ETV Bharat / bharat

ଦୁର୍ଘଟଣା ପରେ ଜଳିଗଲା ବସ: ୮ ଯାତ୍ରୀ ଜୀବନ୍ତ ଦଗ୍ଧ

କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥ (Bidar-srirangapattan)ରେ ଅଘଟଣ । ବସରେ ନିଆଁ ଲାଗି ଏହି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 3, 2022, 12:15 PM IST

ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ; ୮ ମୃତ ୧୨ ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥ (Bidar-srirangapattan)ରେ ଅଘଟଣ । ବସରେ ନିଆଁ ଲାଗି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ,ଏକ ଘରୋଇ ବସ ଗୋଆରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲା କମଲାପୁର ଦେଇ ବସଟି ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୃତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସଟି ବ୍ରିଜରେ ବାଡେଇ ହୋଇଯିବା ପରେ ନିଆଁ ଲାଗିଯାଇଥିଲା । ବସରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ସମସ୍ତ ମୃତକ ହାଇଦ୍ରାବାଦର ବୋଲି ଜଣାପଡିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଘଟଣାସ୍ଥଳରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ବସରେ ୩୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.