ETV Bharat / bharat

Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ

author img

By

Published : Dec 12, 2021, 3:44 PM IST

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ମଝାଣ ଗ୍ରାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୭ଟି ଘର ପୋଡ଼ି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ
Fire broke out in Himachal Pradesh: କୁଲ୍ଲୁରେ ଭୀଷଣ ଅଗ୍ନିକାଣ୍ଡ, ୨୭ ଘର ଭସ୍ମୀଭୂତ

ସିମଲା: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ମଝାଣ ଗ୍ରାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଭୀଷଣ ଅଗ୍ନିକାଣ୍ଡରେ ମନ୍ଦିର ସହିତ ୨୭ଟି ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ପ୍ରାୟ ୯ କୋଟି ଟଙ୍କାର କ୍ଷତି ଘଟିଥିବାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର(CM Jairam Thakur) ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

  • कुल्लू के मझाण गांव में आगजनी से 27 घरों में आग लगने वाली घटना अत्यंत दुःखद है।

    प्रभावित परिवारों को फौरी राहत प्रदान की जा रही है, इस संबंध में हमने स्थानीय प्रशासन को निर्देश दे दिए हैं।

    संकट की इस घड़ी में हम प्रभावित परिवारों के साथ हैं।

    — Jairam Thakur (@jairamthakurbjp) December 12, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଠାକୁର ଟ୍ବିଟ କରି କହିଛନ୍ତି ଯେ, କୁଲ୍ଲୁର ମଝାଣ ଗ୍ରାମରେ ଅଗ୍ନିକାଣ୍ଡ ଫଳରେ ପ୍ରାୟ ୨୭ଟି ଘର ଜଳିଯାଇଥିବାବେଳେ ସେ ଏଥିଲାଗି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଭାବିତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ଏହି ଘଟଣାରେ ତଦନ୍ତ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଃଖଦ ସମୟରେ ସେ ପୀଡ଼ିତ ପରିବାର ସହିତ ଅଛନ୍ତି ବୋଲି ଟ୍ବିଟ କରି କହିଛନ୍ତି । ଶନିବାର ଅପରାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପୀଡ଼ିତ ଲୋକଙ୍କ ହୋହଲ୍ଲା ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା ।

ଏହି ଅଗ୍ନିକାଣ୍ଡରେ ୨୭ଟି ଘର ଓ ୨୬ଟି ଗୋଶାଳା ଏବଂ ୨ଟି ମନ୍ଦିର ପୋଡ଼ି ଯାଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଘଟିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମବାସୀ ଚାଷଜମିରୁ ମାଟି ଖୋଳି ନିଆଁ ଉପରେ ଫିଙ୍ଗିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଦେଖୁ ଦେଖୁ ଲୋକଙ୍କ ଆଖି ସାମ୍ନାରେ ୨୭ଟି ଘର ଜଳି ଯାଇଥିଲା । ଗ୍ରାମରେ କୌଣସି ଜଳାଶୟର ବ୍ୟବସ୍ଥା ନଥିବାରୁ ନିଆଁକୁ ଆୟତ୍ତ କରାଯାଇ ପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.