published : Jul 2, 2022, 7:58 AM IST

ଦେଶର ପ୍ରଥମ ମତଦାତା ଶୁକ୍ରବାର ୧୦୫ ବର୍ଷରେ ପଦାର୍ପଣ କରିଛନ୍ତି । ସେ ହେଉଛନ୍ତି ହିମାଚଳ ପ୍ରଦେଶ କିନୌର ଜିଲ୍ଲାର ଶ୍ୟାମ ଶରଣ । ଅଧିକ ପଢ଼ନ୍ତୁ

୧୦୫ତମ ଜନ୍ମଦିନ ପାଳିଲେ ଦେଶର ପ୍ରଥମ ମତଦାତା
୧୦୫ତମ ଜନ୍ମଦିନ ପାଳିଲେ ଦେଶର ପ୍ରଥମ ମତଦାତା

ଶିମଲା: ଦେଶର ପ୍ରଥମ ମତଦାତା ଶୁକ୍ରବାର ୧୦୫ ବର୍ଷରେ ପଦାର୍ପଣ କରିଛନ୍ତି । ସେ ହେଉଛନ୍ତି ହିମାଚଳ ପ୍ରଦେଶ କିନୌର ଜିଲ୍ଲାର ଶ୍ୟାମ ଶରଣ । ଶ୍ୟାମଙ୍କ ଜନ୍ମଦିନ ଅବସରରେ କିନୌର ଉପଜିଲ୍ଲାପାଳ ଓ ଏସ୍‌ପି ଶ୍ୟାମ ଶରଣଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । କେକ୍‌ କାଟି ଜନ୍ମଦିନ ପାଳିଛନ୍ତି ଶ୍ୟାମ ଶରଣ ।

୧୦୫ତମ ଜନ୍ମଦିନ ପାଳିଲେ ଦେଶର ପ୍ରଥମ ମତଦାତା
୧୦୫ତମ ଜନ୍ମଦିନ ପାଳିଲେ ଦେଶର ପ୍ରଥମ ମତଦାତା

ଜୁଲାଇ ୧ ତାରିଖ ୧୯୧୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶ୍ୟାମ ଶରଣ । ୧୯୫୨ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା । କିନ୍ତୁ ହିମାଚଳରେ ତୁଷାରପାତ ଯୋଗୁଁ ଏଠାରେ ୫ ମାସ ପୂର୍ବରୁ ନିର୍ବାଚନ କରାଯାଇଥିଲା । ଶ୍ୟାମ ଶରଣ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ସେ ୨୫ ଅକ୍ଟୋବର ୧୯୫୧ରେ ଦେଶରେ ପ୍ରଥମ ନାଗରିକ ଭାବରେ ମତଦାନ କରିଥିଲେ । ଏହାପରଠୁ ସେ ପ୍ରତ୍ୟେକ ନିର୍ବାଚନରେ ମତଦାନ କରି ଆସୁଛନ୍ତି ।

୨୦୦୭ ମସିହା ପରଠୁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବରେ ଶ୍ୟାମ ଶରଣ ନେଗିଙ୍କୁ ମତଦାନ କରିଥିବା ଦେଶର ପ୍ରଥମ ନାଗରିକ ଘୋଷଣା କରିଥିଲେ । ଏହାକୁ ନେଇ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିଶନର ଶ୍ୟାମ ଶରଣ ନେଗିଙ୍କ ନିକଟରେ ପହଞ୍ଚି ଦେଶର ପ୍ରଥମ ମତଦାତା ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଦେଇଥିଲେ ।

୧୦୫ ତମ ଜନ୍ମଦିନ ପାଳି ଖୁସି ଜାହିର କରିଛନ୍ତି ଶ୍ୟାମ ଶରଣ ଖୁସି ଜାହିର କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଦେଶର ପ୍ରଥମ ମତଦାତା ହିମାଚଳରୁ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଶ୍ୟାମ ଶରଣଙ୍କଠାରୁ ପ୍ରେରଣା ନେଇ ଦେଶର ଯୁବବର୍ଗଙ୍କୁ ମତଦାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି କିନୌର ପ୍ରଶାସନିକ ଅଧିକାରୀ ବର୍ଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.