ETV Bharat / bharat

ପୁଣି ବିହାରରେ ହିଂସା, ପୋଲିସର ଗୁଳିରେ 2 ଆହତ

author img

By

Published : Apr 1, 2023, 10:58 PM IST

ବିହାର ନାଳନ୍ଦାରେ ପୁଣି ହିଂସା । ଦଙ୍ଗାକାରୀଙ୍କୁ ଘଉଡାଇବା ପାଇଁ ଗୁଳି ଚଳାଇଲା ପୋଲିସ । ଅଧିକ ପଢନ୍ତୁ

ପୁଣି ବିହାରରେ ହିଂସା, ପୋଲିସର ଗୁଳିରେ 2 ଆହତ
ପୁଣି ବିହାରରେ ହିଂସା, ପୋଲିସର ଗୁଳିରେ 2 ଆହତ

ପାଟନା: ବିହାରର ନାଳନ୍ଦାରେ ପୁଣି ଥରେ ହିଂସାର ନିଆଁ ଦେଖିବାକୁ ମିଳିଛି । ଜିଲ୍ଲାର ବିହାର ପୋଲିସ ଷ୍ଟେସନ ଅନ୍ତର୍ଗତ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଉତ୍ତେଜନା ଓ ହିଂସା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ପହରପୁରା ଅଞ୍ଚଳରେ ହିଂସାକାରୀଙ୍କୁ ଘଉଡାଇବା ପାଇଁ ବଳ ପ୍ରୟୋଗ କରିବା ସହ ଗୁଳି ଚଳାଇଛି ପୋଲିସ । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଉପଦ୍ରବୀଙ୍କ ପଥରମାଡରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ଆହତଙ୍କର ଚିକିତ୍ସା ସ୍ଥାନୀୟ ସଦର ଡାକ୍ତରଖାନାରେ ଜାରି ରହିଛି । ଗୁଳିରେ ଆହତ ହୋଇଥିବା ବ୍ୟକ୍ତି ଗୁଲଶନ କୁମାର ଏବଂ ମହମ୍ମଦ ତାଜ ବୋଲି ଜଣାପଡିଛି । ଉଭୟ ଆହତଙ୍କ ସମ୍ପର୍କୀୟ କହିଛନ୍ତି ଯେ, ସେମାନଙ୍କର ହିଂସାରେ କୌଣସି ଭୂମିକା ନଥିଲା । ସେମାନ କାମ ସାରି ଘରକୁ ଫେରିଥିଲେ । ଏହି ସମୟରେ ହିଂସା ହେବା ସହ ପୋଲିସ ଅତର୍କିତ ଗୁଳି ଚାଳନା କରିଥିଲା । ଫଳରେ ଉଭୟ ଯୁବକ ହସ୍ପିଟାଲ ବେଡରେ ପଡିଛନ୍ତି ।

ସହରରେ ରାପିଡ ଆକ୍ସନ ଫୋର୍ସ ସହ ପୋଲିସ ଯବାନ ମୁତୟନ ହୋଇଛନ୍ତି । ଯେକୌଣସି ସ୍ଥିତି ସନ୍ଦେହଜନକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । କୌଣସି ଅନାବଶ୍ୟକ ଭିଡ ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ସର୍ବାଧିକ ହିଂସା ଦେଖିବାକୁ ମିଳିଛି ସାସାରାମରେ । ଏପ୍ରିଲ 4 ପର୍ଯ୍ୟନ୍ତ ସାସରାମରେ ସ୍କୁଲ ବନ୍ଦ ରଖାଯାଇଛି । ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ନିରନ୍ତର ଉଦ୍ୟମ କରୁଛି ।

ଆସନ୍ତାକାଲି କେନ୍ଦ୍ର ଗହମନ୍ତ୍ରୀ ଅମିତ ଶାହ ସାସାରମ ଗସ୍ତରେ ଯିବାର ଥିଲା । ହେଲେ ହିଂସା ଓ ଉତ୍ତେଜନା କାରଣରୁ ତାଙ୍କ ଗସ୍ତକୁ ବାତିଲ କରିବାକୁ ପଡିଛି । ଶାହ ଆଜି ସଂଧ୍ୟାରେ ଆସି ପାଟନାରେ ପହଞ୍ଚି ମଧ୍ୟ ସାରିଛନ୍ତି । ତେବେ ସେ ସେଠାକୁ ନଯିବା ସହ ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଗତବର୍ଷ ମଧ୍ୟ ସମାନ ଏହି ଧରଣର ହିଂସକ ସ୍ଥିତି ଦେଖିବାକୁ ମିଳିଥିଲା । ଦେଶର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ସମୟରେ ପଥର ମାଡ କରିଥିଲେ । କିଛି ସ୍ଥାନରେ ଏହା ରକ୍ତାକ୍ତ ସଂଘର୍ଷ ଓ ଗାଳି ଜଳାପୋଡା ମଧ୍ୟ ଦେଖିବାକୁ ମିଳିଥିଲା । ଏହିଥର ପଶ୍ଚିମବଙ୍ଗ, ଗୁଜୁରାଟ ପରି ରାଜ୍ୟରେ ଏହି ଧରଣର ହିଂସା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ପରି ବିଜେପି ଶାସିତ ରାଜ୍ୟମାନେ ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.