ETV Bharat / bharat

First Dog Park in North India: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର, ଲୁଧିଆନାରେ ଖୋଲିଲା ଡଗ୍‌ ପାର୍କ - ଉତ୍ତର ଭାରତରେ ପ୍ରଥମ ଡଗ୍‌ ପାର୍କ

ଲୁଧିଆନାରେ ଖୋଲିବାକୁ ଯାଉଛି ଡଗ୍‌ ପାର୍କ । ଯାହାକି ଦେଶର ୩ୟ ହୋଇଥିବା ବେଳେ ଉତ୍ତର ଭାରତରେ ପ୍ରଥମ । ଅଧିକ ପଢନ୍ତୁ

First Dog Park in North India
First Dog Park in North India
author img

By ETV Bharat Odisha Team

Published : Aug 25, 2023, 9:18 PM IST

ଚଣ୍ଡିଗଡ଼: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ହାଇଦ୍ରାବାଦ, ମୁମ୍ବାଇ ପରେ ଲୁଧିଆନାରେ ଖୋଲିଲା ଡଗ୍‌ ପାର୍କ । ଏହାସହିତ ସାରା ଦେଶରେ ଏହା ତୃତୀୟ ଡଗ୍‌ ପାର୍କ ହୋଇଥିବା ବେଳେ ଉତ୍ତର ଭାରତରେ ପ୍ରଥମ ଭାବେ ଏହି ଉଦ୍ୟାନ ଖୋଲିଛି । ଲୁଧିଆନାରେ ଏହି ପାର୍କଟି ଆଉ କିଛି ଦିନ ମଧ୍ୟରେ ଉଦଘାଟିତ ହେବାକୁ ଯାଉଛି । ଏଭଳି ପାର୍କ ପୋଷା କୁକୁରଙ୍କୁ ଯୋଗାଇଥାଏ ଏକ ସୁରକ୍ଷିତ ସ୍ଥାନ ।

First Dog Park In Ludhiana
ଲୁଧିଆନାରେ ଖୋଲିଲା ଡଗ୍‌ ପାର୍କ

ଲୁଧିଆନା ସିଦ୍ଧୱାନ କେନାଲ ନିକଟ ବିଆରଏସ ନଗର ନିକଟରେ ରହିଛି ଏହି ନୂତନ ଡଗ୍‌ ପାର୍କ । ଏହା ପୋଷା କୁକୁରମାନଙ୍କୁ ଏକ ସୁରକ୍ଷିତ ସ୍ଥାନ ଓ ସୁସ୍ଥ ପରିବେଶ ଯୋଗାଇଥାଏ । ଉଦ୍ୟାନଟି ପ୍ରାୟ ୧.୫ ଏକର ଜମିରେ ରହିଥିବା ବେଳେ କୁକୁରଙ୍କ ଲାଗି ବିଭିନ୍ନ ପ୍ରକାର ଉପକରଣ ମଧ୍ୟ ରହିଛି । ଏହି ପାର୍କ ମଧ୍ୟରେ ୱାଟର ଫାଉଣ୍ଟେନ, ବେଞ୍ଚ, ଡଷ୍ଟବିନ ଓ ପଶୁ ଚିକିତ୍ସାଳୟ ମଧ୍ୟ ରହିଛି । ନିଜ ପୋଷା କୁକୁରଙ୍କୁ ନେଇ ଏଠାକୁ ଯିବେ ଲୋକେ । ଏଠାରେ ପୋଷା କୁକୁରଙ୍କୁ ଟ୍ରେନିଂ ଦେବା ଲାଗି ସ୍ବତନ୍ତ୍ର ଘର ମଧ୍ୟ ରହିଛି ।

First Dog Park In Ludhiana
ପୋଷା କୁକୁରଙ୍କ ଲାଗି ସ୍ବତନ୍ତ୍ର ପାର୍କ

ଏହା ବି ପଢନ୍ତୁ- Focus In Cleanliness: କୁକୁରକୁ ବାହାରେ ମଳତ୍ୟାଗ କରାଉଥିଲେ ସାବଧାନ, ଏହି ରାଜ୍ୟବାସୀ ଗଣିବେ ତଣ୍ଡ

