ETV Bharat / bharat

Agniveer 1st Batch Passing Out: ନୌସେନାକୁ ମିଳିଲା ୨୫୮୫ ଅଗ୍ନିବୀର - ଭାରତୀୟ ନୌସେନା

ଓଡ଼ିଶାର ଆଇଏନଏସ ଚିଲିକାରେ ପାସିଂ ଆଉଟ ପରେଡ ଅନୁଷ୍ଠିତ । ଭାରତୀୟ ନୌସେନାକୁ ମିଳିଲା ୨୫୮୫ ଅଗ୍ନିବୀର । ଅଧିକ ପଢନ୍ତୁ

Agniveer 1st Pass Out
Agniveer 1st Pass Out
author img

By

Published : Mar 28, 2023, 8:09 PM IST

Updated : Mar 28, 2023, 8:45 PM IST

Agniveer 1st Batch Passing Out: ନୌସେନାକୁ ମିଳିଲା ୨୫୮୫ ଅଗ୍ନିବୀର

ଆଇଏନଏସ ଚିଲିକା: ଭାରତୀୟ ନୌସେନାକୁ ମିଳିଲା ୨୫୮୫ ଅଗ୍ନିବୀର । ଓଡ଼ିଶାର ଆଇଏନଏସ ଚିଲିକାରେ ଟ୍ରେନିଂ ଶେଷ ହେବା ପରେ ନୌସେନାରେ ଭର୍ତ୍ତି ହୋଇଛନ୍ତି ଅଗ୍ନିବୀରର ପ୍ରଥମ ବ୍ୟାଚ । ନାଇଟ ପାସିଂ ଆଉଟ ପରେଡରେ ମୋଟ ୨୫୮୫ ଅଗ୍ନିବୀର ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୨୭୩ଜଣ ମହିଳା ଅଗ୍ନିବୀର ଥିବା ସୂଚନା ମିଳିଛି । ଦେଶର କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ତାଲିମପ୍ରାପ୍ତ ଅଗ୍ନିବୀରଙ୍କୁ ପ୍ରଥମ କରି ସେନା ଭର୍ତ୍ତି କରାଯାଉଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଅଗ୍ନିବୀରମାନଙ୍କୁ ଗତ ୧୬ ସପ୍ତାହ ଧରି ଏଠାରେ ତାଲିମ ଦିଆଯାଉଥିଲା । ଏଠାରୁ ପାସ୍‌ ହେବା ପରେ ଆସନ୍ତା ମେ ମାସରେ ଏମାନଙ୍କୁ ପ୍ରଫେସନାଲ ଟ୍ରେନିଂ ଦିଆଯିବ । ଉକ୍ତ ତାଲିମରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାକୁ ଥିବା ଅଗ୍ନିବୀରଙ୍କୁ ଫ୍ରଣ୍ଟଲାଇନ ୱାରସିପ୍‌ ଲାଗି ମୁତୟନ କରାଯିବ । ଆଜି ପାସିଂ ଆଉଟ ପରେଡରେ କିଛି କୃତି ଅଗ୍ନିବୀରଙ୍କୁ ମେଡାଲ ଓ ଟ୍ରଫି ସହିତ ସମ୍ମାନିତ କରାଯାଇଥିଲା । ଅଗ୍ନିବୀର(ଏସଏସଆର) ଅମଲକାନ୍ତି ଜୟରାମଙ୍କୁ ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ ରୋଲିଂ ଟ୍ରଫି ଓ ଅଗ୍ନିବୀର (ଏମଆର) ଅଜିତଙ୍କୁ ବେଷ୍ଟ ଅଗ୍ନିବୀର ଏସଏସଆର ଆଣ୍ଡ ଏମଆର ମେଡାଲରେ ସମ୍ମାନିତ କରାଯାଇଥିଲା ।

ଏହା ବି ପଢନ୍ତୁ- ଦିଲ୍ଲୀ ରାସ୍ତାରେ ବିନା ପଗଡ଼ିରେ ନଜର ଆସିଲା ଅମ୍ରିତପାଲ

ସମସ୍ତ ମହିଳା ଅଗ୍ନିବୀରଙ୍କ ମଧ୍ୟରେ ଅଗ୍ନିବୀର (ଏସଏସଆର) ଖୁସିଙ୍କୁ ବେଷ୍ଟ ୱମେନ ଅଗ୍ନିବୀର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତର ବାୟୁବୀର ତଥା ସିଡିଏସ ଜେନେରାଲ ବିପିନ ରାୱତଙ୍କ ଝିଅ ଖୁସିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପାସିଂ ଆଉଟ୍‌ ପରେଡରେ ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର, ନାଭାଲ ଷ୍ଟାଫ୍‌ ଚିଫ, ସାଂସଦ ପିଟି ଉଷା, ଭାରତୀୟ କ୍ରିକେଟର ମିତାଲି ରାଜ ଓ ନୌସେନାର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଗ୍ନିବୀରଙ୍କ ଆତ୍ମବଳ ବଢାଇବା ସହ ସେମାନଙ୍କୁ ପ୍ରେରିତ କରିଥିଲେ । ସବୁଠୁ କଥା ହେଉଛି ନୌସେନାର ପାସିଂ ପରେଡ ଦିନବେଳା ଅନୁଷ୍ଠିତ ହୋଇଥାଏ । ହେଲେ ଅଗ୍ନିବୀରର ପ୍ରଥମ ବ୍ୟାଚର ପାସିଂ ଆଉଟ ପରେଡ ସୂର୍ଯ୍ୟାସ୍ତ ପରେ ଅନୁଷ୍ଠିତ ହୋଇଛି । ଯାହାକି ଦେଶ ପାଇଁ ଏକ ଐତିହାସିକ ଦିନ ପାଲଟିଛି ।

ସୂଚନା ଥାଉ କି ଗତବର୍ଷ ଜୁନ ୧୪ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଏହାପରେ ଗତ ନଭେମ୍ବର ମାସରୁ ସେନାରେ ଅଗ୍ନିବୀରଙ୍କୁ ସାମିଲ କରିବା ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନେ ମଧ୍ୟ ଦେଶସେବା କରିବା ଲାଗି ସୁଯୋଗ ପାଇଥିଲେ । ଆଇଏନଏସ ଚିଲିକାରେ ସକାଳ ୬.୩୦ରୁ ଅଗ୍ନିବୀରଙ୍କ ଟ୍ରେନିଂ ଆରମ୍ଭ ହୋଇଥିଲା । ଅଗ୍ନିବୀରମାନଙ୍କୁ ଗନ୍‌ ଡ୍ରିଲ, ସ୍ବିମିଂ, ଫାୟାର ଫାଇଟିଂ ଟ୍ରେନିଂ ଏବଂ ଆର୍ମ ଟ୍ରେନିଂ ଆଦି ତାଲିମ ଦିଆଯାଇଥିଲା । ଗତ ୧୬ ସପ୍ତାହ ଧରି ଏହି ଟ୍ରେନିଂ ନେଇଆସୁଥିଲେ ଉଭୟ ପୁରୁଷ ଓ ମହିଳା ଅଗ୍ନିବୀର ।

Last Updated : Mar 28, 2023, 8:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.