ETV Bharat / bharat

ହସିଲା ରାହୁଲ, ହସ୍ପିଟାଲରୁ ସାମ୍ନାକୁ ଆସିଲା ପ୍ରଥମ ଫଟୋ - ସାହାସୀ ବାଳକ ରାହୁଲ ସାହୁ

ଧୀରେ ଧୀରେ ସୁସ୍ଥ ହେଉଛି ମୃତ୍ୟୁବିଜୟୀ ରାହୁଲ । ପିଲାଟିର ସମସ୍ତ ଟେଷ୍ଟ ରିପୋର୍ଟ ନର୍ମାଲ ଥିବା ସୂଚନା ଦେଲେ ଡାକ୍ତର । ଅଧିକ ପଢନ୍ତୁ

ହସିଲା ରାହୁଲ, ହସ୍ପିଟାଲରୁ ସାମ୍ନାକୁ ଆସିଲା ପ୍ରଥମ ଫଟୋ

author img

By

Published : Jun 21, 2022, 12:49 PM IST

Updated : Jun 21, 2022, 4:16 PM IST

ଛତିଶଗଡ: ସୁସ୍ଥ ହେଉଛି ମୃତ୍ୟୁବିଜୟୀ ରାହୁଲ । ହସ୍ପିଟାଲ ବେଡରେ ହସୁଛି ଓ ମୋବାଇଲରେ ଖେଳୁଛି । ଗଭୀର ବୋରୱେଲ ଭିତରେ ମୃତ୍ୟୁ ମାତ୍ ଦେଇ ଫେରିଥିବା ରାହୁଲ ଏବେ ପୁଣି ଆଗଭଳି ହସଖୁସି କରିବାକୁ ଲାଗିଛି । ବର୍ତ୍ତମାନ ରାହୁଲ ଛତିଶଗଡ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତା'ର ସମସ୍ତ ଟେଷ୍ଟ ରିପୋର୍ଟ ବି ନର୍ମାଲ ରହିଛି । ଖୁବଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ଡାକ୍ତର କହିଛନ୍ତି ।

ହସିଲା ରାହୁଲ, ହସ୍ପିଟାଲରୁ ସାମ୍ନାକୁ ଆସିଲା ପ୍ରଥମ ଫଟୋ

ରାହୁଲର ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ, ବର୍ତ୍ତମାନ ତାକୁ ଇଞ୍ଜେକ୍ସନ ଦିଆଯିବା ବନ୍ଦ କରାଯାଇଛି । ସେ ନିଜ ହାତରେ ଖାଇବା ପିଇବା କରୁଛି । ସେଥିପାଇଁ ଏବେ ରାହୁଲଙ୍କୁ ଓରାଲ ମେଡିସିନ ଦିଆଯାଉଛି । ସମସ୍ତ ଟେଷ୍ଟ ରିପୋର୍ଟ ନର୍ମାଲ ଆସିବା ପରେ ଡାକ୍ତରୀ ଟିମ୍ ପିଲାଟିର ଫିଜିଓ ଏକ୍‌ଜିବିଟି ବୃଦ୍ଧି ଉପରେ ଫୋକସ କରୁଛନ୍ତି । ଯେଉଁଭଳି ଭାବେ ରାହୁଲର ସ୍ବାସ୍ଥ୍ୟରେ ଉନ୍ନତି ଆସିଛି, ସେ ଖୁବଶୀଘ୍ର ନିଜ ଗୋଡରେ ଛିଡା ହେବା ସହ ଆଗଭଳି ଚାଲିପାରିବ ବୋଲି ଆଶା କରାଯାଉଛି ।

  • अपना राहुल बिल्कुल स्वस्थ@JanjgirDist में बोरवेल से निकाले जाने के बाद अपोलो बिलासपुर में अपना इलाज करा रहे राहुल साहू का स्वास्थ्य अब बिल्कुल ठीक है। वह ठीक से खा रहा है और चल रहा है, जल्द ही दौड़ेगा भी। मुख्यमंत्री श्री @bhupeshbaghel ने राहुल के उज्ज्वल भविष्य की कामना की है। pic.twitter.com/EQO8NKqmp8

    — CMO Chhattisgarh (@ChhattisgarhCMO) June 20, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଟ୍ବିଟ୍ କରି ରାହୁଲର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜଣାଇଛନ୍ତି ଏବଂ ପୁଣିଥରେ ସେ ଆଗଭଳି ଚଲାବୁଲା କରିପାରିବ ଜାଣି ଖୁସି ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେସବୁକରେ ରାହୁଲର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ରାହୁଲର ସ୍ବାସ୍ଥ୍ୟ ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି । ଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ତା'ର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ସେଠାରେ ସେ ରାହୁଲକୁ ଭେଟି କିଛି ଚିତ୍ର ଏବଂ ବହି ମଧ୍ୟ ଭେଟି ଦେଇଛନ୍ତି । ପ୍ରକାଶଥାଉ କି, ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୮୦ ଫୁଟ ଗଭୀର ବୋରୱେଲ ଭିତରେ ୧୧ ବର୍ଷୀୟ ରାହୁଲ ଖସିପଡିଥିଲା । ମୃତ୍ୟୁ ସହ ଦୀର୍ଘ ୫ ଦିନ ସଂଘର୍ଷ କରିବା ପରେ ତାକୁ ଉଦ୍ଧାର କରିଥିଲେ ରେସ୍କ୍ୟୁ ଟିମ୍ ।

Last Updated : Jun 21, 2022, 4:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.