ଥିରୁଅନନ୍ତପୁରମ: କେରଳ ଥିରୁଅନନ୍ତପୁରମଠାରେ ଜି-20 ସଂଗଠନର ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ଆୟୋଜିତ ହୋଇଛି । ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ସ୍ବାସ୍ଥ୍ୟ ଭିତ୍ତିକ ଏହା ପ୍ରଥମ ବୈଠକ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏସଭି ମୁରଲୀଧରନ ଓ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭିକେ ପଲ ଯୋଗଦେଇଥିଲେ ।
-
Promoting One Health for One Earth!
— G20 India (@g20org) January 18, 2023 " class="align-text-top noRightClick twitterSection" data="
1st Health Working Group Meeting under #G20India kick-starts with inaugural addresses by Ministers of State @MOS_MEA & @DrBharatippawar.
Welcoming the G20 delegates, MoSs outlined India’s vision for Strengthening Global Health Architecture. pic.twitter.com/Bmu0UWmR8G
">Promoting One Health for One Earth!
— G20 India (@g20org) January 18, 2023
1st Health Working Group Meeting under #G20India kick-starts with inaugural addresses by Ministers of State @MOS_MEA & @DrBharatippawar.
Welcoming the G20 delegates, MoSs outlined India’s vision for Strengthening Global Health Architecture. pic.twitter.com/Bmu0UWmR8GPromoting One Health for One Earth!
— G20 India (@g20org) January 18, 2023
1st Health Working Group Meeting under #G20India kick-starts with inaugural addresses by Ministers of State @MOS_MEA & @DrBharatippawar.
Welcoming the G20 delegates, MoSs outlined India’s vision for Strengthening Global Health Architecture. pic.twitter.com/Bmu0UWmR8G
ବୈଠକରେ ଯୋଗ ଦେଇ ମନ୍ତ୍ରୀ ଡକ୍ଟର ଭାରତୀ ପୱାର ତାଙ୍କ ଉଦବୋଧନରେ କହିଛନ୍ତି, ‘‘ମହାମାରୀ ନୀତି ଆମ ସ୍ୱାସ୍ଥ୍ୟ ନୀତିରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ଅଂଶ ହେବା ଆବଶ୍ୟକ । ଏବେ ଯେକୌଣସି ସ୍ୱାସ୍ଥ୍ୟ ସଙ୍କଟ ଏକ ଆନ୍ତଃ ସଂଯୋଜିତ ବିଶ୍ୱରେ ଅର୍ଥନୀତିକ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପ୍ରତି ସତର୍କ ରହିବାକୁ ପଡିବ । ମହାମାରୀ ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା ବିବିଧ ବହୁପାକ୍ଷିକ ସମନ୍ୱୟ ଲୋଡେ । ଭବିଷ୍ୟତର ସ୍ୱାସ୍ଥ୍ୟ ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ଗୋଷ୍ଠୀ ଏବଂ ସମୁଦାୟଙ୍କୁ ସଶକ୍ତ କରି ସ୍ଥିତିସ୍ଥାପକ ଅବସ୍ଥାରେ ରଖିବାକୁ ପଡିବ ।" କୋଭିଡ-୧୯ ବିଶ୍ୱର ଶେଷ ମହାମାରୀ ନୁହେଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏଥିରେ ଆମେ ଯାହା ଶିକ୍ଷାଲାଭ କଲୁ ଓ ଅନୁଭୂତି ଅର୍ଜିଲୁ ତାହା ଆମର ଭବିଷ୍ୟତର ମହାମାରୀ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମରେ ସ୍ଥାନ ପାଇବା ଉଚିତ । ଆମକୁ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତ ଓ ସମର୍ଥ ହେବାକୁ ପଡିବ ଏବଂ ଯେକୌଣସି ଗୁରୁତର ସ୍ୱାସ୍ଥ୍ୟ ସମ୍ପଦର ମୁକାବିଲା କରିବାକୁ ଆମେ ଆମକୁ ତିଆରିବାକୁ ହେବ ।
-
Governor @KeralaGovernor & CM @CMOKerala along with MoSs @MOS_MEA & @DrBharatippawar joined G20 delegates for an evening of mesmerising traditional performances in Thiruvananthapuram. pic.twitter.com/5wW4kT2lrD
— G20 India (@g20org) January 18, 2023 " class="align-text-top noRightClick twitterSection" data="
">Governor @KeralaGovernor & CM @CMOKerala along with MoSs @MOS_MEA & @DrBharatippawar joined G20 delegates for an evening of mesmerising traditional performances in Thiruvananthapuram. pic.twitter.com/5wW4kT2lrD
— G20 India (@g20org) January 18, 2023Governor @KeralaGovernor & CM @CMOKerala along with MoSs @MOS_MEA & @DrBharatippawar joined G20 delegates for an evening of mesmerising traditional performances in Thiruvananthapuram. pic.twitter.com/5wW4kT2lrD
— G20 India (@g20org) January 18, 2023
ଭାରତୀୟ ଚିକିତ୍ସା ସେବାର ଦୃଢ ସଂସ୍କୃତି ଏବଂ ସୃଜନାତ୍ମକ ଦିଗ ସମ୍ପର୍କରେ ଉଲ୍ଲେଖ କରି ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଏସଭି ମୁରଲୀଧରନ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଆହ୍ୱାନ ବାସ୍ତବରେ ପୃଥିବୀର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ପ୍ରକୃତି ସହିତ ଭାରସାମ୍ୟ ରକ୍ଷା କରି ଚଳିଲେ ଭବିଷ୍ୟତରେ ଅନେକ ବିପଦ/ସଙ୍କଟକୁ ଟାଳି ଦେଇ ହେବ । ଯେକୌଣସି ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ଜରୁରୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ସମସ୍ତେ ମିଳିମିଶି କାମ କରିବାକୁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ ।
-
The G20 Health Working Group meeting begins in Thiruvananthapuram, Kerala.
