ETV Bharat / bharat

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ପୋଲିସ କର୍ମୀ ମୃତ - ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ପୋଲିସ କର୍ମୀ ମୃତ

ଝାଡଖଣ୍ଡ ଦେଓଘରରେ ଅଭାବନୀୟ ଘଟଣା । ଦୁର୍ବୃତ୍ତ ସହ ଗୁଳି ବିନିମୟରେ ଦୁଇ ପୋଲିସ କର୍ମୀ ମୃତ । ଉଭୟ ଜଣେ ମାଛ ବ୍ୟବସାୟୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ଅଧିତ ପଢନ୍ତୁ

ଝାଡଖଣ୍ଡରେ ପୋଲିସକୁ ଗୁଳିମାଡ
ଝାଡଖଣ୍ଡରେ ପୋଲିସକୁ ଗୁଳିମାଡ
author img

By

Published : Feb 12, 2023, 2:00 PM IST

ରାଞ୍ଚି: ଝାଡଖଣ୍ଡ ଦେଓଘର ଜିଲ୍ଲାରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି । ଏଠାରେ ଦୁର୍ବୃତ୍ତ ଗୁଳିମାଡରେ ଦୁଇ ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ମୃତକମାନେ ଜଣେ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ଅଙ୍ଗରକ୍ଷୀ ଭାବେ ନିୟୋଜିତ ଥିଲେ । ଗତକାଲି(ଶନିବାର) ରାତି ପ୍ରାୟ ସାଢେ ୧୨ଟା ସମୟରେ ଦୁର୍ବୃତ୍ତମାନେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ଦୁହେଁ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ଶହୀଦ ହୋଇଯାଇଛନ୍ତି । ମୃତ ପୋଲିସକର୍ମୀ ହେଲେ ସନ୍ତୋଷ ଯାଦବ ଏବଂ ରବି ମିଶ୍ର । ଏନେଇ ଆଜି ଦେଓଘର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ବ୍ୟବସାୟରେ ପତିଆରାକୁ ନେଇ ଦେଓଘରରେ ମାଛ ବ୍ୟବସାୟୀମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ଏନେଇ କିଛି ଦିନ ତଳେ ଦୁର୍ବୃତ୍ତମାନେ ସୁଧାକର ଝା ନାମକ ବ୍ୟବସାୟୀଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସନ୍ତୋଷ ଯାଦବ ଏବଂ ରବି ମିଶ୍ର ଏହି ମାଛ ବ୍ୟବସାୟୀଙ୍କ ଅଙ୍ଗରଙ୍ଗୀ ଭାବେ ନିୟୋଜିତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ରୋଗିଣା ବାପାକୁ ଠେଲାଗାଡିରେ ଡାକ୍ତରଖାନା ନେଲା ୭ ବର୍ଷର ପୁଅ

ଗତକାଲି ରାତି ପ୍ରାୟ ୧୨ଟା ୩୦ ସମୟରେ ଦେଓଘର ଶ୍ୟାମଗଞ୍ଜ ରୋଡରେ କିଛି ଦୁର୍ବୃତ୍ତ ବ୍ୟବସାୟୀ ସୁଧାରକଙ୍କ ଉପରେ ଗୁଳି ଚଳାଇଥିଲେ । ଏହାର ଜବାବ ଦେବାକୁ ଯାଇ ପାଲଟା ଗୁଳି ଚାଳନା କରିଥିଲେ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ପୋଲିସ କର୍ମୀ । ଏହି ସଂଘର୍ଷ ମଧ୍ୟରେ ସେମାନଙ୍କ ଦେହରେ ଗୁଳି ବାଜିଥିଲା ଓ ଘଟଣାସ୍ଥଳରେ ଉଭୟ ପ୍ରାଣ ହରାଇଥିଲେ । ତେବେ ଏଥିରେ ବ୍ୟବସାୟୀଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପରାମର୍ଶ ପ୍ରତ୍ୟାହାର ସତ୍ତ୍ବେ ମଧ୍ୟ ପ୍ରଦେଶ ପାଳିବ ଗୋ ଆଲିଙ୍ଗନ ଦିବସ

ଖବର ପାଇ ଦେଓଘର ଏସପି ସୁବାଷ ଚନ୍ଦ୍ର ଜାଟ ଏନକାଉଣ୍ଟର ସ୍ଥଳରେ ପହଞ୍ଚି ଅନୁଧ୍ଯାନ କରିଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଏସପି କହିଛନ୍ତି, ''ଗୁଳିମାଡରେ ଘଟଣାସ୍ଥଳରେ ହିଁ ଦୁଇ ପୋଲିସ କର୍ମୀଙ୍କୁ ମୃତ୍ୟୁ ହୋଇଛି । ଉଭୟ ସାହିବଗଞ୍ଜ ନିବାସୀ ।'' ପୋଲିସ କିଛି ଲୋକଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଛି । ତେବେ କାହିଁକି ଏହି ଗୁଳିକାଣ୍ଡ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ହେଁ ବଟି ଆଦାୟ ଏବଂ ବ୍ୟବସାୟିକ ପତିଆରାକୁ ନେଇ ଏହି କାଣ୍ଡ ଘଟିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.