ETV Bharat / bharat

ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା, ପର୍ବତାରୋହୀ ସଂକ୍ରମିତ

author img

By

Published : Apr 24, 2021, 11:18 AM IST

ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା । ତେବେ ନେପାଳର ମାଉଣ୍ଟ ଏଭରେଷ୍ଟର ମୂଳ ଶିବିରରେ ରହୁଥିବା ଜଣେ ନରୱେର ପର୍ବତାରୋହୀ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ଅଧିକ ପଢନ୍ତୁ...

ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା

କାଠମାଣ୍ଡୁ: ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା । ତେବେ ନେପାଳର ମାଉଣ୍ଟ ଏଭରେଷ୍ଟର ମୂଳ ଶିବିରରେ ରହୁଥିବା ଜଣେ ନରୱେର ପର୍ବତାରୋହୀ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ଏହାପରେ ତାଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁର ଏକ ଡାକ୍ତରଖାନାକୁ ନିଆଯାଇଛି । ପର୍ବତାରୋହୀ ଏଲେଣ୍ଡ ନେଷ୍ଟ ଶୁକ୍ରବାର ଦିନ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ, ଗୁରୁବାର ଦିନ ତାଙ୍କର ନମୁନା ଯାଞ୍ଚ ହୋଇଥିଲା ଏବଂ ୧୫ ତାରିଖରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ବର୍ତ୍ତମାନ ସେ ନେପାଳର ଏକ ସ୍ଥାନୀୟ ପରିବାର ସହ ଅଛନ୍ତି ବୋଲି କହିଛନ୍ତି ।

ଏହି ମାମଲାକୁ ନେଇ ଅନୁଭବୀ ଗାଇଡ଼ ଅଷ୍ଟ୍ରେୟନ ଲୁକାସ ଫର୍ନବେଶ୍ ଚେତାବନୀ ଦେଇଛନ୍ତି ଯେ, ଯଦି ସମସ୍ତଙ୍କ ଯାଞ୍ଚ କରାଯାଇ ତତ୍କାଳ ପଦକ୍ଷେପ ନ ନିଆଯାଏ ତାହେଲେ ଶିବିରରେ ଉପସ୍ଥିତ ହଜାର ହଜାର ପର୍ବତାରୋହୀ ସଂକ୍ରମିତ ହୋଇପାରନ୍ତି । ସେ କହିଛନ୍ତି ଯେ ଯଦି ସଂକ୍ରମଣ ବ୍ୟାପେ, ତାହେଲେ ପର୍ବତାରୋହଣ ସମୟ ଅର୍ଥାତ ମେ’ ମାସ ପୂର୍ବରୁ ପର୍ବତାରୋହଣ ବନ୍ଦ କରିଦିଆଯିବ ।

ତେବେ ଏହି ଜରୁରୀକାଳୀନ ପରିସ୍ଥିତିରେ ଆମେ ବେସ୍ କ୍ୟାମ୍ପରେ ସମସ୍ତଙ୍କର ଯାଞ୍ଚ କରିବା ଉଚିତ । ଏହା ସହ ସମସ୍ତ ପର୍ବତାରୋହୀ ଦଳଙ୍କୁ ଅଲଗା ଅଲଗା ରଖାଯିବା ଉଚିତ ବୋଲି ସେ କହିଛନ୍ତି । ଏହି ଘାତକ ସମୟରେ ତତ୍କାଳ ପଦକ୍ଷେପ ନିହାତି ଆବଶ୍ୟକ, ନଚେତ ବହୁତ ଡେରି ହୋଇଯିବ ବୋଲି ଅଷ୍ଟ୍ରେୟନ ଲୁକାସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.