— Dr Mansukh Mandaviya (@mansukhmandviya) January 18, 2023 " class="align-text-top noRightClick twitterSection" data="
Sharing some glimpses of the traditional welcome accorded to the delegates of G20 upon their arrival. pic.twitter.com/7GCE7lDtg6
">The G20 Health Working Group meeting begins in Thiruvananthapuram, Kerala.
— Dr Mansukh Mandaviya (@mansukhmandviya) January 18, 2023
Sharing some glimpses of the traditional welcome accorded to the delegates of G20 upon their arrival. pic.twitter.com/7GCE7lDtg6The G20 Health Working Group meeting begins in Thiruvananthapuram, Kerala.
— Dr Mansukh Mandaviya (@mansukhmandviya) January 18, 2023
Sharing some glimpses of the traditional welcome accorded to the delegates of G20 upon their arrival. pic.twitter.com/7GCE7lDtg6
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହି ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଭାରତ ଜି-୨୦ର ଅଧ୍ୟକ୍ଷ ପଦରେ ଥିବାରୁ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସାମୁହିକ ପ୍ରୟାସକୁ ଗୁରୁତ୍ୱ ଦେଉଥିବାରୁ ସେ ତିନୋଟି ଅଗ୍ରାଧିକାର କ୍ଷେତ୍ର ଜି-୨୦ର ହେଲଥ ଟ୍ରାକ ପାଇଁ ଉପସ୍ଥାପିତ କରିଥିଲେ । ସେହି ତିନୋଟି ହେଲା ସ୍ୱାସ୍ଥ୍ୟ ଜରୁରୀ ଅବସ୍ଥାର ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା, ଔଷଧ କ୍ଷେତ୍ରକୁ ସୁଦୃଢ କରିବା ସହିତ ସମସ୍ତଙ୍କୁ ଉଚିତ ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଣକୁ ଗୁରୁତ୍ୱ ଓ ଡିଜିଟାଲ ହେଲଥ ଇନୋଭେସନ ଓ ସଲ୍ୟୁସନ୍ସକୁ ଗୁରୁତ୍ୱ ଦେଇ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ଓ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ ।
ଭାରତର ଏହି ପ୍ରୟାସକୁ ଇଣ୍ଡୋନେସିଆ ଓ ବ୍ରାଜିଲ ପ୍ରଶଂସା କରିଥିଲେ । ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସୁଯୋଗ ଦେଇଥିବାରୁ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏହି ଦୁଇ ଦେଶର ପ୍ରତିନିଧି କହିଥିଲେ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ବହଲ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଲବ ଅଗ୍ରୱାଲ, ବୈଦେଶିକ ବିଭାଗର ଅତିରିକ୍ତ ସଚିବ ଅଭୟ ଠାକୁର, ଜି-୨୦ ରାଷ୍ଟ୍ରଙ୍କ ପ୍ରତିନିଧିଗଣ, ସ୍ୱତନ୍ତ୍ର ନିମନ୍ତ୍ରିତ ରାଷ୍ଟ୍ରଙ୍କ ପ୍ରତିନିଧି, ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିଗଣ, ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲୁଇଏଫ ଭଳି ଅଂଶୀଦାର ସଂସ୍ଥାର ପ୍ରତିନିଧି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀ ଯୋଗଦେଇଥିଲେ ।
ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