ଆଗାମୀ ଦିନରେ ସହରରେ ହେବାକୁ ଥିବା ଡଗ୍‌ ଶୋ' ଓ ପ୍ରତିଯୋଗିତାରେ ଏଠାରେ ଅନୁଷ୍ଠିତ ହେବ । ଏଠାରେ ମାଲିକମାନେ ନିଜ ପୋଷ କୁକୁରଙ୍କ ଦକ୍ଷତା ପ୍ରଦର୍ଶନ କରିପାରିବେ । ଏହା ପୂର୍ବରୁ ଲୁଧିଆନା ଗୁରୁ ଅଙ୍ଗଦ ଦେବ ଭେଟେରିନାରୀ ଆନିମଲ ଆଣ୍ଡ ସାଇନ୍ସ ୟୁନିଭର୍ସିଟିରେ କୁକୁରଙ୍କ ଲାଗି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏଠାରେ ପୋଷ କୁକୁରମାନେ ବିନା କୌଣସି ନିୟମ ଓ ବାଧାବିଘ୍ନରେ ଖେଳିପାରିବେ । କୁକୁରମାନଙ୍କ ଚଳପ୍ରଚଳ ଓ ସମୟ ବିତାଇବା ଲାଗି ସ୍ବତନ୍ତ୍ର ଭାବେ ଏହି ପାର୍କ ନିର୍ମାଣ କରାଯାଇଛି ।

First Dog Park In Ludhiana
କୁକୁରଙ୍କ ଖେଳିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା

ସାଂସଦ ରବନୀତ ବିଟ୍ଟୁ ପାର୍କ ନିର୍ମାଣ ଚାଲିଥିବା ବେଳେ ଏହାର ପରିଦର୍ଶନ କରିଥିଲେ । ସେ କହିଥିଲେ ଯେ ଡଗ୍‌ ଲଭର୍ସଙ୍କ ଲାଗି ମଧ୍ୟ ଏହା ଏକ ଖୁସି ଖବର । ଏଠାରେ ପୋଷା କୁକୁରମାନେ ବିନା ଦ୍ବିଧାରେ ଚଳପ୍ରଚଳ କରିବା ସହିତ ଖେଳିପାରିବେ । ଉତ୍ତର ଭାରତରେ ପୂର୍ବରୁ ଏପରି ପାର୍କ ନଥିଲା ବୋଲି ସେ କହିଥିଲେ । ଏ ନେଇ ପାର୍କ କର୍ତ୍ତୃପକ୍ଷ କହିଛନ୍ତି, " ସହରରେ ଥିବା ଅନ୍ୟ ପାର୍କଗୁଡ଼ିକୁ ନିଜ ପୋଷା କୁକୁର ନେଇ ପ୍ରବେଶ କରିବା ଲାଗି ମାଲିକଙ୍କୁ ବାରଣ ରହିଥାଏ । ଏଥିଲାଗି ପୋଷା କୁକୁରଙ୍କ ଲାଗି ସ୍ବତନ୍ତ୍ର ଭାବେ ପାର୍କ ନିର୍ମାଣ କରାଯାଇଛି । ଏଠାରେ କୁକୁରମାନଙ୍କ ଲାଗି ୨୦ ପ୍ରକାର ରାଇଡ ଓ ୧୫ଟି ଅନ୍ୟାନ୍ୟ କାର୍ଯ୍ୟକଳାପର ସୁବିଧା ରହିଛି । ଏଠାରେ ଡଗ୍‌ ଟ୍ରେନର ମଧ୍ୟ ରହିବେ । " ତେବେ ଲୁଧିଆନା ମହାନଗର ନିଗମ ପକ୍ଷରୁ ନିର୍ମିତ ହୋଇଛି ଏହି ପାର୍କ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.