ETV Bharat / bharat

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jul 17, 2023, 9:13 AM IST

Updated : Jul 17, 2023, 12:00 PM IST

ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-14 ବଗିରେ ନିଆଁ ଲାଗିିଛି । ଅଧିକ ପଢନ୍ତୁ

ବନ୍ଦେ ଭାରତ ଏକ୍ସପ୍ରେସ ନିଆଁ
vande bharat express catches fire

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୋପାଳ: ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-14 ବଗିରେ ନିଆଁ ଲାଗିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୌଣସି କ୍ଷୟକ୍ଷତି ହୋଇନାହିଁ । ଏକ ବଡ ଅଘଟଣ ଟଳିଯାଇଛି । ଯାଞ୍ଚ ପରେ ଟ୍ରେନ ଚଳାଚଳ ହେବ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

  • #WATCH | Madhya Pradesh | A fire was reported in battery box of one of the coaches in a Vande Bharat Express at Kurwai Kethora station. Fire brigade reached the site and extinguished the fire. All passengers are safe. No injuries reported. The fire is limited to Battery Box Only.… pic.twitter.com/E2s9ED99VH

    — ANI MP/CG/Rajasthan (@ANI_MP_CG_RJ) July 17, 2023 " class="align-text-top noRightClick twitterSection" data=" ">

ସକାଳୁ ରାନି କମଳାପତି ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ ଛାଡିଥିଲା । କୁରୱାଇ କେଥୋରା ଷ୍ଟେସନରେ ଅଚାନକ ଟ୍ରେନର ସି-14 ବଗିରେ ନିଆଁ ଲାଗିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେହି ଯାତ୍ରୀ ଆହତ ହୋଇନାହାନ୍ତି । ନିଆଁ କେବଳ ବ୍ୟାଟେରୀ ବକ୍ସରେ ଲାଗିଥିଲା । ଯାଞ୍ଚ ପରେ ଶୀଘ୍ର ଟ୍ରେନ ଚାଲିବ ବୋଲି ଭାରତୀୟ ରେଳୱେ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ....ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ

ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଟ୍ରେନ ନମ୍ବର 20171 ସକାଳ 5ଟା 40ରୁ ରାନି କମଳାପତି ଷ୍ଟେସନରୁ ବାହାରିଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ନିଆଁ ବ୍ୟାଟେରୀରୁ ଲାଗିଛି । ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଟ୍ରେନକୁ ଅଟକା ଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଓହ୍ଲାଇ ଦିଆଯାଇଥିଲା ।

ଏହା ବି ପଢନ୍ତୁ...ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ଯାତ୍ରୀ

ବାଲେଶ୍ବର ରେଳ ଦୁର୍ଘଟଣାରେ 294 ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ଗତ ଜୁଲାଇ 13 ତାରିଖରେ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ ଦେଖିବାକୁ ମିଳିଥିଲା । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଲୋକ ଭୟଭୀତ ଅଛନ୍ତି । ଅଚାନକ ଟ୍ରେନରେ ନିଆଁ ଦେଖି ଲୋକ ଭୟଭୀତ ହୋଇଥିଲେ । ଏହା ପୂର୍ବରୁ ଜୁଲାଇ 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ବିବେକ ଏକ୍ସପ୍ରେସର ନିଆଁ ଲାଗିଥିଲା । ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନର ଏସ-10 ବଗିରୁ ଧୂଆଁ ବାହାରିବାରୁ ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡିଥିଲେ । ଗତ ଜୁନ 2 ତାରିଖରେ ଓଡିଶାର ବାଲେଶ୍ବର ବାହନଗା ନିକଟରେ ଦୁଇଟି ଏକ୍ସପ୍ରେସ ଟ୍ରେନ ଓ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି 294ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

Last Updated : Jul 17, 2023, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.