ETV Bharat / bharat

ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ: ଜଳିଗଲା 3 ବଗି, ନ ଥିଲେ ଯାତ୍ରୀ - ଟ୍ରେନରେ ନିଆଁ

ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ । ଜଳିଗଲା 4 ବଗି । ଅଧିକ ପଢନ୍ତୁ...

ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ, ଆୟତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ
ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ, ଆୟତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ, ଆୟତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ
author img

By

Published : Apr 8, 2021, 6:20 PM IST

ଚଣ୍ଡିଗଡ: ହରିୟାଣାର ରୋହତକ ରେଲଓ୍ବେ ଷ୍ଟେସନରେ ଅଘଟଣ । ଷ୍ଟେସନରେ ଛିଡା ହୋଇଥିବା ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଗାଡିଟି ଷ୍ଟେସନରେ ଛିଡା ହୋଇଥି୍ବା ଯୋଗୁ ସେଥିରେ କେହି ଯାତ୍ରୀ ନଥିଲେ । ଫଳରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ନିଆଁ ଟ୍ରେନର 3 ବଗିକୁ ବ୍ଯାପିଥିବାବେଳେ 3 ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗିଛନ୍ତି ।

ରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ, ଆୟତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀରୋହତକ-ଦିଲ୍ଲୀ ପାସେଞ୍ଜରରେ ନିଆଁ, ଆୟତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ

ମିଳିଥିବା ସୂଚନା ଅନୁସାରେ ଟ୍ରେନଟି 4.10 ମିନିଟରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଷ୍ଟେସନରେ ଛିଡା ହୋଇଥିଲା । ସେଥିରେ କେହି ଯାତ୍ରୀ ନଥିଲେ । ହଠାତ ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ଏଥିରେ 3 ବଗି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଖବର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିବା ଯୋଗୁ କୌଣସି ଜୀବନ ହାନୀକୁ ଏଡା ଯାଇପାରିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଆୟତ କରିବା କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.