ETV Bharat / bharat

Smart city mission: ମାର୍ଚ୍ଚ ସୁଦ୍ଧା ଦେଶର 22ଟି ସହର ହେବ ସ୍ମାର୍ଟ ସିଟି - ସ୍ମାର୍ଟ ସିଟି ତାଲିକା

ମାର୍ଚ୍ଚ ମାସ ସୁଦ୍ଧା ଦେଶର 100ଟି ସହର ମଧ୍ୟରୁ 22ଟି ସହର ସ୍ମାର୍ଟ ସିଟିରେ ପରିଣତ ହେବ । ଅବଶିଷ୍ଟ ସହର ଗୁଡ଼ିକ ଆସନ୍ତା ତିନିରୁ ଚାରିମାସ ମଧ୍ୟରେ ସ୍ମାର୍ଟ ସିଟିରେ ସାମିଲ ହେବ ।

ସ୍ମାର୍ଟ ସିଟି ମିଶନ
smart city mission
author img

By

Published : Feb 13, 2023, 1:16 PM IST

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର 22ଟି ସହର ସ୍ମାର୍ଟ ସିଟି ଅଧିନରେ ସାମିଲ ହେବ । ଏହି ସହର ଗୁଡ଼ିକ ସରକାରଙ୍କ ଉନ୍ନତ ଯୋଜନାର ସମସ୍ତ ମାନକୁ ପୂରଣ କରି ନାଗରିକଙ୍କୁ ଉନ୍ନତ ମାନର ଜୀବନ ଏବଂ ସ୍ବଚ୍ଛ ପରିବେଶ ପ୍ରଦାନ କରିବ । ସ୍ମାର୍ଟ ସିଟି ଅଭିଯାନରେ ଅବଶିଷ୍ଟ 78 ସହର ପାଇଁ ଜାରି ରହିଥିବା ସମସ୍ତ ପ୍ରକଳ୍ପ ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଶେଷ ହେବ । ଏନେଇ କେନ୍ଦ୍ର ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ

ଦେଶର 22ଟି ସହର ମଧ୍ୟରେ ଭୋପାଳ, ଇନ୍ଦୋର, ଆଗ୍ରା, ବାରାଣାସୀ, ଭୁବନେଶ୍ବର, ଚେନ୍ନାଇ, କୋଏମ୍ବାଟୁର, ଏରୋଡ, ରାଞ୍ଚି, ସାଲେମ, ସୁରଟ, ଉଦୟପୁର,ବିଶାଖାପାଟନମ, ଅହମ୍ମଦାବାଦ, କାକିନଡା, ପୁଣେ, ଭେଲୋର, ପିମ୍ପ୍ରି ଚିଞ୍ଚୱାଡ, ମଦୁରାଇ, ଅମରାବତୀ, ତିରୁଚିରାପଲ୍ଲୀ ଓ ତାଞ୍ଜବୁର ରହିଛି । 25 ଜୁନ 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ମାର୍ଟ ସିଟି ମିଶନର ଶୁଭାରମ୍ଭ କରିଥିଲେ ।

100 ମହାନଗର ନିଗମକୁ ସ୍ମାର୍ଟ ସିଟି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସ୍ମାର୍ଟ ସିଟି ପ୍ରକଳ୍ପକୁ ନେଇ ସହର ଗୁଡ଼ିକୁ ଚୟନ କରିବା ପାଇଁ 2016 ଜାନୁୟାରୀରୁ 2018 ଜୁନ ଯାଏ ଚାରୋଟି ପର୍ଯ୍ୟାୟରେ ଏହି ପ୍ରତିଯୋଗୀତା ହୋଇଥିଲା । ମୂଳ ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ, ଉନ୍ନତମାନର ଜୀବନ ଏବଂ ସ୍ମାର୍ଟ ସମାଧାନ ଏହି ମିଶନର ମୂଳ ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢ଼ନ୍ତୁ: Rare Surgery: ଏମ୍ସ ଭୁବନେଶ୍ବରରେ ବିରଳ ଅସ୍ତ୍ରୋପଚାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ରବିବାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ସ୍ମାର୍ଟ ସିଟିର ମାନଦଣ୍ଡ ଅନୁଯାୟୀ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଥିବା ଦେଶର 22ଟି ସହର ରହିଛି । ଅବଶିଷ୍ଟ ସହରଗୁଡ଼ିକର ପ୍ରକଳ୍ପ ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।"

ପ୍ରକାଶ ଥାଉକି, ଗତ ଫେବୃୟାରୀ 6 ତାରିଖରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଳ କିଶୋର ରାଜ୍ୟସଭାରେ କହିଥିଲେ ଯେ, ଚଳିତ ବର୍ଷ ଜାନୁୟୀରୀ 27 ତାରିଖ ସୁଦ୍ଧା 100ଟି ସ୍ମାର୍ଟ ସହରରେ 7,804ଟି ପ୍ରକଳ୍ପ ପାଇଁ 1,81,322 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ମଧ୍ୟରୁ 98,796 କୋଟି ମୂଲ୍ୟର 5246ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ଏହି ମିଶନ ପାଇଁ କେନ୍ଦ୍ର ସରକାର 36 ହାଜର 447 କୋଟି ଅନୁମୋଦନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.