ଲକ୍ଷ୍ନୌ: ଅଗ୍ନିପଥ ଯୋଜନାରେ ଅଗ୍ନିବୀର ପାଇଁ ଆଜି ପରୀକ୍ଷା ଦେବେ ଆବେଦନକାରୀ । ସେନାରେ ନିଯୁକ୍ତି ପାଇଁ ଆଜି ଉତ୍ତରପ୍ରଦେଶର କାନପୁରରେ ପ୍ରଥମ ଥର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏଥିପାଇଁ କାନପୁର ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତିନିଟି ସିପ୍ଟରେ ପରୀକ୍ଷା ଦେବେ ଆବେଦନକାରୀ । ପ୍ରଥମ ସିପ୍ଟ ୭ଟା ୩୦ ରୁ ଆରମ୍ଭ ହୋଇଯାଇଥିବା ବେଳେ ଦ୍ବିତୀୟ ସିପ୍ଟ ୧୧ଟା ୩୦ ଓ ତୃତୀୟ ସିପ୍ଟ ୩ଟା ୧୫ ମିନିଟରେ ଆରମ୍ଭ ହେବ । ପ୍ରତି ସିପ୍ଟରେ ୬୨୫ ଜଣ ଆବେଦନକାରୀ ପରୀକ୍ଷା ଦେବେ । ମୋଟ ଅଗ୍ନିବୀର ପରୀକ୍ଷା ପାଇଁ ମୋଟ ୧୧ଟି ସେଣ୍ଟର କରାଯାଇଥିବା ବେଳେ କାନପୁରରେ ୬ଟି ସେଣ୍ଟର କରାଯାଇଛି । ଆଜି କାନପୁରରେ ମୋଟ ୩୩ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏବଂ ବସଷ୍ଟାଣ୍ଡ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ କେନ୍ଦ୍ରକୁ ସିସିଟିଭି ମାଧ୍ୟମରେ ତଦାରଖ କରାଯିବ । ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯାଇଛି ।