ETV Bharat / bharat

ଆସୁଛି ଦୀପାବଳି, ଏଥର ବି ଦିଲ୍ଲୀରେ ବାଣ ଫୁଟାଇବା ମନା

author img

By ETV Bharat Odisha Team

Published : Sep 11, 2023, 7:40 PM IST

ଏ ବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି ସରକାର । ବାଣ ତିଆରି, ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି । ବାଣ ବିକ୍ରି ପାଇଁ ଲାଇସେନ୍ସ ନଦେବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଏଥର ବି ଦିଲ୍ଲୀରେ ଦୀପାବଳୀରେ ବାଣ ମନା
ଏଥର ବି ଦିଲ୍ଲୀରେ ଦୀପାବଳୀରେ ବାଣ ମନା

ନୂଆଦିଲ୍ଲୀ: ଚଳିତବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ । ଦୀପାବଳିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଆଶଙ୍କାରେ ଏଭଳି ନିଷ୍ପତି ନେଇଛନ୍ତି ସରକାର । ଆଜି (ସୋମବାର) ସାମ୍ୱାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଏଥିସହ ବାଣର ତିଆରି ଓ ବିକ୍ରି ଉପରେ ବି ରୋକ୍‌ ଲଗାଯାଇଛି । ବାଣ ନିର୍ମାଣକାରୀ କମ୍ପାନୀ ତଥା ବାଣ ବିକ୍ରିକୁ ଅନୁମତି ନଦେବାକୁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ସୂଚନା ଅନୁଯାୟୀ, "ଦିଲ୍ଲୀରେ ପ୍ରଦୂଷଣରେ ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଦିଲ୍ଲୀ ସରକାରଙ୍କ ତମାମ ପଦକ୍ଷେପ ପରେ ବି ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିବାର ନାଁ ଧରୁନି । ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । ବାଣ ଫୁଟାଇବା ଦ୍ବାରା ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ । ଏଭଳି ସ୍ଥିତିରେ ଦେଶର ହିତକୁ ଦୃଷ୍ଟିରେ ରଖି ବାଣ ତିଆରି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।"

ଲାଇସେନ୍ସ ନ ଦେବାକୁ ପୋଲିସକୁ କଡା ନିର୍ଦ୍ଦେଶ: ଦିଲ୍ଲୀରେ ବାଣି ତିଆରି କିମ୍ୱା ବାଣ ବିକ୍ରି ନେଇ ଲାଇସେନ୍ସ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କାହାରିକୁ ବି ଅନୁମତି ନଦେବାକୁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଏଭଳି ନିଷ୍ପତି ନିଆଯାଇଛି । ଏଭଳିକି ବାଣ ଡେଲିଭରି ଉପରେ ବି ଅଙ୍କୁଶ ଲଗାଯାଇଛି ।

ବାଣ ନ ଫୁଟାଇବା ପାଇଁ ଅନ୍ୟରାଜ୍ୟମାନଙ୍କୁ ଅପିଲ: କେବଳ ଦିଲ୍ଲୀରେ ନୁହେଁ ବଂର ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକୁ ବି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ । ଅନ୍ୟରାଜ୍ୟରେ ବାଣ ଫୁଟିବା ଦ୍ବାରା ଦୂଷିତ ବାୟୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରୁଛି । ଏହାଦ୍ୱାରା ଦିଲ୍ଲୀର ହିଁ କ୍ଷତି ହେଉଛି ବୋଲି କହିଛନ୍ତି ଗୋପାଳ ରାୟ ।

ମଙ୍ଗଳବାର ହେବ ଆକ୍ସନ ପ୍ଲାନ: ଦିଲ୍ଲୀ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣରେ ରୋକ ଲଗାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଦୂଷଣରେ ରୋକ ଲଗାଇବା ପାଇଁ ଆସନ୍ତାକାଲି(ମଙ୍ଗଳବାର) ଏକ୍ସପର୍ଟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆକ୍ସନ ପ୍ଲାନ୍‌ କରାଯିବ । ଏହି ଯୋଜନା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଆଲୋଚନା କରାଯିବ ଓ ଏହାପରେ ଦିଲ୍ଲୀରେ ଏହି ଯୋଜନା ଲାଗୁ କରାଯାଇପାରେ ବୋଲି ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.