ETV Bharat / bharat

INS ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ - ଆଇଏନଏସ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ

ଭାରତୀୟ ନୌସେନା ବିମାନ ପରିବହନକାରୀ କମ୍ପାନୀ INS ବିକ୍ରମାଦିତ୍ୟରେ(INS Vikramaditya) ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ

INS ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ
INS ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ
author img

By

Published : Jul 21, 2022, 8:51 AM IST

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ନୌସେନା ବିମାନ ପରିବହନକାରୀ କମ୍ପାନୀ INS ବିକ୍ରମାଦିତ୍ୟରେ (INS Vikramaditya) ଅଗ୍ନିକାଣ୍ଡ । ଗତକାଲି(ବୁଧବାର) କର୍ଣ୍ଣାଟକର କରଓ୍ବାର ବେସରେ ବିକ୍ରମାଦିତ୍ୟରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଏହି ନିଆଁକୁ ଖୁବଶୀଘ୍ର ଆୟତ୍ତ କରାଯାଇଥିବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ରହିଛି । ସମସ୍ତ କର୍ମଚାରୀ ସୁରକ୍ଷିତ ରହିଥିବା ନେଇ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ନୌସେନା କାର୍ଯ୍ୟାଳୟ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂକୁ ଅବଗତ କରାଇଦିଆଯାଇଛି । ନୌସେନା ପକ୍ଷରୁ ଏହି ଘଟଣାର ଯାଞ୍ଚ ପାଇଁ କୋର୍ଟ ଅଫ ଏନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ଭାରତୀୟ ନୌସେନାର ସୂଚନା ଅନୁଯାୟୀ, ସମୁଦ୍ରରେ ଟ୍ରାଏଲ ସମୟରେ ବିକ୍ରମାଦିତ୍ୟରେ ନିଆଁ ଲାଗି ଯାଇଛି । ଏଥିରେ ଥିବା କ୍ରୁ ମେମ୍ବର ଜାହାଜରେ ଥିବା ଅଗ୍ନିଶମ ଉପକରଣ ମାଧ୍ୟମରେ ନିଆଁକୁ ଆୟତ୍ତ କରି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: INS ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ

ଖବରଅନୁସାରେ, ଏହା ପୂର୍ବରୁ ୨୦୧୯ ଏପ୍ରିଲରେ ଜାହାଜରେ ଅଗ୍ନିକାଣ୍ଡ ହେତୁ ଜଣେ ନୌସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ଗତବର୍ଷ ମେ ୮ ତାରିଖରେ ମଧ୍ୟ INS ବିକ୍ରମାଦିତ୍ୟରେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିଲା । ୨.୩ ବିଲିୟନ୍‌ ଡଲାର୍‌ ମୂଲ୍ୟର ଉପରୋକ୍ତ ଯୁଦ୍ଧପୋତଟିକୁ ୨୦୧୩ରେ ରୁଷ୍‌ରୁ ଭାରତକୁ ଅଣାଯାଇ ପ୍ରାଚୀନ ଭାରତର ପ୍ରଖ୍ୟାତ ସମ୍ରାଟ ବିକ୍ରମାଦିତ୍ୟଙ୍କ ନାମାନୁସାରେ ନାମିତ କରାଯାଇଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.