ନୂଆଦିଲ୍ଲୀ: ଆଜି (ସୋମବାର) ଅପରାହ୍ନରେ ସଂସଦ ଭବନ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସାମାନ୍ୟ ଧରଣର ହୋଇଥିବା ବେଳେ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୁ କାବୁ କରିଥିଲେ । ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ମଧ୍ୟ ନାହିଁ ।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ 4.15 ବେଳେ ସଂସଦ ଭବନ ପରିସରରେ ଥିବା ଦୁଇ ଲେବର କଣ୍ଟେନରରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ 5ଟି ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର କିଛି ସମୟ ମଧ୍ୟରେ ନିଆଁକୁ ଆୟତ କରାଯାଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଫାୟାର ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।
ANI