ETV Bharat / bharat

ଅମିତ ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ; ପ୍ରଥମେ ଅଭିଶେକ ସହ ଲଢ, ପରେ ମୋ ସହ ଲଢିବ - ଅଭିଶେକ ବାନାର୍ଜୀ

ଅମିତ ଶାହଙ୍କୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ । ପ୍ରଥମେ ଅଭିଶେକ ସହ ଲଢ, ପରେ ମୋ ସହ ଲଢିବ ବୋଲି କହିଲେ ମମତା । ଅଧିକ ପଢନ୍ତୁ...

ଅମିତ ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ
ଅମିତ ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ
author img

By

Published : Feb 19, 2021, 10:01 AM IST

କୋଲକାତା: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟାର୍ଗେଟ କରିଛନ୍ତି । ଗୁରୁବାର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ ଦେବା ସହ ପ୍ରଥମେ ପୁତୁରା ଅଭିଶେକ ବାନାର୍ଜୀଙ୍କ ସହିତ ଲଢ ଓ ପରେ ମୋ ସହ ଲଢିବା କଥା ଭାବିବ ବୋଲି ଦିଦି କହିଛନ୍ତି ।

ସାଉଦ 24 ପ୍ରଗଣା ଜିଲ୍ଲାରେ ଏକ ସଭାରେ ଉଦବୋଧନ ଦେଇ ସେ ଏପରି କହିଛନ୍ତି । ଅଭିଶେକ ଚାହିଁଥିଲେ ରାଜ୍ୟସଭାରୁ ସାଂସଦ ହୋଇପାରିଥାନ୍ତେ କିନ୍ତୁ ସେ ଲୋକସଭାରୁ ସାଂସଦ ହେବାକୁ ଚାହିଁଲେ । ଲୋକଙ୍କ ଭରସା ଜିତି ସାଂସଦ ମଧ୍ୟ ହେଲେ । ଯାହା ତାଙ୍କର ଲୋକପ୍ରିୟତାକୁ ଦର୍ଶାଉଛି ବୋଲି ମମତା ଦିଦି କହିଛନ୍ତି ।

ଏହା ସହ ସେମାନେ ଦିନରାତି ଦିଦି-ପୁତୁରା ହେଉଛନ୍ତି । ମୁଁ ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରୁଛି, ସେ ଅଭିଶେକ ବାନାର୍ଜୀ ସହିତ ଲଢନ୍ତୁ ଓ ପରେ ମୋ ସହ ବୋଲି ମମତା କହିଛନ୍ତି । ଅନ୍ୟପଟେ ଅଭିଶେକଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କରିନାହାଁନ୍ତି । ସେ କେବଳ ଜଣେ ସାଂସଦ ବୋଲି ମମତା କହିଛନ୍ତି ।

ସେହିପରି 2021 ନିର୍ବାଚନରେ ଆମେ ସବୁ ରେକର୍ଡ ଭାଙ୍ଗିବା ସହିତ ଅଧିକ ଆସନ ଦଖଲ କରିବୁ ବୋଲି କହି ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି ମମତା । ସୂଚନା ଥାଉକି, ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.