ETV Bharat / bharat

ବ୍ୟାଘ୍ର ଅଭୟାରଣ୍ୟରେ ନିଆଁ, ଆୟତ କାର୍ଯ୍ୟରେ ଲାଗିଛି ବାୟୁସେନା ହେଲିକପ୍ଟର - ସର୍ସିକା ବ୍ୟାଘ୍ର ଅଭ୍ଯୟାରଣ୍ୟରେ ନିଆଁ

ରାଜସ୍ଥାନର ସାରିସ୍କା ବ୍ୟାଘ୍ର ଅଭ୍ୟୟାରଣ୍ୟରେ ବ୍ୟାପୁଛି ଜଙ୍ଗଲ ନିଆଁ । ଆୟତ କାର୍ଯ୍ୟରେ ଲାଗିଛି ବାୟୁସେନାର ୨ଟି ଏମଆଇ-୧୭ ହେଲିକପ୍ଟର । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ସୃଷ୍ଟି ହେଲାଣି ଗମ୍ଭୀର ବିପଦ । ଅଧିକ ପଢନ୍ତୁ

ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭ୍ୟାୟରଣ୍ୟରେ ନିଆଁ, ଆୟତ କାର୍ଯ୍ୟରେ ଲାଗିଛି ବାୟୁସେନା ହେଲିକପ୍ଟର

author img

By

Published : Mar 29, 2022, 7:14 PM IST

ଜୟପୁର: ଭାରତରେ ସାଧାରଣତଃ ଗ୍ରୀଷ୍ମ ଋତୁରେ ଦଖାଯାଉଥିବା ବନାଗ୍ନିର ପ୍ରକୋପ ମାର୍ଚ୍ଚ ଶେଷ ସପ୍ତାହରୁ ପୁଣି ଥିଲେ ଦେଶବ୍ୟାପୀ ଦେଖିବାକୁ ମିଳିଲାନି । ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ନିଆଁ ଲାଗିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁୁ ଆୟତ କରିବାରେ ଯୋଗାଯୋଗ ସମସ୍ୟା ପାଲଟିଥିବା ଯୋଗୁ ବାୟୁସେନାର ଦୁଇ ହେଲିକପ୍ଟର ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଦୁଇ ହେଲିକପ୍ଟରକୁ ନିଆଁ ଲିଭା କାମରେ ଲଗାଯାଇଥିବା ବାୟୁସେନା କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଜଙ୍ଗଲର ଏକ ବଡ ଅଂଶରେ ନିଆଁ ବ୍ୟାପି ସାରିଥିବାବେଳେ ଅଗ୍ନିଶମ ଟିମ ଜଙ୍ଗଲ ମଧ୍ୟରେ ପ୍ରବେଶ କରିବା ସମ୍ଭବପର ହେଉନାହିଁ । ଭାରତୀୟ ବାୟୁସେନାର ଦୁଇ MI-17 ହେଲିକପ୍ଟର ଆକଶମାର୍ଗରୁ ଜଳ ସିଞ୍ଚନ କରି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଆଁ ନିୟନ୍ତ୍ରଣକୁ ଆସିପାରିନାହଁ । ନିଆଁ ନିୟନ୍ତ୍ରଣକୁ ଆସିବା ବିଲମ୍ବ ହେଲେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇପାରେ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଜୀବଜନ୍ତୁଙ୍କ ମୃତାହତ ନେଇ ମଧ୍ୟ କୌଣସି ସୂଚନା ବନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.